୩୦ ବର୍ଷ ପରେ ବନ୍ଧୁ ମିଳନ

ଛତ୍ରପୁର : ୨୫.୦୨.୨୫

(ମିଥୁନ ବାରିକ୍)

ଛତ୍ରପୁର : ରବିବାର ଦିନ ଖଲ୍ଲିକୋଟ ପ୍ରାତଃ ମହାବିଦ୍ୟାଳୟ ବ୍ରହ୍ମପୁର ର ୧୯୯୨ -୧୯୯୫ ବର୍ଷ ସ୍ନାତକ ଶ୍ରେଣୀ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଏକ ବନ୍ଧୁ ମିଳନ ଆୟୋଜନ ସ୍ଥାନୀୟ ମାଁ ମହୁରୀ କଳୁଆ ଙ୍କ ପୀଠରେ ଅନୁଷ୍ଠିତ ହୋଇଥିଲା l ୩୦ ବର୍ଷ ପରେ ଏପରି ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାରୁ ସମସ୍ତଙ୍କ ମନରେ ଆନନ୍ଦ ଓ ଉତ୍ସାହ ଦେଖିବାକୁ ମିଳିଥିଲା lଏଥିରେ ବହୁ ଛାତ୍ର ଛାତ୍ରୀ ଉପସ୍ଥିତ ରହି ପରସ୍ପର ମଧ୍ୟରେ ଭାବର ଆଦାନ ପ୍ରଦାନ କରିବା ସହ ଏକ ଭବ୍ୟ ଆୟୋଜନ ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରାଯାଇଥିଲା l ଶେଷରେ ପୁଣି ଏହି କାର୍ଯ୍ୟକ୍ରମ ଆସନ୍ତା ବର୍ଷ କୁ ପୁଣି ଆୟୋଜନ ହେବାପାଇଁ ପ୍ରସ୍ତାବ ରଖା ଯାଇଥିଲା l

Leave a Reply

Your email address will not be published. Required fields are marked *