ଡାକ୍ତର ସ୍ଵାଧୀନ ରଥ ଙ୍କୁ ମିଳିଲା ସେବା ରତ୍ନ ।

ଛତ୍ରପୁର : ୨୫.୦୨.୨୫

(ମିଥୁନ ବାରିକ୍)

ଛତ୍ରପୁର : ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅଧୀନ ମୁନିସିପେଣ୍ଠ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ସୁପରିଟେଣ୍ଡେଣ୍ଟ ଡାକ୍ତର ସ୍ବାଧୀନ ରଥଙ୍କୁ ସେବାରତ୍ନ ସମ୍ମାନ ମିଳିଛି। ବ୍ରହ୍ମପୁରରେ ଆୟୋଜିତ ଦ୍ୱିତୀୟ ଗଞ୍ଜାମ ଜିଲା ସ୍ବାସ୍ଥ୍ୟ ମହୋତ୍ସବରେ ଏହି ଆଓ୍ବାର୍ଡ ରାଜ୍ୟ ବାଣିଜ୍ୟ ପରିବହନ, ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ପ୍ରଦାନ କରିଛନ୍ତି। ଛତ୍ରପୁର ବ୍ଲକରେ ଟିବି ମୁକ୍ତ ପାଇଁ ୧୦୦ ଦିନ କାର୍ଯ୍ୟକ୍ରମ ସଫଳତା ପାଇଁ ସୁପରିଟେଣ୍ଡେଣ୍ଟଙ୍କୁ ଏହି ଆଓ୍ବାର୍ଡ ମିଳିଛି। ଏହି ସମୟରେ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲିକ, ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *