ସୁନ୍ଦରଗଡ଼ ଜିଲ୍ଲା ଠାରେ ଅନୁଷ୍ଠିତ ଓଡ଼ିଶା ଲୋକକଳା ମହୋତ୍ସବରେ ସମ୍ମାନିତ ହେଲେ ରାୟଗଡ଼ାର ଜଣାଶୁଣା କଳାକାର (ସୁପ୍ରିତ୍) ସନ୍ତୋଷ ବଛା

ରାୟଗଡ଼ା: ( କ :ପ୍ର )ସୁନ୍ଦରଗଡ଼ ଜିଲ୍ଲା ବଣାଇଗଡ଼ ଠାରେ ଅନୁଷ୍ଠିତ ଓଡ଼ିଶା ଲୋକକଳା ମହୋତ୍ସବ ୨୦୨୫ ତିନି ଦିନ ଧରି ଚାଲିଥିବା ଅବସରରେ ରାୟଗଡ଼ାର ଜଣାଶୁଣା କଳାକାର ତଥା ଜିଲ୍ଲା କଳା ସଂସ୍କୃତି ସଂଘ ଉପ ସଭାପତି ସୁପ୍ରିତ୍ ସନ୍ତୋଷ ବଛା ସମ୍ମାନୀତ ଅତିଥି ଭାବେ ଯୋଗଦାନ କରିଥଲେ ଏହା ସହ ତାଙ୍କୁ ଆୟୋଜକ ଙ୍କ ତରଫରୁ ମଞ୍ଚରେ ମାନପତ୍ର ପ୍ରଦାନ ସହ ସମ୍ବର୍ଦ୍ଧିତ କରାଯାଇଥିଲା। ଏହା ବଣାଇଁଗଡ଼ ରାଜଧରଣୀ ଧର ବହୁମୁଖୀ ପଡିଆ ଠାରେ ଓଡିଶା ଲୋକକଳl ମହୋତ୍ସବରେ ମହାନ୍ ବ୍ୟକ୍ତିତ୍ଵ ଶ୍ରୀ ବୀର କେଶରୀ ଇନ୍ଦ୍ରଦେବ ଙ୍କ କର କମଳରେ ଉଦଘାଟନ ହୋଇଥିବା ବେଳେ ବଣାଇଗଡ଼ର ଆୟୋଜକଙ୍କ ତତ୍ଵାବଧାନରେ ଓଡିଶାର ୩୦ ଟି ଜିଲ୍ଲା ରୁ ଲୋକ କଳାକାର କଳାକାରୀ ର ଝଲକ ଦେଖାଇଥିଲେ l ବିଭିନ୍ନ ଅଞ୍ଚଳ ରୁ କୀର୍ତନ. ସମ୍ପ୍ରଦା. କିସାନ ନାଚ. ଓରାମ ନାଚ. ଇତ୍ୟାଦି ତାଙ୍କର କଳା ପ୍ରଦର୍ଶନ କରି ଦର୍ଶକଙ୍କ ମନ ବିମୋହିତ କରି ଥିଲେ। ଏହି କାର୍ଯ୍ୟକ୍ରମ ରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଅତିଥି ଗଣ ଯୋଗ ଦେଇ ଥିବା ବେଳେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ଗୋଷ୍ଟି ଉନ୍ନୟନ ଅଧିକାରୀ ଦିବ୍ୟସଙ୍କର ଜୟପୁରିଆ ଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥଲେ। ସମ୍ମାନିତ ଅତିଥି ଭାବେ ଓଡ଼ିଶା କଳାକାର ମହାସଂଘ ର ସଭାପତି ଚୈତନ୍ୟ ପାଇକ ବ୍ୟଙ୍ଗକବି ଦେବେନ୍ଦ୍ର ସାହୁ, ଆନ୍ତର୍ଜାତୀୟ କ୍ରୀଡାବିତ୍ ସନ୍ତୋଷ କୁମାର ପ୍ରଧାନ , ସମାଜସେବୀ ଶ୍ରୀକାନ୍ତ ପଣ୍ଡା, ଭୁବନେଶ୍ବର ର ଓଡ଼ିଶୀ ନୃତ୍ୟ ଗୁରୁ ସନାତନ ନାୟକ, ରାଉରକେଲା ର ପୁଲିନ ରାଉତ ରାଏ, ନୃତ୍ୟ ଗୁରୁ ବିଜୟ ନାଏକ ଏବଂ ଅନେକ ବିଶିଷ୍ଟ ବ୍ୟକ୍ତି ବିଶେଷ ଯୋଗା ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ଆୟୋଜକ ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ପଦ୍ମଚରଣ ଆଚାର୍ଯ୍ୟ ମଞ୍ଚରେ ଅତିଥିଙ୍କ ପରିଚୟ ପ୍ରଦାନ ସହ ଅନୁଷ୍ଠାନ ବିଷୟରେ ଆଲୋକପାତ କରି କାର୍ଯ୍ୟକ୍ରମକୁ ଆଗକୁ ବଢ଼ାଇ ଥିବା ବେଳେ ତାଙ୍କୁ ବରିଷ୍ଟ କଳାକାର ସମାଜସେବୀ ରମେଶ ସୁନା ସହଯୋଗ କରିଥିଲେ। ରାୟଗଡା ରୁ ତପନ କାଡ୍ରାକା l

Leave a Reply

Your email address will not be published. Required fields are marked *