
କଟକ :: ୦୯.୦୨. ୨୦୨୫ :: ବିଜ୍ଞାନ ପ୍ରଚାର ସମିତି ର ପାକ୍ଷୀକ ଅଧିବେଶନ ଦୋଳମୁଣ୍ଡାଇ ସ୍ଥିତ କାର୍ଯ୍ୟାଳୟ ପରିସର ରେ ଡାକ୍ତର ନିତ୍ୟାନନ୍ଦ ସ୍ୱାଇଁ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି। ପୂର୍ବ ଅଧିବେଶନ ର ବିବରଣୀ ପାଠ କରିଥିଲେ ସମ୍ପାଦକ କବିତା ପାଟ୍ଟଶାଣୀ। ଆଜିର ପ୍ରବନ୍ଧ ପାଠ କାର୍ଯ୍ୟକ୍ରମ କୁ
ରିଡାଥନ୍-୧ ଭାବେ ଗ୍ରହଣ କରାଯାଇ ମୋଟ ୧୨ଟି ପ୍ରବନ୍ଧ ପାଠ କରାଯାଇଥିଲା। ଡଃ ସୁବାସିନୀ ଲେଙ୍କା ଙ୍କ ପ୍ରବନ୍ଧ ଥିଲା ‘ ବିଦ୍ୟୁତ୍ ପରିବାହୀ ଚମତ୍କାର ପଲିମର ‘ ଡଃ ହେମନ୍ତ କୁମାର ପରିଡ଼ା ପାଠ କରିଥିଲେ ‘ ମଣିଷ ର ଆବେଗ ବା ଇମୋସନ୍ , ଡଃ ସଚ୍ଚିଦାନନ୍ଦ ଶତପଥୀ ଙ୍କ ପ୍ରବନ୍ଧ ଥିଲା ‘ ଗୃହ ସେବାରେ ଲୁଣ ‘ , ଶ୍ରୀ ସୁକାନ୍ତ କିଶୋର ମହାନ୍ତି ପାଠ କରିଥିଲେ
‘ ପତ୍ରର ବାର୍ଦ୍ଧକ୍ୟ ‘, ଶ୍ରୀ ବ୍ରଜବନ୍ଧୁ ପୃଷ୍ଟି ଙ୍କ ଉପସ୍ଥାପନା ଥିଲା ‘ ମେଘନାଦ ସାହା ଓ ମହାକାଶ ପର୍ଯ୍ୟବେକ୍ଷଣାଗାର ‘ , କବିତା ପାଟ୍ଟଶାଣୀ ଙ୍କ ପ୍ରବନ୍ଧ ଥିଲା
‘ ମହାସାଗରୀୟ ଜଳରାଶି ‘, ଡଃ ଦେବେନ୍ଦ୍ର ନାଥ ସାହୁ ପାଠ କରିଥିଲେ ‘ବହୁରୂପୀ ଉର୍ଜା ‘ , ଡଃ ଶିବ ଶଙ୍କର ନାୟକ ଙ୍କ ଉପସ୍ଥାପନା ଥିଲା ‘ କମ୍ପୁଟେସନାଲ କେମେଷ୍ଟ୍ରୀ , ଶ୍ରୀ ମହେନ୍ଦ୍ର କୁମାର କାୟସ୍ଥ ଙ୍କ ପ୍ରବନ୍ଧ ଥିଲା ‘ ନିଷ୍କ୍ରିୟ ଗ୍ୟାସ ର ଆବିଷ୍କାର ଓ ପ୍ରୟୋଗ ‘ ଡଃ ଆଶୁତୋଷ ଦେବତା ପାଠ କରିଥିଲେ ‘ ପ୍ରାକୃତିକ ସହନଶୀଳ ସବୁଜ ସହର ‘, ଶ୍ରୀ ଅରବିନ୍ଦ କର ଙ୍କ ପ୍ରବନ୍ଧ ଥିଲା ‘ ଭାରତର ଚନ୍ଦ୍ର ଅଭିଯାନ ‘, ଡଃ ନିତ୍ୟାନନ୍ଦ ସ୍ୱାଇଁଙ୍କ ଉପସ୍ଥାପନା ଥିଲା ‘ ‘ ଧଳା ଜହର ଲୁଣ ‘,। ସମିତି ର ଅନ୍ୟାନ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ଭାଗ ନେଇଥିଲେ ଡଃ ଜ୍ୟୋତିଷ ଚନ୍ଦ୍ର ମହାନ୍ତି , ଡାକ୍ତର ଅକ୍ଷୟ କୁମାର ନନ୍ଦ, ଶ୍ରୀ ରଶ୍ମିରଞ୍ଜନ ବିଶ୍ଵାଳ । ଧନ୍ୟବାଦ ଅର୍ପଣ କରିଥିଲେ ଯୁଗ୍ମ ସମ୍ପାଦକ ଶ୍ରୀ ଅରବିନ୍ଦ କର ।