

କଟକ :: ସାରଳା ସାହିତ୍ୟ ସଂସଦ ଆନୁକୁଲ୍ୟରେ ତୁଳସୀ ପୁର ସ୍ଥିତ ଶାରଳା ଭବନଠାରେ ପ୍ରଫେସର ଡ଼ଃ ବୈଷ୍ଣବ ଚରଣ ସାମଲ ଚଳିତ ବର୍ଷ କେନ୍ଦ୍ର ସାହିତ୍ୟ ଏକାଡେମୀର ପୁରସ୍କାର ପାଇଥିବାରୁ ତାଙ୍କୁ ସମ୍ବର୍ଦ୍ଧନା ଏବଂ ଶ୍ରୀମତୀ ସୋହାଗିନି ବେହେରାଙ୍କ ଉପନ୍ୟାସ,”ଅଭିଶପ୍ତା ନାୟିକା ଓ ଗଳ୍ପ ଗ୍ରନ୍ଥ”ଅତୁଟ ବନ୍ଧନର ପୁସ୍ତକ ଦୁଇଖଣ୍ଡ ଉନ୍ମୋଚନ ହୋଇଥିଲା। ସାରଳା ସାହିତ୍ୟ ସଂସଦରେ ସଭାପତି ତଥା ପ୍ରତିଷ୍ଠାତା ଇଂ ପ୍ରଭାକର ସ୍ୱାଇଁଙ୍କର ଅଧ୍ୟକ୍ଷତାରେ ଅନୁଷ୍ଟିତ କାର୍ଯ୍ୟକ୍ରମରେ ପ୍ରାକ୍ତନ ସାଂସଦ ଓ ସାହିତ୍ୟିକ ଶ୍ରୀ ରାମଚନ୍ଦ୍ର ଖୁଣ୍ଟିଆ କାର୍ଯ୍ୟକ୍ରମକୁ ଉଦଘାଟନ କରି ସୁଲେଖିକା ସାହିତ୍ୟ କୃତି ସୋହାଗିନୀ ସାହିତ୍ୟ କୃତି ଉପରେ ଆଲୋଚନା କରି କହିଲେ ଅଭିଶପ୍ତା ନାୟିକା ଓ ଅତୁଟ ବନ୍ଧନ ଦୁଇଟି ପୁସ୍ତକ ଆଦୃତ ହୋଇ ରହିବ। ଶ୍ରୀମତୀ ବେହେରା ସୁଲେଖକା ଭାବେ ପରିଚିତ। ବିଶେଷ କରି ସେ ସାମାଜର ବିଭିନ୍ନ ଘଟଣା ବୋଲି ସାହିତ୍ୟ ମାଧ୍ୟମରେ ରୂପ ଦେଇଛନ୍ତି। ବିଶିଷ୍ଟ ସାହିତ୍ୟିକା ଡଃ ସୁଲୋଚନା ଦାସ ଏବଂ ରେଭେନ୍ସା ବିଶ୍ୱବିଦ୍ୟାଳୟ ଓଡିଆ ଭାଷା ବିଭାଗର ମୂଖ୍ୟ ଡଃ ସଂଘମିତ୍ରା ବେହେରା ସହିତ ପ୍ରଫେସର ଡ଼ଃ ବୈଷ୍ଣବ ଚରଣ ସାମଲ ଅତିଥି ଭାବେ ଯୋଗ ଦେଇ ଉଭୟ ପୁସ୍ତକର ରଚୟିତା ଶ୍ରୀମତୀ ସୋହାଗିନି ବେହେରାଙ୍କ ସାହିତ୍ୟ କୃତି ଉପରେ ଆଲୋଚନା କରିଥିଲେ। ଏହି ଅବସରରେ ସାହିତ୍ୟ ସଂସଦ ପକ୍ଷରୁ ପ୍ରଫେସର ଡ଼ଃ ବୈଷ୍ଣବ ଚରଣ ସାମଲଙ୍କୁ ସମ୍ମାନୀତ କରାଯାଇଥିଲା ସଂଜିବ କୁମାର ପଟ୍ଟନାୟକ ସ୍ବାଗତ ଭାଷଣ ଦେଇ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ।