ୱାଇ.ଏମ.ସି.ଏ, କଟକ ଆନୁକୁଲ୍ୟରେ ଏକ ବୃହତ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜିତ

, କଟକ :: ୱାଇ.ଏମ.ସି.ଏ, କଟକ ଆନୁକୁଲ୍ୟରେ ଏକ ବୃହତ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜିତ ହୋଇଯାଇଛି । ଏହି ସ୍ବାସ୍ଥ୍ୟ ମେଳାକୁ ଉଦଘାଟନ କରିଥିଲେ କଟକ ମେୟର ସୁବାସ ଚନ୍ଦ୍ର ସିଂହ ଯୋଗଦେଇ ଥିବା ବେଳେ ୧୫ନମ୍ବର କର୍ପୋରେଟର ଲିଜା ରାଣୀ ରାଉତ ସହିତ ୱାଇ.ଏମ.ସି.ଏ, କଟକର ସଭାପତି ଡଃ. ରାଜ ବଲ୍ଲଭ ମହାନ୍ତି ଅତିଥି ମାନଙ୍କୁ ସ୍ବାଗତ ସମ୍ୱର୍ଦ୍ଧନା ଜ୍ଞାପନ କରିଥିଲେ। କଟକ ମେୟର ସୁବାସ ଚନ୍ଦ୍ର ସିଂହ ଯୋଗଦେଇ କହିଥିଲେ ବିନା ମୂଲ୍ୟରେ ଏହି ଭଳି ସ୍ବାସ୍ଥ୍ୟସେବା ମୁଁ କେଉଁଠି ଦେଖିବାକୁ ମିଳିବ ନାହିଁ।ଏ‌ହି ସ୍ବାସ୍ଥ୍ୟ ମେଳାରେ ବିଭିନ୍ନ ପ୍ରକାରର ରୋଗର ଚିକିତ୍ସା ନିମନ୍ତେ କଟକ ଏସିସିବି ମେଡିକାଲ କଲେଜର ଜଣେ ଜଣେ ବିଶେଷଜ୍ଞ ଡାକ୍ତର ଆସି ଲୋକମାନଙ୍କୁ ସେବା ଯୋଗାଇ ଦେଇଥିବାରୁ ସେ ତାଙ୍କ ଭାଷଣରେ କୃତଜ୍ଞତା ଜ୍ଞାପନ କରିଥିଲେ। କଟକ ଭାଇ ଚାର ସହରରେ‌ ଏହି ଭଳି ସ୍ବାସ୍ଥ୍ୟସେବା ଯୋଗାଇଦେବା ଓ୍ବାଇଏମ୍ ସିଙ୍କୁ ଧନ୍ୟବାଦ ଦେଇଥିଲେ। ପୂର୍ବାଞ୍ଚଳ ଆଞ୍ଚଳିକ ଅଧ୍ଯକ୍ଷ ଡଃ. ରାଜ ବଲ୍ଲଭ ମହାନ୍ତି ତାଙ୍କର ଭାଷାରେ କହିଛନ୍ତି ସ୍ବାସ୍ଥ୍ୟ ହିଁ ମୂଲ୍ୟବାନ ସମ୍ପାଦ। ଅନ୍ୟ ମାନଙ୍କ ମଧ୍ୟରେ ଆଲୋକ କୁମାର ସାହୁ ଉପସ୍ଥିତ ରହି ସ୍ବାସ୍ଥ୍ୟ ମେଳାରେ ଡାକ୍ତର ମାନଙ୍କୁ ସହଯୋଗ କରିବା ସହିତ ସ୍ବାସ୍ଥ୍ୟ ମେଳାକୁ ବୁଲି ଦେଖିଥିଲେ। ଏହି କାର୍ଯ୍ୟକ୍ରମରେ ଆଖି,ନିରଲୋଜି,କାଡିଓଲୋଜି,ହେମାଟଲୋଜି, ଭେଷଜ ବିଭାଗ ମଧୁମେହ, ଚର୍ମରୋଗ ବିଭାଗ ସହିତ ଅନେକ ରୋଗୀଙ୍କର ରୋଗ ନିର୍ଣ୍ଣୟ କରିଥିଲେ। ଏଥିରେ ୨୫୬ଜଣ ବ୍ୟକ୍ତି ବିଶେଷଙ୍କ ତାଲିକା କରି ସେମାନଙ୍କୁ ବିନାମୂଲ୍ୟରେ ଔଷଧ ସହିତ ଆଖିର ଚଷମା ଆଦି ଦିଆଯାଇଥିଲା।

Leave a Reply

Your email address will not be published. Required fields are marked *