
ପ୍ରେମ ସତ୍ୟ ପ୍ରେମ ନିତ୍ୟ
ପ୍ରେମ ଅଟେ ଚିରନ୍ତନ
ପ୍ରେମ କୁ ଜାବୁଡ଼ି ଧରି ପାରିଲେ
ଏ ଜୀବନ ହୁଏ ଧନ୍ୟ
ଚୀରନ୍ତନ ଅଟେ ପ୍ରେମ —
ରାଧା କୃଷ୍ଣ ଙ୍କ ପ୍ରେମ
କେଦାର ଗୌରୀ ପ୍ରେମ
ଆଜିବି ଅମର ହୋଇ ରହିଅଛି
ଶିବ ପାର୍ବତୀ ଙ୍କ ନାମ
ଚୀରନ୍ତନ ଅଟେ ପ୍ରେମ —–

ପ୍ରେମର ମୃତ୍ୟୁ ନାହିଁ
ପ୍ରେମ ର ବନ୍ଧନ ନାହିଁ
ମାନେନା ସେ ଧନୀ ଗରୀବ
ଜାତି ଅଜାତିର ନାମ
ଚୀରନ୍ତନ ଅଟେ ପ୍ରେମ —-
ପ୍ରେମର ସୁଆଦ ଚାଖିଛି ଯିଏ
ସପ୍ତ ସିନ୍ଧୁ ପାର ହୋଇଛି ସିଏ
କଣ୍ଟକିତ ପଥ ଅତିକ୍ରମ କରି
ପାଇଛି ନବ ଜନମ
ଚୀରନ୍ତନ ଅଟେ ପ୍ରେମ —-
ପିତା ପୁତ୍ରର ପ୍ରେମ
ଭାଇ ଭଗିନୀ ର ପ୍ରେମ
ପ୍ରେମୀ ଯୁଗଳଙ୍କ ପ୍ରେମ
ସବୁ ଇଶ୍ଵର ଙ୍କ ଦାନ
ସବୁ ଇଶ୍ଵର ଙ୍କ ଦାନ
ଚୀରନ୍ତନ ଅଟେ ପ୍ରେମ —
—————————-
ନିରୁପମା ସ୍ୱାଇଁ
ବାରିପଦା ମୟୂରଭଞ୍ଜ