ସେଣ୍ଟ ଜାଭିୟର୍ସ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ପାଳନ

କଟକ ୦୮-୦୨-୨୦୨୫ରିଖ ସେଣ୍ଟ ଜାଭିୟର୍ସ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ୧୩ତମ ବାର୍ଷିକ ଉତ୍ସବ ସ୍ଥାନୀୟ କଟକ‌ ଜଗତ ପୁର ସ୍ଥିତ ନିମ ପୁର ଖେଳ ପଡିଆ ପରିସରରେ ମହା ସମାରୋହରେ ପାଳିତ ହୋଇଯାଇଛି। ବିଦ୍ୟାଳୟଟି ଆଜିକୁ ୧୩ ବର୍ଷ ତଳେ ପାଦ ଥାପି ଥିଲା।
ଏହି ୧୩ ବର୍ଷର ଶିଶୁକୁ ଆଗକୁ ବଢ଼ାଇବା ପାଇଁ ସମସ୍ତଙ୍କ ସଦିଚ୍ଛା ଆବଶ୍ୟକ ବୋଲି ବକ୍ତା ମାନେ ମତ ବ୍ୟକ୍ତ କରିଛନ୍ତ। ପ୍ରାରମ୍ଭରେ ବିଦ୍ୟାଳୟର ସଭାପତି ଇଂଜିନିୟରିଂ ହରିହର ସେଠୀଙ୍କ ସହଯୋଗରେ ଅତିଥି ମାନଙ୍କ ସହିତ ଦ୍ଵିପ ପ୍ରଜ୍ବଳନ କରାଯାଇଥିଲା। ଉଦଘାଟକ ଭାବେ ଯୋଗଦେଇଥିଲେ। ବିଦ୍ୟାଳୟର ଚେୟାରମେନ ସୋମକାନ୍ତ ସେଠୀ, ବିଦ୍ୟାଳୟର ଅଧ୍ୟକ୍ଷା ଅମ୍ବିକା ବିଶ୍ୱାଳ‌, ଚିନ୍ମୟୀ ସାମନ୍ତରାୟ ଦେବଦୂତୀ ସ୍ବାଇଁଙ୍କ ସହିତ ବିଦ୍ୟାଳୟର ବାର୍ଷିକ ପତ୍ରିକା ଉନ୍ମୋଚନ କରାଯାଇଥିଲ। ମୁଖ୍ୟ ଅତିଥି ଭାବେ ମାନ୍ୟବର ନ୍ୟାୟଧିଶ ମନୋରଞ୍ଜନ ମହାନ୍ତି ଯୋଗଦେଇ ଥିବା ବେଳେ ବକ୍ତା ପୁରୀ ନିଗମାନନ୍ଦ ଆଶ୍ରମର ସ୍ବାମୀ ଶଙ୍କରା ନନ୍ଦ ସରସ୍ବତୀ ସହିତ ସମ୍ମାନୀତ ଅତିଥି ପ୍ରଫେସର ଡ଼ଃ କାଳିକଙ୍କର ପଟ୍ଟନାୟକ ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ‌ କଟକ ଚୌଦ୍ଵାର ସୈଭିକ ବିଶ୍ବାଳ ଶିଖରପୁର‌ ଗଣ୍ଡରପୁର ପୂଜା କମିଟିର ସମ୍ପାଦକ ବିଷ୍ଣୁପଦ ନାୟକ ଏବଂ ସ୍ଥାନୀୟ କର୍ପୋରେଟର ନଳିନୀ ପ୍ରଭା ବେହେରାଙ୍କ ଉପସ୍ଥିତ ରହି ସଭାକାର୍ଯ୍ୟ ପରିଚାଳନା କରିଥିଲେ। ବିଭୁତି କୁମାର ରାୟ ଓ ସରିତା ଲେଙ୍କାଙ୍କୁ ବିଦ୍ୟାଳୟ ଦ୍ଵାରା ପୁରସ୍କୃତ କରାଇଥିଲା। ଦ୍ୟାଳୟର ଅଧ୍ୟାପିକା ବାର୍ଷିକ ବିବରଣୀ ଉପସ୍ଥାପନା କରିଥିଲେ। ବିଭିନ୍ନ କଳା କ୍ଷେତ୍ରରେ ଉଲ୍ଲେଖନୀୟ କୃତୀ ପାଇଁ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଶେଷର ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ବିଦ୍ୟାଳୟର ସଭାପତି ଇ ହରିହର ସେଠୀ ଉପସ୍ଥିତ ରହି ସଭାକାର୍ଯ୍ୟ ପରିଚାଳନା କରିଥିଲେ। ବିଦ୍ୟାଳୟର ସସ୍ମିତା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *