ଶ୍ରୀଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପ୍ରଥମ ବାର୍ଷିକ ଉତ୍ସବ।

କଟକ ତା ୦୯-୦୨-୨୦୨୫ ରିଖ ଶ୍ରୀ ଜଗନ୍ନାଥ‌ ଚାରି ଟେବୁଲ୍ ଟ୍ରଷ୍ଟର‌‌ ପ୍ରଥମ ବାର୍ଷିକ ଉତ୍ସବ ସ୍ଥାନୀୟ କଟକ ଇଷ୍ଟ କୋଷ୍ଟ ରେଲୱେ ଇନଷ୍ଟିଚୁ୍ୟଟ ଠାରେ ପାଳିତ ହୋଇଯାଇଅଛି।ସଦା ସର୍ବଦା ଆପଣଙ୍କ ସାଥିରେ ଅଛୁ ଓ ମାନବ ସେବା ହିଁ ମାଧବ ସେବା ଏହି ନୀତିରେ ଆମେ ସମସ୍ତେ ଏକାଠି ବାନ୍ଧି ରହିବା ଭଲ କାର୍ଯ୍ୟ କରିବାର ଲକ୍ଷ୍ୟ ନେଇ ଆଗକୁ ବଢାଇବାର ପ୍ରୟାସ ରଖିବା ନିମନ୍ତେ ପ୍ରତିଜ୍ଞାବଦ୍ଧ ବୋଲି ଆମେ ଭାବିବା। ଏହି ବାର୍ତ୍ତା ଦେଇଛନ୍ତି ଶ୍ରୀ ଜଗନ୍ନାଥ‌ ଚାରି ଟେବୁଲ୍ ଟ୍ରଷ୍ଟର‌‌ କର୍ମ କର୍ତ୍ତା ମାନେ। ଆଜି ଏହି କାର୍ଯ୍ୟକ୍ରମରେ ଉଦଘାଟକ ଭାବେ କଟକ ଚୌଦ୍ଵାର ପୂର୍ବତନ ବିଧାୟକ ଶ୍ରୀଯୁକ୍ତ‌ ଡଃ ପ୍ରଭାତ ରଞ୍ଜନ ବିଶ୍ବାଳ, ବରେଣ୍ୟ ଅତିଥି ପୂର୍ବତନ କଟକ ବାରବାଟି ବିଧାୟକ ମହମ୍ମଦ ମୋକିମ, ମୂଖ୍ୟ ଅତିଥି ଭାବେ ଡାକ୍ତର ଅମରେନ୍ଦ୍ର ନାଥ ଦାସ, ମୂଖ୍ୟ ବକ୍ତା ଭାବେ ବିଶିଷ୍ଟ ସମାଜସେବୀ ପ୍ରଫେସର ଯୁଧିଷ୍ଠିର ଖଟୁଆ, ସମ୍ମାନୀତ ବକ୍ତା ଭାବେ ସମାଜସେବୀ ବୁଦ୍ଧେଶ୍ବର ପ୍ରସାଦ ଦାସ, ସମାଜସେବୀ ଉତ୍ତମ ବେହେରା, ସମ୍ମାନୀତ ଅତିଥି ପ୍ରଫେସର ସ୍ମିତା ମହାପାତ୍ର, ଡଃ ପ୍ରିୟ ଦର୍ଶିନୀ ରଥ, ସମାଜସେବୀ ସଞ୍ଜୟ କୁମାର ଠାକୁର, ସମାଜସେବୀ ପ୍ରଦୀପ ବେହେରା, ସମାଜସେବୀ ବଟକୃଷ୍ଣ ସାହୁ ସହିତ ଶ୍ରୀ ଜଗନ୍ନାଥ ଚାରି ଟେବୁଲ୍ ଟ୍ରଷ୍ଟର‌‌ ପ୍ରତିଷ୍ଠାତା ସଭାପତି ଦେବାଶିଷ ସାହୁ ସହିତ ଉପ ସଭାପତି ସରୋଜିନୀ କାହାଳୀ ରହି ସଭାକାର୍ଯ୍ୟ ପରିଚାଳନା କରିଥିଲେ। ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଆସିଥିବା ଏବଂ ବିଭିନ୍ନ ସେବା କାର୍ଯ୍ୟକରିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ମାନୀତ କରାଯାଇଥିଲା ଶେଷରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଆସିଥିବା କଳାକାର ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Leave a Reply

Your email address will not be published. Required fields are marked *