ଜ଼ିଲ୍ଲାପାଳ କାର୍ଯ୍ୟରେ ଯୋଗଦାନ ଦେବାର ପ୍ରଥମ ଦିନ ରେ ଜନ ଅଭିଯୋଗ ଶୁଣାଣି ରେ ଯୋଗଦେଲେ


ନୟାଗଡ : କାର୍ଯ୍ୟରେ ଯୋଗଦେବାର ପ୍ରଥମ ଦିନରେ ଜନ ଅଭିଯୋଗ ଶୁଣିଲେ ନୟାଗଡ ଜ଼ିଲ୍ଲାପାଳ। ନୟାଗଡ ଜ଼ିଲ୍ଲାପାଳ ଙ୍କ ସଦଭାବନା ଗୃହରେ ଜ଼ିଲ୍ଲାପାଳ ଙ୍କ ଜନଅଭିଯୋଗ ଶୁଣାଣି କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ଜ଼ିଲ୍ଲାପାଳ ଙ୍କ ଜ଼ିଲ୍ଲା ରେ ଆଜି ପ୍ରଥମ ଦିନରେ ଲୋକଙ୍କ ଅଭିଯୋଗ ଶୁଣିଥିଲେ। 94 ଟି ଅଭିଯୋଗ ଆସିଥିବା ବେଳେ 85 ଟି ଅଭିଯୋଗ ନିଜସ୍ୱ ଥିଲା। ଗାଁ ସମସ୍ୟା 4ଟି, ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ 5 ଜଣ ଙ୍କୁ ସହାୟତା ଦିଆଯାଇଛି। 14 ଟି ମାମଲା ର ସଂଗେ ସଂଗେ ସମାଧାନ ହୋଇଛି। ଏହି କାର୍ଯକ୍ରମ ରେ ଅତିରିକ୍ତ ଜ଼ିଲ୍ଲାପାଳ, SP, CDO, ଉପଜ଼ିଲ୍ଲାପାଳ, CDMO ଓ ସମସ୍ତ ବିଭାଗ ର ଉର୍ଚ୍ଚସ୍ଥ କର୍ମଚାରୀ ଉପସ୍ଥିତ ଥିଲେ।
ନୟାଗଡ଼ର ନୂତନ ଜିଲ୍ଲାପାଳ ଭାବେ ଦାଇତ୍ବ ଗ୍ରହଣକଲେ ମଧୁମିତା ରଥ l ଜିଲ୍ଲା ର ବିକାଶ ତଥା ରାସ୍ତା, ସ୍ବାସ୍ଥ୍ଯ, ପାନୀୟ ଜଳ ଉପରେ ଗୁରୁତ୍ୱ ଦିଆଜିବ। ବିଭିନ୍ନ ଅଞ୍ଚଳରେ ରହିଥିବା ଲୋକଙ୍କ ମୌଳିକ ସମସ୍ୟାର ସାମାଧାନ କରାଯିବ ବୋଲି ନୂତନ ଜିଲ୍ଲାପାଳ କହିଛନ୍ତି । ଆଜି ନୂତନ ଭାବେ ଦାଇତ୍ବ ଗ୍ରହଣ କରିବା ସହ ପ୍ରଥମକରି ନୟାଗଡ଼ର ସାଧାରଣ ଲୋକଙ୍କ ଜନ ଅଭିଯୋଗ ଶୁଣାଣି ଶିବିରରେ ଯୋଗ ଦେଇ ଲୋକଙ୍କ ସମସ୍ୟା ବୁଝିଥିଲେ । ପରେ ଜିଲ୍ଲା ର ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ଆଲୋଚନା କରିବା ପରେ ସାମ୍ବାଦିକ ସମ୍ମିଳନୀ କରି ଜିଲ୍ଲା ର ବିକାଶ ଦିଗରେ ଆଲୋଚନା କରିଥିଲେ ।
ନୟାଗଡ ରୁ ବିଶ୍ୱନାଥ ଘଡେଇ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *