ବିଜ୍ଞାନ ପ୍ରଚାର ସମିତି ର ପାକ୍ଷୀକ *ଅଧିବେଶନ

କଟକ : ୨୩.୦୨.୨୫ ତାରିଖ ବିଜ୍ଞାନ ପ୍ରଚାର ସମିତି ର ଏକ ଅଧିବେଶନ ଦୋଳ ମୁଣ୍ଡାଇ ସ୍ଥିତ କାର୍ଯ୍ୟାଳୟ ପରିଶରରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଅଧ୍ୟକ୍ଷତା କରିଥିଲେ ଡାକ୍ତର ନିତ୍ୟାନନ୍ଦ ସ୍ୱାଇଁ। ପୂର୍ବ ଅଧିବେଶନର ବିବରଣୀ ପାଠ କରିଥିଲେ କବିତା ପାଟ୍ଟଶାଣୀ। ଏହି ଅଧିବେଶନର ପ୍ରବନ୍ଧ ପାଠ କାର୍ଯ୍ୟକ୍ରମ ରିଡ଼ାଥରନ -୨ ରେ ଅନେକ ଗୁଡ଼ିଏ ପ୍ରବନ୍ଧ ପାଠ କରାଯାଇଥିଲା। ଡଃ. ହେମନ୍ତ ପରିଡ଼ା ଙ୍କ ପ୍ରବନ୍ଧ ଥିଲା ‘ ସ୍ବାସ୍ଥ୍ୟ ଉପରେ ଛିଙ୍କ ର ପ୍ରଭାବ ‘। ଡଃ ସଚ୍ଚିଦାନନ୍ଦ ଶତପଥୀ ଙ୍କ ପ୍ରବନ୍ଧ ଥିଲା ‘ ମଶା ନିୟନ୍ତ୍ରଣ ପାଇଁ ଗୃହିଣୀ ଙ୍କ ଭୂମିକା ।ଡଃ ସୁବାସିନୀ ଲେଙ୍କା ପାଠ କରିଥିଲେ ‘ *ପ୍ରାକୃତିକ ତୈଳ ରୁ ପଲିମର ପ୍ରସ୍ତୁତି ଓ ତା ‘ର *ବ୍ୟବହାର ‘। ଡାକ୍ତର ବରଦା ଚରଣ ମହାନ୍ତି ପାଠ କରିଥିଲେ ‘ ଆମ ଜାତୀୟ ପକ୍ଷୀ ମୟୂର ‘। ଡକ୍ଟର ଶିବ ଶଙ୍କର ନାୟକ ଙ୍କ ଉପସ୍ଥାପନା ଥିଲା ‘ ଖାଦ୍ୟ ଯୋଜକ ‘। ଶ୍ରୀ ଅରବିନ୍ଦ କର ପାଠ କରିଥିଲେ ‘ ବିଶ୍ଵ ର ବୟସ ‘। ସୌଭାଗିନୀ ରାୟ ଙ୍କ ପ୍ରବନ୍ଧ ଥିଲା ‘ ଓଜନ ସ୍ତର ଓ ତା ‘ର ସୁରକ୍ଷା ‘। ଡଃ ଦେବେନ୍ଦ୍ର ନାଥ ସାହୁ ଉପସ୍ଥାପନ କରିଥିଲେ ‘ ଆଲୋକ ର ରଙ୍ଗ – କୃଷ୍ଣବସ୍ତୁ ବିକିରଣ ର ରହସ୍ୟ* ‘। ଶ୍ରୀ ବ୍ରଜବନ୍ଧୁ ପୃଷ୍ଟି ଙ୍କ ପ୍ରବନ୍ଧ ଥିଲା ‘ ହୋମି ଜାହାଙ୍ଗୀର ଭାବା ‘। ଶ୍ରୀ ମହେନ୍ଦ୍ର କାୟସ୍ଥ ଙ୍କ ଉପସ୍ଥାପନା ଥିଲା ‘ ବସ୍ତୁର ଚତୁର୍ଥ ଅବସ୍ଥା ‘। ଡାକ୍ତର ଅକ୍ଷୟ କୁମାର ମିଶ୍ର ଉପସ୍ଥାପନ କରିଥିଲେ ‘ ଜ୍ଞାନ ଅର୍ଜନ ଓ ସ୍ମୃତି ସଂରକ୍ଷଣ ‘ । ଡାକ୍ତର ନିତ୍ୟାନନ୍ଦ ସ୍ୱାଇଁ ଙ୍କ ଉପସ୍ଥାପନା ଥିଲା ‘ ଧଳା ଜହର ଚିନି ‘। ଆଜିର ସଭାରେ ଡାକ୍ତର ନିତ୍ୟାନନ୍ଦ ସ୍ୱାଇଁ ଙ୍କ ଲିଖିତ ପୁସ୍ତକ ‘ କିପରି ପିଲାଙ୍କୁ ଗଢ଼ିବା ‘ ଉନ୍ମୋଚନ କରାଯାଇଥିଲା। ଡଃ ଦେବେନ୍ଦ୍ର କୁମାର ସାହୁ ଏବଂ ଇଁ ଧୀରେନ୍ଦ୍ର କୁମାର ବିଶ୍ୱାଳ ଙ୍କ ହସ୍ତରେ ଏହି ପୁସ୍ତକଟି ଉନ୍ମୋଚିତ ହୋଇଥିଲା। ଶେଷରେ ଶ୍ରୀ ଅରବିନ୍ଦ କର ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *