

କଟକ :: କଟକ ଅଲିଶାବଜାର ସ୍ଥିତ ଓମ୍ ଶ୍ରୀ ବିନାୟକ ଶିଶୁ ବିଦ୍ୟା ମନ୍ଦିରର ଦ୍ବିତୀୟ ବାର୍ଷିକ ଉତ୍ସବ ସ୍ଥାନୀୟ କଟକ ଟାଉନ ହଲ ଠାରେ ସମାରୋହରେ ପାଳିତ ହୋଇଯାଇଛି।
ଏହି ବିଦ୍ୟାଳୟଟିକୁ ଆଗକୁ ବଢ଼ାଇବା ପାଇଁ ସମସ୍ତଙ୍କ ସଦିଚ୍ଛା ଆବଶ୍ୟକ ବୋଲି ବକ୍ତା ମାନେ ମତ ବ୍ୟକ୍ତ କରିଛନ୍ତି। ପ୍ରାରମ୍ଭରେ ମୂଖ୍ୟ ଅତିଥି ଡାକ୍ତର ରବି ରଞ୍ଜନ ସାହୁ ପ୍ରଦିପ ପ୍ରଜ୍ବଳନ କରି ସଭାକାର୍ଯ ଉଦଘାଟନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସୁଶ୍ରୀ ବିଦ୍ୟୁତ୍ ମଞ୍ଜରୀ ଲାଲା , ସମ୍ମାନୀତ ଅତିଥି ଭାବେ ଅଶୋକ କୁମାର ପଣ୍ଡା, ମୂଖ୍ୟ ବକ୍ତା ଭାବେ କିଶୋର ଚନ୍ଦ୍ର ଦାସ, ସଭାପତି ପଙ୍କୋଜୀନି ପରିଡ଼ା ଏବଂ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ଯା ଏଲିନା ସାମଲ ସହିତ ବିଦ୍ୟାଳୟର ସମ୍ପାଦକ ଗୋପିନାଥ ସାମଲଙ୍କ ତତ୍ତ୍ଵ ଅବଧାନ ସହିତ ସଭା କାର୍ଯ୍ୟ ପରିଚାଳିତ ହୋଇଥିଲା। ବିଦ୍ୟାଳୟର ଅନେକ ବିଦ୍ୟାର୍ଥୀ ଉପସ୍ଥିତ ରହି ସଭାକାର୍ଯ୍ୟ ସହିତ ବିଭିନ୍ନ ପ୍ରକାରର ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ରେ ଭାଗ ନେଇଥିଲେ ।
ବିଦ୍ୟାଳୟର ବିଭିନ୍ନ କଳା କ୍ଷେତ୍ରରେ ଉଲ୍ଲେଖନୀୟ କୃତୀ ପାଇଁ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଶେଷରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଏବଂ ସମସ୍ତ କର୍ମଚାରୀ ମାନେ ସହାୟତା କରିଥିଲେ। ବିଶେଷ କରି ସଭାକାର୍ଯ ତଦାରଖ ବ୍ୟବସ୍ଥାକୁ ସଫଲ୍ଯ ମଣ୍ଡନ ପାଇଁ ଚିତ୍ତରଞ୍ଜନ ପରିଡ଼ାଙ୍କୁ ବିଦ୍ୟାଳୟ ପକ୍ଷରୁ ଧନ୍ୟବାଦ ଦିଆଯାଇଥିଲା। ଶେଷରେ ପଙ୍କଜ କୁମାର ସାମଲ ସଭାରେ ଧନ୍ୟବାଦ ଅର୍ପଣ କରିଥିଲେ।