
REPORTER – Santosh Dalal
DATE-11.02.25
PLACE- UMERKOTE
ANCHOR – ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ୍ ରେ ରହିଥିବା ଐତିହାସିକ ପୋଡ଼ାଗଡ ପୀଠ ରେ ନଳବଂଶ ରାଜା ଙ୍କଐତିହ ମାଘ ମଣ୍ଡେଇ ଧୂମଧାମ ରେ ପାଳିତ ହୋଇଯାଇଛି। ଏହି ମଣ୍ଡେଇ ରେ ଦେବାଦେବୀ ଙ୍କ ମେଳଣ ହେବା ସହ ବହୁ ଦୂରଦୂରନ୍ତାରୁ ଆସିଥିବା ଶ୍ରଦ୍ଧାଳୁ ନିଜ ସମ୍ପର୍କୀୟ ଙ୍କୁ ଭେଟିବାର ସୁଯୋଗ ପାଇଥାନ୍ତି। ସ୍ଥାନୀୟ ଭାଷାରେ ମଣ୍ଡେଇ ର ଅର୍ଥ ହେଲା ମେଳଣ। ଏହି ମଣ୍ଡେଇ ର ବିଶେଷତ୍ଵ ହେଲା ନଳ ବଂଶର ରାଜତ୍ୱ ସମୟରେ ଏହି ଅଞ୍ଚଳ କୁ ପୁଷ୍କର ବୋଲି କୁହାଯାଉଥିଲା । ଏହି ଠାରୁ ଅଭିବକ୍ତ କୋରାପୁଟ, କଳାହାଣ୍ଡି,ଛତିଶଗଡ ଏବଂ ମହାରାଷ୍ଟ୍ର ପର୍ଯ୍ୟନ୍ତ ଏହି ନଳ ବଂଶ ଙ୍କ ରାଜା ମାନେ ରାଜତ୍ୱ କରୁଥିଲେ।ସେହି ସମୟ ରୁ ପ୍ରତି ବର୍ଷ ମାଘ ମାସରେ ଦେବଦେବୀ ଙ୍କ ମିଳନ ବା ମଣ୍ଡେଇ ପାଳନ ହୁଏ।ସେହି ପରମ୍ପରା ଓ ସଂସ୍କୃତି କୁ ସ୍ଥାନୀୟ ଆଦିବାସୀ ଆଜି ପର୍ଯ୍ୟନ୍ତ ବଜାଇ ରଖିଛନ୍ତି। ଏହି ସମୟରେ ନଳ ବଂଶ ରାଜତ୍ୱ ସମୟର ଧ୍ୱଂସାବିଶେଷ କୁ ଦେଖିବାକୁ ସୁଯୋଗ ପାଇଥାନ୍ତି। ପ୍ରତିବର୍ଷ ରାଜାଙ୍କ ଇଷ୍ଟ ଦେବୀ ଉପରଗଡରେ ଥିବା ଗଦୀମା ମନ୍ଦିର ଭୈରବ ଓ ଚାଉଁରୀୟା, ଦନ୍ତେଶ୍ୱରୀ, ବିର ନାରାୟଣ ଙ୍କ ନାମରେ ଏହି ମଣ୍ଡେଇ ପାଳିତ ହୋଇଥାଏ।
VO 1-ମାଘ ମଣ୍ଡେଇ ପାଇଁ ଚଳଚଞ୍ଚଳ ପ୍ରସିଦ୍ଧ ପୋଡ଼ାଗଡ ପୀଠ ଚାଲିଛି ମାଘ ମଣ୍ଡେଇ । ଏହି ଅବସର ରେ ମୋଟ ୯୩ ମୌଜା ବା ୩ ମୁଠାର ସମସ୍ତ ଦେବାଦେବୀ ପ୍ରତୀକ ଲାଠି କୁର୍ଚି ଓ ବିମାନ ସହ ପଡୋଶୀ ରାଜ୍ୟ ଛତିଶଗଡ ରାଜ୍ୟ କଲାବାଲି, କର୍ପାଉଣ୍ଡ, ଭୟବେଲି,ଅମରାବତୀ ଓ ତେର ଗୋଟି ଗ୍ରାମର ଦେବା ଦେବୀ ଙ୍କ ଲାଠି, କୁର୍ଚି ଉପସ୍ଥିତ ଥିଲେ। ଆୟୋଜକ କମିଟି ଦେବାଦେବୀ ଙ୍କ ରୀତିନୀତି ପ୍ରକାରେ ମଣ୍ଡେଇ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି ଏହା ପରେ ସମସ୍ତ ଦେବାଦେବୀ ଙ୍କ ପ୍ରତୀକ ନିଜ ନିଜ ଗ୍ରାମକୁ ଫେରିଯିବେ। ଏହି ଦେବା ଦେବୀ ମିଳନ ବା ମଣ୍ଡେଇ କୁ ଦେଖିବାକୁ ଓଡିଶା ତଥା ଛତିଶଗଡ ଅଞ୍ଚଳ ର ବହୁ ଶ୍ରଦ୍ଧାଳୁ ଆସିଥାନ୍ତି।ଏହି ମଣ୍ଡେଇ ରେ ଦେବାଦେବୀ ଙ୍କ ମେଳଣ ହେବା ସହ ବହୁ ଦୂର ଦୂରନ୍ତାରୁ ଆସିଥିବା ଶ୍ରଦ୍ଧାଳୁ ନିଜ ସମ୍ପର୍କୀୟ ଙ୍କୁ ଭେଟିବାର ସୁଯୋଗ ପାଇଥାନ୍ତି।