ଜିତାପଟ ଭାରତୀୟଙ୍କ ଆନନ୍ଦ ସହ ଅୟୋଜନର ଅବ୍ୟବସ୍ଥା ଆନ୍ତର୍ଜାତିକ ଲଜ୍ଜା ଆଣିଛି କଟକ କ୍ରିକେଟ। ଅଶୋକ ସ୍ବାଇଁ

କଟକ ତା୦୯-୦୨-୨୦୨୫ରିଖ କ୍ରିକେଟ ଖେଳ ମଝିରୁ ହଠାତ ଫ୍ଲଡ୍ ଲାଇଟ ବନ୍ଦ ହୋଇ ଖେଳ ଅଧାରୁ ଅଟକିବା ପ୍ରସଙ୍ଗ ଆନ୍ତର୍ଜାତୀୟ ସ୍ତରରେ ଆମ ଦେଶ ରାଜ୍ଯ ତଥା ଓଡିଆଙ୍କୁ ଲଜ୍ଜିତ କରିଛନ୍ତି ଆଜି କ୍ରିକେଟ ମ୍ଯାଚର ଆୟୋଜଙ୍କର ଦାୟିତ୍ବହୀନତା, ବେପରୱାପଣ ଓ ଦାଦାଗିରି। ସେମାନଙ୍କୁ ତୁରନ୍ତ ଗିରଫ କରିବା ସହ ଷ୍ଟାଡିୟମ ଅଞ୍ଚଳରୁ ତଡିପାର କରିବା ପାଇଁ ଦାବୀ କରିଛନ୍ତି କଟକ ଜିଲ୍ଲା କଂଗ୍ରେସ ମୂଖ୍ଯ ମୁଖପାତ୍ର ଶ୍ରୀଯୁକ୍ତ ଅଶୋକ ସ୍ବାଇଁ। ମ୍ୟାଚ ଭାରତ ଜିତିଲା ଆମ ଦକ୍ଷ ଖେଳାଳିଙ୍କର ଦମ୍ଭରୁ, ଆମେ ଖୁସି ପାଳନ କରିଛୁ କିନ୍ତୁ ପୁର୍ଣ୍ଣ ଲଜ୍ଜିତ ମଧ୍ଯ ହୋଇଛୁ ଦଲାଲଙ୍କର ଦୌରାତ୍ମ୍ଯରେ। ବିଭିନ୍ନ ଦେଶ ତଥା ବିଭିନ୍ନ ରାଜ୍ୟରୁ ଆସିଥିବା ଅତିଥିମାନଙ୍କ ନଜରରେ ଓଡିଆ ଅସ୍ମିତା ଆଜି ତଳକୁ ଖସିଛି କିଛି ଦଲାଲଙ୍କ ପାଇଁ। ଷ୍ଟାଡ଼ିୟମ କିଛିମାତ୍ର ଦଲାଲଙ୍କର ନିଜସ୍ବ ସମ୍ପତ୍ତି ହେଇଗଲାଣି। ପୁଲିସ ଓ ପ୍ରଶାସନ ମନଇଛା ଖେଳ ପାସ୍ ନେଇ ସେମାନଙ୍କୁ ସମ୍ପୁର୍ଣ୍ଣ ସୁରକ୍ଷା ପ୍ରଦାନ କରି ସାଧାରଣ ଲୋକଙ୍କୁ ଦୁରେଇ ରଖୁଛନ୍ତି। ଦୀର୍ଘ ବର୍ଷ ବର୍ଷ ତମାମ ଏକମାତ୍ର ପରିବାରର ଗୋଲାମଗିରିରେ ବଶୀଭୂତ ଅଧିକାଂଶ ବରିଷ୍ଠସଭ୍ଯ, କର୍ମକର୍ତ୍ତାଗଣ ଓ କର୍ମଚାରୀ। କ୍ରିକେଟ ଖେଳ ସମୟରେ ହଜାର ହଜାର ସଂଖ୍ୟାର ଟିକଟ ପାସ୍ ନାମରେ ବଜାରରେ ବାଣ୍ଟି ଏ ଗୋଷ୍ଠୀ କଳାବଜାରୀ କରି କୋଟି କୋଟି ଟଙ୍କା ବେଆଇନ ଅର୍ଥ ଉପାର୍ଜନ କରୁଛନ୍ତି। ବାରବାଟୀ ଷ୍ଟାଡ଼ିୟମ ଦୁର୍ନିତୀର ଚରମ ସୀମାରେ ପହଞ୍ଚିଛି। ମନଇଛା ଭଡା ଆଦାୟ କରୁଛନ୍ତି ଜନତାଙ୍କ ଠାରୁ, ମନଇଛା ମାଗଣା ଦିଆଯାଉଛି ପ୍ରଶାସନ ଇଙ୍ଗିତରେ ପ୍ରଭାବଶାଳି ମାନଙ୍କୁ। ପ୍ରଶାସନ ଓ କ୍ରୀଡା ବିଭାଗକୁ ଦେଣନେଣ କାରବାରରେ ଚୁପ୍ ରଖାଯାଇଛି। ଷ୍ଟାଡିୟମକୁ ଲୁଟିଛନ୍ତି ଏବଂ ଲୁଟୁଛନ୍ତି ଆଶିର୍ବାଦ ବେହେରା ଓ ତାଙ୍କ ପୁଅ ସଂଜୟ ବେହେରା, କିଛି ଅନୁଗତମାନଙ୍କ ସହଯୋଗରେ କ୍ରିକେଟ ଆସୋସିଏସନ ସହ ରାଜ୍ଯ ଅଲମ୍ପିକର ସମସ୍ତ ବିଭାଗ ସମ୍ପତ୍ତି ଲୁଟପାଟ କରି ନିଜ ଘରକୁ ନେଇ ଯାଇଛନ୍ତି ଏମାନେ। ତାଙ୍କ ବିରୁଦ୍ଧରେ ଅନିୟମିତତା ବାବଦ ଚାଲୁଥିବା ତଦନ୍ତର ଗତି କୁଆଡେ, କେବେ ଫଳାଫଳ ଆସିବ। ବେଆଇନ ଭାବେ ପାସ୍ କାହିଁକି ବଣ୍ଟାଯିବ, ଟିକଟ ଆକାରରେ ଅନଲାଇନରେ ବିକ୍ରି କାହିଁକି ନହେବ ଯଦ୍ବାରା ସାଧାରଣ ଲୋକଙ୍କ ପାଖରେ ସହଜରେ ପହଞ୍ଚି ପାରିବ। ଅଧିକାଂଶ ପାସ୍ ପୋଲିସ ଓ ପ୍ରଶାସନ ପରିବାର ଓ ସହଯୋଗୀଙ୍କୁ ଅନୈତିକ ଉପାୟରେ ମିଳୁଛି, କିନ୍ତୁ ବିଭିନ୍ନ କ୍ଲବ କ୍ରିକେଟର୍ ଓ ଅନ୍ଯ କ୍ରୀଡାବିତ ଯୋଗ୍ଯ ଖେଳାଳିମାନଙ୍କୁ ମିଳୁନାହିଁ। ମୁଖ୍ୟମନ୍ତ୍ରୀ ଖୋଦ ଖେଳ ପୁର୍ବବର୍ତ୍ତୀ ସ୍ଥିତି ଅନୁଧ୍ୟାନ କରିଥିଲେ, ଏ ଅବ୍ୟବସ୍ଥାର ଦାୟିତ୍ବ ନିଜ ଉପରକୁ ନେବେକି ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀଯୁକ୍ତ ସ୍ବାଇଁ, ନିରପେକ୍ଷ ତଦନ୍ତ କରାଯାଇ ସମସ୍ତ ଦୋଷୀଙ୍କୁ ଦଣ୍ଡ ବିଧାନ ଦାବୀ ରଖିଛନ୍ତି।

Leave a Reply

Your email address will not be published. Required fields are marked *