ପ୍ରମିଳା ମହାନ୍ତି

ମୋ ଝିଅ ର ଶାଶୁ
ପ୍ରମିଳା ମହାନ୍ତି
ତାଙ୍କ ପରି ସ୍ନେହି ମଣିଷ
ଜଗତେ ନାହାଁନ୍ତି
ନାଁ ତାଙ୍କ ପ୍ରମିଳା ମହାନ୍ତି ———
ଦୁଇ ବୋହୁ ଦୁଇ ଯାଆ
ସାଙ୍ଗ କୁ ଘରେ ଶାଶୁ ମାଆ ଅଛନ୍ତି
ସଭିଙ୍କୁ ସେ କାନି ପଣତରେ
ବାନ୍ଧି ରଖିଛନ୍ତି
ନାଁ ତାଙ୍କ ପ୍ରମିଳା ମହାନ୍ତି ———
ସର୍ଵ କର୍ମେ ସେ ନୀପୁଣା ଅଟନ୍ତି
ସମସ୍ତ ଙ୍କର ମନ ମୋହିବାର ମନ୍ତ୍ର
ପାଠ ପଢ଼ିଛନ୍ତି
ନାଁ ତାଙ୍କ ପ୍ରମିଳା ମହାନ୍ତି ——-
ସ୍ବାମୀ ଙ୍କର ସୁହାଗୀନି
ପତିବ୍ରତା ସେ ଅଟନ୍ତି
ପିଲା ମାନଙ୍କର ଅତି
ପ୍ରିୟ ସେ ଅଟନ୍ତି
ନାଁ ତାଙ୍କ ପ୍ରମିଳା ମହାନ୍ତି ———-
ଏଭଳି ମହିୟସୀ ମହିଳା
ଜଗତେ ନାହାଁନ୍ତି
ମାନ ଅଭିମାନ ଠାରୁ
ଦୂରେଇ ଥାଆନ୍ତି
ନାଁ ତାଙ୍କ ପ୍ରମିଳା ମହାନ୍ତି ———
ଘର ନୁହେଁ ତାଙ୍କର ତ
ମନ୍ଦିର ଅଟଇ
ସବୁ ଦେବା ଦେବୀ ଙ୍କୁ ସେ
ଭକ୍ତି ରେ ପୂଜନ୍ତି
ନାଁ ତାଙ୍କ ପ୍ରମିଳା ମହାନ୍ତି ———
ସତରେ ଏ ସମାଜ ପାଇଁ
ବିରଳ ଉଦାହରଣ ଅଟନ୍ତି
ମୁଣ୍ଡ ନଇଁ ଯାଏ ତାଙ୍କ ପାଶେ ମୋର
ଗାଇ ବାକୁ ତାଙ୍କ ଗୁଣ କୀର୍ତ୍ତି
ନାଁ ତାଙ୍କ ପ୍ରମିଳା ମହାନ୍ତି ——-
କଲମ ମୂନରେ କିବା ବଖାଣିବି
ସତରେ ସ୍ଵୟଂ ସିଧା ଅଟ ତୁମେ
ଅଟ ତୁମେ ମହିୟସୀ
ଅଟ ତୁମେ ମହୀୟସି
ନାଁ ତାଙ୍କ ପ୍ରମିଳା ମହାନ୍ତି ——-
———–**———–
Nirupama swain
Baripada

Leave a Reply

Your email address will not be published. Required fields are marked *