ଗଡ଼ଗଡ଼ିଆ ଘାଟରୁ ମହାନଦୀ ତଟ ସଫେଇ

କଟକ ଜଳ ହଁ ଜୀବନ ଏହି ଉଦସ୍ଯକୁ ନେଇ ସନ୍ଥ ନିରହକାରୀ କଟକ ଶାଖା ପକ୍ଷରୁ ମିଶନର ମୂଖ୍ୟ ସୁଦୀକ୍ଷା ସବିନ୍ଦର ହରଦେବଜୀ ମହାରାଜାଙ୍କ ନିର୍ଦ୍ଦେଶନାରେ ମିଶନର ସେବା ଭାବନା ଓ ମାନବ କଲ୍ୟାଣର ସଂକଳ୍ପକୁ ସାକାର କରିବା ନିମନ୍ତେ,”ପ୍ରୋଜେକ୍ଟ ଅମୃତ”ର ଅନ୍ତର୍ଗତ “ସ୍ବଚ୍ଛ ଜଳ ସ୍ବଚ୍ଛ ମନ”ପରି ଯୋଜନାରେ ମିଶନର କଟକ ଶାଖା ପକ୍ଷରୁ ମହାନଦୀ ଗଡ଼ଗଡ଼ିଆ ଘାଟର ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଟକ ମେୟର ସୁବାସ ଚନ୍ଦ୍ର ସିଂହ ଯୋଗଦେଇ କହିଥିଲେ ଜଳର ସ୍ବଚ୍ଛତା ଓ ସଂରକ୍ଷଣ ପାଇଁ ଏହି ଭଳି କାର୍ଯ୍ୟକ୍ରମ ପ୍ରଶଂସନୀୟ। କାର୍ଯ୍ୟକ୍ରମରେ ଅତିଥି ଭାବେ ମେଜର ଡ଼ା ପିତବାସ ମହାନ୍ତି, ବୈଜ୍ଞାନିକ ପି:କେ ସାହୁ ସି ଆର୍ ଆର୍ ଆଇ ଯୋଗ ଦେଇଥିଲେ। ଏହି ସଫେଇ କାର୍ଯ୍ୟରେ ୩୦୦ ସ୍ବଚ୍ଛା ସେବ‌ ମିଶନର ସେବାଦଳ ଯଥା ଓଡ଼ିଶା ମେକାନିକାଲ ମହାସଂଘ, ବିଜୁପଟ୍ଟନାୟକ ଓ୍ବାକରସ କ୍ଳବ୍ ଯୋଗ ଦେଇଥିଲେ। ସେବା ଦଳ କ୍ଷତ୍ରିୟ ସଞ୍ଚାଳକ ଅକ୍ଷୟ କୁମାର ମହାରଣା ଜୀ, ସଞ୍ଚାଳକ ଦେବଦାସ ସ୍ବାଇଁ ଜୀ, ଶିକ୍ଷାକ ଦୟା ଶଙ୍କର ଜଇସ୍ବାଲଜୀ, ଅନ୍ୟ ମାନଙ୍କ ମଧ୍ୟରେ ଅରକ୍ଷିତ ରାଜଳଜୀ, ସଞ୍ଚାଳିକା ମହାମାୟା‌ ହାଜଭାବୀ,ମାନସୀ ମହାନ୍ତି ଜୀ, ମନୋରଞ୍ଜନ ଦାସ ଜୀ, ମୋହନ ସାହା ଜୀ, ଉପସ୍ଥିତ ରହି ସଫେଇ କାର୍ଯ୍ୟରେ ତଦାରଖ କରିଥିଲେ। ପରିଶେଷରେ କଟକ ସନ୍ଥ ନିରାକାରୀ ମଣ୍ଡଳୀର‌ ମୂଖ୍ୟ ରାଜେନ୍ଦ୍ର ଶୁଗୁନା ଜୀ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *