
ଭୁବନେଶ୍ୱର
ରାଜଧାନୀ ଭୁବନେଶ୍ବରର ୟୁନିଟ ୧ ରେ ଥିବା ମଦର୍ସ ପବ୍ଲିକ ସ୍କୁଲରେ ଅନୁଷ୍ଠିତ ସୁନ୍ଦର ମୋ ଭାଷା ସାହିତ୍ୟ ଜମ୍ଭରା କେନ୍ଦୁଝରର ତ୍ରୟୋଦଶ ବାର୍ଷିକ ଅନନ୍ୟା ମହୋତ୍ସବରେ ଭୁବନେଶ୍ଵରର ସୁସାହିତ୍ୟିକା ଶକୁନ୍ତଳା ଓଝା ଙ୍କ କବିତା ପୁସ୍ତକ ମୁଠାଏ ସ୍ବପ୍ନ ଉନ୍ମୋଚିତ ହୋଇଯାଇଛି।ଏହି ଉତ୍ସବର ମୁଖ୍ୟ ବୌଦ୍ଧିକ ମଞ୍ଚର ସଭାରେ ଆନ୍ତର୍ଜାତିକ ଶିକ୍ଷା ପୁରସ୍କାର ପ୍ରାପ୍ତ ଶିକ୍ଷକ ତଥା ସୁସାହିତ୍ୟିକ୍ ଡଃ ନାରାୟଣ ଚନ୍ଦ୍ର ସେନାପତି ଅଧ୍ୟକ୍ଷତା କରିଥିବା ବେଳେ ଡଃ ପ୍ରସନ୍ନ ପାଟଶାଣୀ ଉଦ୍ଘାଟକ,ମହାନ୍ ସମାଜ ସେବୀ ଶିକ୍ଷାବିତ୍ ସାହିତ୍ୟିକ ଶଶଧର ପଣ୍ଡା ମୁଖ୍ୟ ଅତିଥି, ସଂସ୍କୃତି କଳା ପରିଷଦ ଓଡିଶା ଅଧ୍ୟକ୍ଷ ଲକ୍ଷ୍ମୀଧର ସାହୁ,ନିର୍ବାଚନ ସହ ଶାସନ ସଚିବ ପ୍ରମୋଦ କୁମାର ସାହୁ, ସହ ପ୍ରତି ଋତ୍ଵିକ୍ ନୃସିଂହ ଚରଣ ସେନାପତି ବିଶିଷ୍ଟ ଅତିଥି,ବିଡ଼ିଓ ହାଟଡିହି ସୋମ୍ୟଶ୍ରୀ ପାଣିଗ୍ରାହୀ ମୁଖ୍ୟ ବକ୍ତା ଓ ପ୍ରାକ୍ତନ ସହ ଜିଲ୍ଲାପାଳ ଯାଜପୁର ଡଃ ଅଲେଖ ପ୍ରସାଦ ମହାରଣା,ଅଧ୍ୟାପିକା ପୁଷ୍ପିତା ପହି, ଶିକ୍ଷାବିତ୍ ଅପର୍ଣ୍ଣା ମିଶ୍ର, ଶିକ୍ଷାବିତ୍ ରମେଶ ଟାକ୍ରୀ,ଶିକ୍ଷାବିତ୍ ପ୍ରଫୁଲ୍ଲ କୁମାର ହୋତା,ନିର୍ଦ୍ଦେଶକ ଚନ୍ଦନ ମହାପାତ୍ର,ବିଶ୍ବରଂଜନ ମହାନ୍ତି ଆଦି ସମ୍ମାନିତ ଅତିଥି ଥିଲେ।ଏହି ସଭାରେ ଶ୍ରୀମତୀ ଓଝାଙ୍କୁ ତାଙ୍କର ସାହିତ୍ୟ କୃତି ପାଇଁ ଅନନ୍ୟା କବି କୁଞ୍ଜ ସମ୍ମାନରେ ସମ୍ମାନିତ କରାଯାଇଛି।ଏଥିସହ ଅନ୍ୟାନ୍ୟ ପାଞ୍ଚଟି ପୁସ୍ତକ ଉନ୍ମୋଚନ ହେଲା ବେଳେ ରାଜ୍ୟ,ଦେଶ ଓ ଦେଶ ବାହାର ୧୮୦ ଜଣ କୃତି ପ୍ରତିଭାଙ୍କୁ କଳା,ସାହିତ୍ୟ,ଶିକ୍ଷା, ସଂସ୍କୃତି,ବିଜ୍ଞାନ ,ସମ୍ବାଦ ଓ ସମାଜସେବା କ୍ଷେତ୍ରରେ ସମ୍ବର୍ଦ୍ଧିତ କରାଯାଇଛି।