ଡିସିବିଏଲ ଖେଳୁଛି ଖେଳ, ଜନ ସାଧାରଣଙ୍କ ପାଇଁ ସାଜିଛି କାଳ , ରାତି ଅଧରେ କାର୍ଯ୍ୟ କରିବା ସହ ପ୍ରଶାସନକୁ ବେଖାତିର୍ ସମସ୍ତିଙ୍କୁ ଆଶ୍ଚର୍ଯ୍ୟ କରିଛି , ସ୍ଥାନୀୟ ପ୍ରଶାସନ ସହ ମଧୁ ଚନ୍ଦ୍ରିକା ଆଶଙ୍କା , ହାଇକୋର୍ଟ ନିର୍ଦ୍ଦେଶକୁ ସଂପୂର୍ଣ୍ଣ ବେଖାତିର

ରାଜଗାଙ୍ଗପୁର :: ସୁନ୍ଦରଗଡ଼ ଜିଲ୍ଲା ସ୍ଥିତ ରାଜଗାଙ୍ଗପୁର ପୈ।ରାଞ୍ଚଳରେ ଥିବା ଡାଲମିଆ ସିମେଣ୍ଟ ଭାରତ ଲିମିଟେଡ ହାଇକୋର୍ଟର ନିର୍ଦ୍ଦେଶକୁ ସଂପୂର୍ଣ୍ଣ ବେଖାତିର କରିବା ସହ କାଉନସିଲକୁ ମଧ୍ୟ ବେଖାତିର କରି ବିଳମ୍ବିତ ରାତିରେ ଦାଦାଗିରି ଭଳି କାର୍ଯ୍ୟକରିବା ସହ ବିଳମ୍ବିତ ରାତିରେ କନଭେୟର ବେଲ୍ଟଟ ମରାମତି କରିଛି । ପୈ।ରାଧ୍ୟାକ୍ଷା ଓ କାଉନସିଲର ଅଜାଣତରେ । ହାଇକୋର୍ଟ ନିର୍ଦ୍ଦେଶରେ ଲିପିବଦ୍ଧ ଅଛି ପୈ।ରକାର୍ଯ୍ୟାଳୟ ସହ ଯୋଗାଯୋଗ କରି କାର୍ଯ୍ୟ କରିବାପାଇଁ । ତେବେ ଡିସିବିଏଲ ନିଜର କାଢୁଆପଣ ଦେଖାଇ ସମସ୍ତିଙ୍କୁ ବେଖାତିର କରି ମନଇଛା ଦାଦାଗିରି କରୁଥିବା ନେଇ କେତେକ କାଉନନସିଲରଙ୍କ ସହ ପୈ।ରାଧ୍ୟାକ୍ଷା ଅନଶନରେ ବସିବା ସହ ଡିସିବିଏଲର ଦାଦାଗିରି ରାଜଗାଙ୍ଗପୁର ବାସିଙ୍କୁ ରାସ୍ତା ଜବରଦସ୍ତି ଅବରୋଧ କରି ହଇରାଣ କରିଥିବା ଓ ଡିସିବିଏଲକୁ କାଉନସିଲର ମାନେ ବିକ୍ରି ହୋଇଥିବା ବିଷୟରେ ଗଣମାଧ୍ୟମକୁ ସଠିକ ସୂଚନା ଦେଇଥିବା ପରିଲକ୍ଷିତ ହୋଇଛି । ତେବେ ଲାଇନ ୧ ରୁ ଲାଇନ ୨ କୁ କଞ୍ଚା ମାଲ୍ ପରିବହନ କରିବା ସକାଶେ ସଂଯୋଗ ହୋଇଥିବା କନଭେୟର ବେଲ୍ଟଟି ନଭେମ୍ବର ୨୬ ତାରିଖ ଅପରାହ୍ନରେ ଭୁଷୁଡି ପଡ଼ିଥିଲା । ଏହି କନଭେୟର ବେଲ୍ଟଟିକୁ ପୁନଶ୍ଚ କାର୍ଯ୍ୟକ୍ଷମ କରିବାକୁ ସ୍ଥାନୀୟ ପୈ।ର କାର୍ଯ୍ୟାଳୟକୁ ଜଣାଇବା ପରେ କୈାଣସି କାରଣ ବଶତଃ ବା ଓସିଏଲର ହାମବଡା ନିତୀ ଯୋଗୁଁ ତାଙ୍କୁ ଆଦେଶ ଦେଇ ନ ଥିଲେ । ଏଥି ଯୋଗୁଁ ଅନେକ ଟାଳଟୁଳ ନିତୀ ଚାଲିଥିଲା । ପୈରାଧ୍ୟାକ୍ଷା ସଂପୂର୍ଣ୍ଣ ଭାବେ ମନା କରି ଦେଇଥିଲେ କନଭେୟର ବେଲ୍ଟଟ ମରାମତି ପାଇଁ ଆଦେଶ ଦେବି ନାହିଁ ବୋଲି । ଏହି ଘଟଣାରେ ଡିସିବିଏଲ ପୈ।ର କାର୍ଯ୍ୟାଳୟ ଓ ଜିଲ୍ଲା ପ୍ରଶାସନକୁ ବେଖାତିର୍ କରି ଓଡିଶା ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ । ହାଇକୋର୍ଟ କନଭେୟର ବେଲ୍ଟଟ ମରାମତି ପାଇଁ ସଂପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି କି ନାହିଁ ସେ ବିଷୟରେ କୈାଣସି ତଥ୍ୟ ଗଣମାଧ୍ୟମର ହସ୍ତଗତ ହୋଇନାହିଁ । ଯଦି ହାଇକୋର୍ଟର ନିର୍ଦ୍ଦେଶ ଅଛି ତେବେ ରାତି ଅଧରେ ଏଭଳି କାର୍ଯ୍ୟକୁ ସଂପୂର୍ଣ୍ଣ କରିବାଟା ହାଇକୋର୍ଟକୁ ବେଖାତିର କରିଥିବା ଦେଖାଯାଇଛି ।ତେବେ କାହା ପ୍ରରୋଚନାରେ ରାତି ଅଧରେ ଡିସିବିଏଲ କନଭେୟର ବେଲ୍ଟଟ ମରାମତି କରିଛି । ସ୍ଥାନୀୟ ପ୍ରଶାସନ କ’ଣ ତାକୁ ଏତେ ସହଯୋଗ କରୁଛନ୍ତି । ” ତବ ତୋ ଦାଲ ମେ ଜରୁର କୁଛ କାଲା ହେ ” । ପୈ।ରାଧ୍ୟାକ୍ଷାଙ୍କ ଏ ବିଷୟରେ ଦୃଷ୍ଟି ଆକର୍ଷଣ କରାଯିବାରୁ ସେ ସ୍ପଷ୍ଟ ଭାବେ କୈାଣସି ଆଦେଶ ଦେଇ ନ ଥିବା ବିଷୟରେ ନିଜର ମତବ୍ୟକ୍ତ କରିଛନ୍ତି । ତେବେ କେଉଁ ପ୍ରଶାସନର ବଳରେ ବଳିଆନ ହୋଇ କାହାକୁ କିଛି ନ ଜଣାଇ ସରକାରୀ ରାସ୍ତା ଅବରୋଧ କରି ଚୋରଙ୍କ ଭଳି ଅଧରାତି ରେ କନଭେୟର ବେଲ୍ଟ ମରାମତି କାର୍ଯ୍ୟକୁ ସଂପୂର୍ଣ୍ଣ କରିଛି ଏହାର ଜବାବ କେଉଁ ପ୍ରଶାସନ ଦେବ । ଅତି ଶୀଘ୍ର ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରାଯିବା ସହ ଓସିଏଲ ପ୍ରତି ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ମହଲ ଦାବି କରିଛି । ଦେଖିବାକୁ ବାକି ରହିଲା ରାଜ୍ୟ ସରକାରଙ୍କ ସମେତ ଜିଲ୍ଲା ଓ ସ୍ଥାନୀୟ ପ୍ରଶାସନ କେତେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ।

Leave a Reply

Your email address will not be published. Required fields are marked *