
ଛତ୍ରପୁର : ୨୫.୦୨.୨୫
(ମିଥୁନ ବାରିକ୍)
ଛତ୍ରପୁର : ଗୋପାଳପୁର ବନ୍ଦର ଏହାର କର୍ପୋରେଟ ସାମାଜିକ ଦାୟିତ୍ୱବୋଧ (ସିଏସ୍ଆର୍) କାର୍ଯ୍ୟକ୍ରମ ଅନ୍ତର୍ଗତ ଆଦାନୀ ଫାଉଣ୍ଡେସନ ଜରିଆରେ ସ୍ଥାନୀୟ କଣମଣା ପଞ୍ଚାୟତରେ ଆଜି ବିଭିନ୍ନ ସିଏସ୍ଆର୍ କାର୍ଯ୍ୟକ୍ରମ ଆୟୋଜନ କରିଅଛି । ସେଥିମଧ୍ୟରୁ କଣମଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ୮୦ ଲିଟର କ୍ଷମତା ବିଶିଷ୍ଟ ଆରଓ ଫିଲ୍ଟର ମେଶିନର ସ୍ଥାପନା ନିମନ୍ତେ ବିଦ୍ୟାଳୟ କତୃପକ୍ଷଙ୍କୁ ହସ୍ତାନ୍ତର, କଣମଣା ବାତ୍ୟା ଆଶ୍ରୟ ସ୍ଥଳୀରେ ସ୍ବାସ୍ଥ୍ୟ ଶିବିରର ଆୟୋଜନ ଓ ଛାତ୍ରଛାତ୍ରୀମାନଙ୍କୁ ସ୍କୁଲ ବ୍ୟାଗ ବଣ୍ଟନ ଆଦି ସିଏସ୍ଆର୍ କାର୍ଯକ୍ରମର ଆୟୋଜନ କରାଯାଇଥିଲା।
ଉଦଘାଟନ ଉତ୍ସବରେ ଶ୍ରୀ ସନ୍ଦୀପ ଜେଶ୍ଵାଲ, ବିଜନେସ ମୁଖ୍ୟ, ଗୋପାଳପୁର ବନ୍ଦର, କଣମଣା ପଞ୍ଚାୟତର ସରପଞ୍ଚଙ୍କ ପ୍ରତିନିଧି ଶ୍ରୀ ବି ସୀମାଦ୍ରି, ୱାର୍ଡ ମେମ୍ବର ଶ୍ରୀ ଚନ୍ଦନ ବେହେରା, ସମିତିସଭ୍ୟ ପ୍ରତିନିଧି ଶ୍ରୀ ଜନାର୍ଦନ ସ୍ବାଇଁ, କଣମଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ବସନ୍ତ କୁମାର ଦାସ, ସ୍ଥାନୀୟ ବୁଦ୍ଧିଜୀବୀ, ପଞ୍ଚାୟତ ସଦସ୍ୟ, ଶିକ୍ଷକ ଓ ଶିକ୍ଷୟତ୍ରୀ ଏବଂ ବହୁ ଗନମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।
ପାଖାପାଖି ୧୫୦ ଛାତ୍ରଛାତ୍ରୀମାନଙ୍କୁ ବିଶୁଦ୍ଧ ପିଇବା ପାଣି ଯୋଗାଇବାର ଲକ୍ଷ୍ୟ ନେଇ ଆଦାନୀ ଫାଉଣ୍ଡେସନ, କଣମଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆଜି ଏକ ୮୦ ଲିଟର କ୍ଷମତା ବିଶିଷ୍ଟ ଆରଓ ଫିଲ୍ଟର ମେଶିନର ସ୍ଥାପନା ନିମନ୍ତେ ବିଦ୍ୟାଳୟ କତୃପକ୍ଷଙ୍କୁ ହସ୍ତାନ୍ତର କରିଛି। ଆଦାନୀ ଫାଉଣ୍ଡେସନ ପକ୍ଷରୁ ଆର୍ଯ୍ୟପଲ୍ଲୀ ସେବାଶ୍ରମ ବିଦ୍ୟାଳୟ ଓ ମାଟିଖାଲୋ ପ୍ରାଥମିକ ବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀମାନଙ୍କୁ ବିଶୁଦ୍ଧ ପାଣି ଯୋଗାଇଦେବା ପାଇଁ ୨ ଟି ୪୦ ଲିଟର କ୍ଷମତା ବିଶିଷ୍ଠ ଆରଓ ଫିଲ୍ଟର ମେଶିନ ମଧ୍ୟ ବିଦ୍ୟାଳୟ କତୃପକ୍ଷଙ୍କୁ ହସ୍ତାନ୍ତର କରାଯାଇଛି। ଏହି ଆରଓ ଫିଲ୍ଟର ମେଶିନ ଦ୍ବାରା ଛାତ୍ରଛାତ୍ରୀ, ଶିକ୍ଷକ ଓ ଶିକ୍ଷୟତ୍ରୀ ଏବଂ ଅନ୍ୟ କର୍ମକର୍ତା ଦୈନିକ ପରିଷ୍କୃତ ବିଶୁଦ୍ଧ ପାଣି ପାଇପାରିବେ।
ଏହାସହ କଣମଣା ବାତ୍ୟା ଆଶ୍ରୟ ସ୍ଥଳୀରେ ଏକ ସ୍ବାସ୍ଥ୍ୟ ଶିବିରର ଆୟୋଜନ ମଧ୍ୟ କରାଯାଇଥିଲା ଯେଉଥିରେ ସ୍ତ୍ରୀ ଓ ପ୍ରସୂତୀ ବିଶେଷଜ୍ଞ ,ଶିଶୁ ରୋଗ ବିଶେଷଜ୍ଞ ଏବଂ ସାଧାରଣ ଚିକିତ୍ସକ ବିଭାଗର ଦକ୍ଷ ଡାକ୍ତରଙ୍କ ଦ୍ୱାରା ବିଭିନ୍ନ ରୋଗର ନିରୂପଣ ପରୀକ୍ଷା ଓ ପରାମର୍ଶ ଇତ୍ୟାଦି କରାଯିବା ସଙ୍ଗେ ସଙ୍ଗେ ବିନା ମୂଲ୍ୟରେ ଔଷଧ ବିତରଣ କରାଯାଇଥିଲା । ଏହି ଶିବିରରେ ପ୍ରାୟ ୨୩୦ ରୁ ଉର୍ଦ୍ଧ ଶିଶୁ, ମହିଳା ଓ ବୃଦ୍ଧ ସ୍ୱାସ୍ଥ୍ୟବସ୍ତାର ପରୀକ୍ଷଣ କରିବା ସହ ଡାକ୍ତରଙ୍କ ସହ ସେମାନଙ୍କର ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ବିଷୟରେ ପରାମର୍ଶ କରିଥିଲେ। ସ୍ଥାନୀୟ ଗ୍ରାମବାସୀ କିପରି ଏହି ସ୍ବାସ୍ଥ୍ୟ ଶିବିରରୁ ଉପକୃତ ହୋଇପାରିବେ, ଆଦାନୀ ଫାଉଣ୍ଡେସନ ପକ୍ଷରୁ ଡାକବାଜି ଜନ୍ତ୍ର ମାଧ୍ୟମରେ ଅବଗତ କରାଯାଇଥିଲା । ବ୍ରହ୍ମପୁର ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି (ଏମକେସିଜି) ବଡ ମେଡିକାଲ୍ କଲେଜର ଅଭିଜ୍ଞତା ସମ୍ପନ୍ନ ଡାକ୍ତର ଓ ବିଶେଷଜ୍ଞ ଏହି ସ୍ୱାସ୍ଥ୍ୟସେବା ଶିବିରରେ ଯୋଗଦେଇ ଗ୍ରାମବାସୀଙ୍କୁ ଅତ୍ୟାଧୁନିକ ପ୍ରଣାଳୀରେ ସ୍ୱାସ୍ଥ୍ୟ ପରୀକ୍ଷା ସହ ମଧୁମେୟ, ଅସ୍ତି ପରୀକ୍ଷଣ, ରକ୍ତଚାପ, ନମୁନା, ପରିକ୍ଷଣ, ଓଜନ ତଥା ଉଚ୍ଚତା ମାପ ଆଦି କରାଯାଇଥିଲା।
ଆଦାନୀ ଫାଉଣ୍ଡେସନ ପକ୍ଷରୁ କଣମଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ସ୍କୁଲ ବ୍ୟାଗ ବଣ୍ଟନ କରାଯାଇଛି।