ସରସ୍ବତୀ ଶିଶୁ ଜ୍ଞାନ ମନ୍ଦିରର ୧୯ ତମ ବାର୍ଷିକ ଉତ୍ସବ ପାଳନ

କଟକ ୦୮-୦୨-୨୦୨୫ରିଖ ସିଡିଏ ସେକ୍ଟର ୧୧ ସ୍ଥିତ ସରସ୍ବତୀ ଶିଶୁ ଜ୍ଞାନ ମନ୍ଦିରର ୧୯ତମ ବାର୍ଷିକ ଉତ୍ସବ ସ୍ଥାନୀୟ କଟକ କଳାବିକାଶ କେନ୍ଦ୍ର ପରିସରରେ ମହା ସମାରୋହରେ ପାଳିତ ହୋଇଯାଇଛି। ଆଜକୁ ୧୯ ବର୍ଷ ତଳେ ବିଦ୍ୟାଳୟଟି ଏହି ସିଡିଏ ୧୧ରେ ପାଦ ଥାପି ଥିଲା।
ଏହି ୧୯ ବର୍ଷର ଶିଶୁକୁ ଆଗକୁ ବଢ଼ାଇବା ପାଇଁ ସମସ୍ତଙ୍କ ସଦିଚ୍ଛା ଆବଶ୍ୟକ ବୋଲି ବକ୍ତା ମାନେ ମତ ବ୍ୟକ୍ତ କରିଛନ୍ତି। ରାଜ୍ୟ ସଂଗଠନ ସମ୍ପାଦକ ବିଦ୍ୟା ବିକାଶ ସମିତି ଓଡ଼ିଶାର ମୂଖ୍ୟ ନରହରି ସେନ୍ ଉଦଘାଟକ ଭାବେ ଯୋଗଦେଇଥିଲେ। ପୁରସ୍କାର ବିତରଣ ସମୟରେ ଉଦଘାଟକ ଭାବେ ବିଶିଷ୍ଟ ଆଇନଜୀବୀ ଆଲୋକ କୁମାର ମହାପାତ୍ର, ସାଇ ଆରୋଗ୍ୟ ଧାମ ପ୍ରତିଷ୍ଠାତା ଡାକ୍ତର ଦୀପକ‌ ରାଜ ମୁଖ୍ୟ ଅତିଥି ଭାବେ କଟକ ମେୟର ସୁବାସ ଚନ୍ଦ୍ର ସିଂହ ଯୋଗଦେଇ ଥିବା ବେଳେ ସମ୍ମାନନୀୟ ଅତିଥି ଭାବେ ଶ୍ରୀଯୁକ୍ତ ଡାକ୍ତର ରମେଶ ଚନ୍ଦ୍ର ଦାସ, ବିଶିଷ୍ଟ ଶିକ୍ଷାବିତ ବିଜୟ କୁମାର ନାଥ, ସମ୍ବର୍ଦ୍ଧିତ ଅତିଥି ଯୁବ ସମାଜ‌ ସେବୀ ବିନୟ କୁମାର ପଣ୍ଡା ଯୋଗ ଦେଇ ଥିଲେ। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟା ରଶ୍ମିତା ସ୍ବାଇଁ ବାର୍ଷିକ ବିବରଣୀ ଉପସ୍ଥାପନା କରିଥିଲେ। ସମ୍ମାନିତ ଅତିଥି ଭାବେ ଜୟନ୍ତୀ ଛତାର, ସମ୍ମାନୀତ ଅତିଥି ଭାବେ ସୁରେଶ ଚନ୍ଦ୍ର ପଣ୍ଡା ଯୋଗ ଦେଇଥିଲେ। ବିଭିନ୍ନ କଳା କ୍ଷେତ୍ରରେ ଉଲ୍ଲେଖନୀୟ କୃତୀ ପାଇଁ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଶେଷର ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ବିଦ୍ୟାଳୟର ସମ୍ପାଦକ ମାନସ ରଞ୍ଜନ କର ଉପସ୍ଥିତ ରହି ସଭାକାର୍ଯ୍ୟ ପରିଚାଳନା କରିଥିଲେ। ପରିଚାଳନା କମିଟି ସଭାପତି ବିରଞ୍ଚି ନାରାୟଣ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *