ସୁନା ବେଶ ରେ ଦର୍ଶନ ଦେଉଛନ୍ତି ପ୍ରଭୁ ନୀଳମାଧଵ

କଣ୍ଟିଲୋ : ପୁଷ ପୂର୍ଣ୍ଣମା। ପ୍ରଭୁ ନୀଳମାଧବ ଙ୍କ ସୁନା ବେଶ। କଣ୍ଟିଲୋ ର ନୀଳମାଧଵ ଙ୍କ କ୍ଷେତ୍ର ହେଉଛି ଜଗନ୍ନାଥ ଙ୍କ ଆଦିକ୍ଷେତ୍ର। ଶବର ରାଜା ବିଶ୍ୱାବସୁ ପ୍ରଭୁ ନୀଳମାଧଵ ଙ୍କୁ କଣ୍ଟିଲୋ ର ବ୍ରହ୍ମାଦି ପାହାଡ଼ ରେ ପୂଜା କରନ୍ତି। ପ୍ରଭୁ ଙ୍କ ମୁଖ୍ୟ ଭକ୍ତ ଶବର ରାଜା ବିଶ୍ୱାବସୁ। ଏଠାରେ 12 ମାସ ରେ 13 ପର୍ବ ପାଳନ ହୋଇଥାଏ। ଆଜି ପୁଷ ପୂର୍ଣ୍ଣମା। ଚାଲିଛି ପହିଲି ଭୋଗ। ଭୋର ୫ ଟାରୁ ପହଡ ଖୋଲିଥିଲା। ଅବକାଶ, ମଇଲମ, ବାଳଭୋଗ, ସୂର୍ଯ୍ୟପୂଜା, ନୀତି ହୋଇଥିଲା। ପହିଲି ଭୋଗ ଲାଗି ହୋଇଥିଲା। ହୋମ ହୋଇଥିଲା। ସ୍ନାନ ହୋଇ ପ୍ରଭୁ ଙ୍କୁ ସୁନା ବେଶ କରାଯାଇଥିଲା। ଆଜିର ଦିନରେ ପ୍ରଭୁ ରାମଚନ୍ଦ୍ର ରାଜା ହୋଇଥିଲେ। ସେଥିପାଇଁ ପ୍ରଭୁ ନୀଳମାଧଵ ଙ୍କ ନିକଟରେ ସୁନା ବେଶ ଅନୁଷ୍ଠିତ ହୋଇଛି। ମନ୍ଦିର ପ୍ରଶାସକ, ଜ଼ିଲ୍ଲା ପୋଲିସ ଆଇନି ଶୃଙ୍ଖଳା ଉପରେ ନଜର ରଖିଥିଲେ। ଧାଡିରେ ଭକ୍ତ ମାନେ ଆସି ପ୍ରଭୁଙ୍କୁ ଦର୍ଶନ ଦେଇଥିଲେ।
ନୟାଗଡ ରୁ ବିଶ୍ୱନାଥ ଘଡେଇ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *