
କଟକ ୧୦-୦୨-୨୦୨୫ରିଖ କଟକ କ୍ଯାଣ୍ଟମେଣ୍ଟ ଥିବା ଇମ୍ରାତ୍ ପବ୍ଲିକ ସ୍କୁଲର ୨ତମ ବାର୍ଷିକ ଉତ୍ସବ ସ୍ଥାନୀୟ କଟକ କଳାବିକାଶ କେନ୍ଦ୍ର ପରିସରରେ ମହା ସମାରୋହରେ ପାଳିତ ହୋଇଯାଇଛି। ଆଜକୁ ୨ବର୍ଷ ତଳେ ବିଦ୍ୟାଳୟଟି ସ୍ଥାନୀୟ ଅଂଚଳରେ ଛୋଟ ଛୋଟ ପିଲାମାନଙ୍କୁ ନେଇ ବିଦ୍ୟାଳୟର ଶିକ୍ଷା ଆରମ୍ଭ ହୋଇଥିଲା।
ଏହି ୨ ବର୍ଷର ଶିଶୁକୁ ଆଗକୁ ବଢ଼ାଇବା ପାଇଁ ସମସ୍ତଙ୍କ ସଦିଚ୍ଛା ଆବଶ୍ୟକ ବୋଲି ବକ୍ତା ମାନେ ମତ ବ୍ୟକ୍ତ କରିଛନ୍ତି। ମୂଖ୍ୟ ଅତିଥି କଟକ ବାରବାଟି ବିଧାୟିକା ସୋଫିଆ ଫିଦୋର। ମୂଖ୍ୟ ବକ୍ତା ଜନବ ଓ୍ବାଲ୍ଲୀ ରହମାନି, ଯୋଗଦେଇଥିଲେ। ଉଦଘାଟକ ଭାବେ ଜବ ସୟଦ କାବୁଲ, ବିଶିଷ୍ଟ ମୁଖ୍ୟ ଅତିଥି ଭାବେ ସଫଦର ହାସିମ ଯୋଗଦେଇ ଥିବା ବେଳେ ସମ୍ମାନନୀୟ ଅତିଥି ଭାବେ ସୟଦ ମୁଶାରଫ, ଫଜଲର ରହମାନ, ଓ୍ବାଜୀ ଅଞ୍ଚଲ ଆଲ୍ଲମ ସହିତ ଅନେକ ବୁଦ୍ଧି ଜୀଵୀ ଯୋଗ ଦେଇଥିଲେ। ବିଭିନ୍ନ କଳା କ୍ଷେତ୍ରରେ ଉଲ୍ଲେଖନୀୟ କୃତୀ ପାଇଁ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଶେଷର ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।