
Cuttack : ୨୮.୦୨.୨୫ ତାରିଖ ବିଜ୍ଞାନ ପ୍ରଚାର ସମିତି ର ଦୋଳ ମୁଣ୍ଡାଇ ସ୍ଥିତ କାର୍ଯ୍ୟାଳୟ ପରିସରରେ ଆଜି ଜାତୀୟ ବିଜ୍ଞାନ ଦିବସ ପାଳନ ହୋଇଥିଲା। ବକ୍ତା ଭାବରେ ଡ଼ଃ ଦେବେନ୍ଦ୍ର ନାଥ ସାହୁ ‘ ରମଣ ପ୍ରଭାବ ଓ ତା ‘ ର ପ୍ରାୟୋଗିକ କ୍ଷେତ୍ର ‘ ବିଷୟ ରେ ବକ୍ତବ୍ୟ ଦେଇଥିଲେ । ସାର୍ ସି. ଭି ରମଣ ଙ୍କ ଜୀବନୀ, ରମଣ ଏଫେକ୍ଟ ର ପରୀକ୍ଷଣ, ଏହାର ସଫଳତା ଏବଂ ମାନବ ସମାଜର କଲ୍ୟାଣ ନିମନ୍ତେ ଏହାର ପ୍ରୟୋଗ ବିଷୟରେ ଡଃ ସାହୁ କହିଥିଲେ । ଡଃ ସୁବାସିନୀ ଲେଙ୍କା ‘ ନାନୋ କଣିକା ଏହାର ଅତୀତ ଓ ବର୍ତ୍ତମାନ ‘ ବିଷୟରେ ବକ୍ତବ୍ୟ ରଖିଥିଲେ। ଡଃ. ହେମନ୍ତ କୁମାର ପରିଡ଼ା ‘ ପ୍ରକୃତିର ବିଚିତ୍ର ଜୀବ ଅକ୍ଟୋପସ୍’ ବିଷୟରେ କହିଥିଲେ। ଶ୍ରୀ ମହେନ୍ଦ୍ର କୁମାର କାୟସ୍ଥ ‘ ଜାତୀୟ ବିଜ୍ଞାନ ଦିବସ ର ଅନୁଚିନ୍ତା ‘ ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ। ସଭାପତି ଡଃ ନିତ୍ୟାନନ୍ଦ ସ୍ୱାଇଁ ବିଜ୍ଞାନ ଦିବସର ଅନୁଚିନ୍ତା , ଡଃ ସି. ଭି ରମଣ ଙ୍କ ଜୀବନ ର କେତେକ ଘଟଣାବଳୀ ଉପସ୍ଥାପନ କରିବା ସହିତ ବିଜ୍ଞାନ କୁ ବିଭିନ୍ନ ଭାବରେ ବ୍ୟାକ୍ଷା କରିଥିଲେ। ତାଙ୍କର ବକ୍ତବ୍ୟ ର ବିଷୟ ଥିଲା ‘ ବିଜ୍ଞାନର ଧାରଣା: ଏକ ବିହଙ୍ଗମ ଦୃଷ୍ଟି ‘। କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ କବିତା ପାଟ୍ଟଶାଣୀ, ସୌଭାଗିନୀ ରାୟ , ସୁଲଚନା ଦାଶ , ଡଃ ଶିବ ଶଙ୍କର ନାୟକ, ଡାଃ ସୁଲିପ୍ତ କୁମାର ମହାନ୍ତି, ଇଂ ଧୀରେନ୍ଦ୍ର କୁମାର ବିଶ୍ବାଳ । ଧନ୍ୟବାଦ ଅର୍ପଣ କରିଥିଲେ ଯୁଗ୍ମ ସମ୍ପାଦକ ଅରବିନ୍ଦ କର। ।