
ଚଣ୍ଡିଖୋଲ ୪/୨(କ ବ୍ୟୁ)ବଡଚଣା ବ୍ଲକ୍ ଅନ୍ତର୍ଗତ ନୁଆ ହାଟ ସ୍ଥିତ ବିଷ୍ଣୁ ସାମନ୍ତରାୟ ମହାବିଦ୍ୟାଳୟ ର ସମାଜ ଶାସ୍ତ୍ର ବିଭାଗ ପକ୍ଷରୁ “ଭରତୀୟ ସମାଜରେ ବିଧବା ମାନଙ୍କର ସାମାଜିକ ଓ ଅର୍ଥନୈତିକ ପ୍ରସ୍ତିତି”ଶୀର୍ଷକ ଏକ ଆଲୋଚନା ଚକ୍ର ବିଭାଗୀୟ ମୁଖ୍ୟ ପ୍ରାଧ୍ୟାପକ ପ୍ରମୋଦ କୁମାର ଖଣ୍ଡାୟୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ କଲେଜ୍ରର ଅଧ୍ୟକ୍ଷ ପ୍ରାଧ୍ୟାପକ ପବିତ୍ର ମୋହନମାହା ଲା ଯୋଗଦେଇ ଆଲୋଚନା ଚକ୍ର କୁ ଉଦ୍ଘାଟନ କରି ବିଧବା ମାନଙ୍କର ସାମାଜିକ ଓ ଅର୍ଥନୈତିକ ବିଭିନ୍ନ ସମସ୍ୟା ଓ ଏହାର ନିରାକରଣ ସମ୍ବନ୍ଧ ରେ ମତାମତ ପ୍ରଦାନ କରିଥିଲେ । ମୁଖ୍ୟ ବକ୍ତା ଭାବେ ମାହାଙ୍ଗା ପୁଷ୍ପଗିରି ମହାବିଦ୍ୟାଳୟ ର ସମାଜ ଶାସ୍ତ୍ର ବିଭାଗର ମୂଖ୍ୟ ପ୍ରlଧ୍ୟାପକ ତାରାକାନ୍ତ ପ୍ରଧାନ ଯୋଗଦେଇ ବୈଦିକ ଯୁଗରୁ ଆରମ୍ଭ କରି ସାଂପ୍ରତିକ ସମାଜରେ ବିଧବା ମାନେ ସମ୍ମୁଖୀନ ହେଉଥିବା ସାମାଜିକ ଅର୍ଥନୈତିକ ସମସ୍ୟା ସମ୍ପର୍କରେ ବିଶଦ ଭାବରେ ଏକ ତୁଳନାତ୍ମକ ବ୍ୟାଖ୍ୟା ପ୍ରଦାନ କରିବା ସହିତ ବିଧବା ମାନଙ୍କର ଉନ୍ନତି ପାଇଁ ବିଭିନ୍ନ ସରକାରୀ ପଦକ୍ଷେପ ଯୋଜନା ଓ ଆଇନ୍ ସମ୍ବନ୍ଧରେ ସଚେତନ ହେବାକୁ ପରାମର୍ଶ ଦେଇଥିଲେ। ଅଧ୍ୟାପକ ଶାନ୍ତନୁ କୁମାର ରାଉତରାୟ ବିଷୟ ସମ୍ଵନ୍ଧରେ ସନ୍ଦର୍ଭ ପାଠ କରିଥିଲେ।+୩ଶେଷ ବର୍ଷର ଛାତ୍ରୀ ସୋନାଲି ଜେନା ଓ+୩ପ୍ରଥମ ବର୍ଷ ଛାତ୍ରୀ ସୁଶ୍ରୀ ସଙ୍ଗୀତ ଜେନା ପ୍ରମୁଖ ସ୍ଵରଚିତ ସନ୍ଦର୍ଭ ପାଠ କରିଥିଲେ। ଶେଷରେ ଅଧ୍ୟାପିକା ସସ୍ମିତା ପରିଡା ଧନ୍ୟବାଦ୍ ଅର୍ପଣ କରିଥିଲେ। ବରିଷ୍ଟ ଅଧ୍ୟାପକ ନାରାୟନ ଚନ୍ଦ୍ର ମୁଦୁଲି,ଡକ୍ଟର ସଂଜିତ୍ କୁମାର୍ ମହାନ୍ତି ସମେତ କଲେଜର ଅଧ୍ୟାପକ ଅଧ୍ୟାପିକା ଛାତ୍ର ଛାତ୍ରୀ ଆଲୋଚନା ଚକ୍ର ରେ ଉପସ୍ଥିତ ଥିଲେ।।