ସଡ଼କ ଦୃଘଟଣାରେ ଜଣେ ମୃତ, 2 ଜଣ ଗୁରୁତର

ଖଣ୍ଡପଡା : ନୟାଗଡ ଜିଲା ଖଣ୍ଡପଡା ଥାନା ରାଣିପଡା ନିକଟରେ ସଡ଼କ ଦୃଘଟଣା ଘଟି ଜଣଙ୍କର ମୃତ ହୋଇଥିବା ବେଳେ 2 ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକ ଜଣଙ୍କ ହେଲେ ଦଶପଲ୍ଲା ଥାନା ଝିଲିଣ୍ଡା ଗ୍ରାମର ଅଶୋକ ନାୟକ ବୋଲି ଜଣା ପଡିଛି । ରାଣିପଡା ନିକଟରେ ଟାଟା ଏସି ଭ୍ଯାନ୍ ସହ 2 ଟି ବାଇକ ଗୋଟିଏ ପରେ ଗୋଟିଏ ଧକ୍କା ହୋଇଥିଲା । ଫଳରେ ଅଶୋକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ 2 ଜଣ ଗୁରୁତର ହୋଇଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ସମସ୍ତଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଜାଇଥିଲା । ଅଶୋକଙ୍କ ମୃତଦେହକୁ ବ୍ୟବଛେଦ ପାଇଁ ପଠାଜାଇଛି । 2 ଗୁରୁତରଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଭୁବନେଶ୍ଵର ସ୍ଥାନାନ୍ତର କରାଜାଇଥିବା ବେଳେ ପୋଲିସ ଘଟଣାର ତଦନ୍ତ ଚଲେଇଥିବା ଖଣ୍ଡପଡା SDPO କହିଛନ୍ତି ।
ନୟାଗଡ ରୁ ବିଶ୍ୱନାଥ ଘଡେଇ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *