ମାଟି ଚୁଲି

ଚୁଲିର ମହକ ଚୁଲିର୍ ବାସନା
ଧିରେ ଧିରେ ହଜି ଗଲାଣି
ଚୁଲି ଆଲୁପୋଡ଼ା ଚୁଲି ଶାଗ ଭଜା
ଦେଖିବାକୁ ଆଉ ମିଳୁନି,
ଶୀତୁଆ ସକାଳେ ଚୁଲି ନିଆଁ ଧାସ
ଆଈମା ଗଳପ କାହାଣୀ
ବିଜ୍ଞାନ ଯୁଗରେ ସଭ୍ୟତା ରଙ୍ଗରେ
ସବୁ ଆଜି ହଜି ଗଲାଣି
ପୂରୁବ ଗୌରବ ଗାଥା ଓଡ଼ିଶାର
ବାସି ପଖାଳର ତୋରାଣି
ମାଆ ହାତରନ୍ଧା ଶୁଖୁଆ ପୋଡ଼ାର
ବାସନା ଟା ଆଉ ଆସୁନି
ଶ୍ରଦ୍ଧା ସବୁରୀ ର ଛୋଟିଆ ପ୍ରୟାସ
ଚୁଲି ହାତ ରନ୍ଧା ଖାଆନ୍ତୁ
ମାଟିର ମହକ ମାଟିର ବାସନା
ଚୁଲି କିଣି ମଜା ନିଅନ୍ତୁ
ସୁସ୍ଥ ଓ ନିରୋଗ ରୁହନ୍ତୁ,

—–o ———-

ଶ୍ରଧା ସବୁରିି କୁ ଶ୍ରଦ୍ଧା କରନ୍ତୁ
ଶ୍ରଦ୍ଧା ସବୁରି କୁ ଶ୍ରଦ୍ଧା କରନ୍ତୁ

ନିରୁ ପମା ସ୍ୱାଇଁ

President

Shradha Saburi ALF –wno–22
Baripada Odisha .

Leave a Reply

Your email address will not be published. Required fields are marked *