ବିଶ୍ବ କର୍କଟ (ନିରାକରଣ/ସଚେତନତା) .✍️ଫେବ୍ରୁୟାରି ୪ ତାରିଖ

କଳା ଧୂସରିତ ଧୂଆଁରେ ବିଷାକ୍ତ
ହୁଅଇ ବାୟୁମଣ୍ଡଳ,
ଅପମିଶ୍ରିତର ଖାଦ୍ୟରେ ମାନବ
ଜୀବନ ହୁଏ ବିକଳ ।

ସବୁଠାରୁ ବଡ଼ ବିପଦ ଅଟଇ
ମାଦକ ଦ୍ରବ୍ଯ ସେବନ,
ବିଡ଼ି ସିଗାରେଟ ପାନ କି ଖଇନି
ମଦ୍ୟପାନ ନିଶ୍ଚେ ଜାଣ ।

ସର୍ବ ରୋଗ-ବ୍ଯାଧି ମଧ୍ଯରେ କର୍କଟ
ଅଟଇ ଯେ’ ମାରାତ୍ମକ,
ପ୍ରତିକାର ଠାରୁ ପ୍ରତିଷେଧ ଭଲ
ଚିକିତ୍ସା ଜ୍ଞାନ-ଭିତ୍ତିକ ।

ଚିକିତ୍ସା ବିଜ୍ଞାନ ସଫଳତା ଜ୍ଞାନ
କର୍କଟ ରୋଗ ଆରୋଗ୍ଯ,
ତଥାପି କର୍ତ୍ତବ୍ଯ ପ୍ରତିଷେଧ ଧ୍ୟାନ
ଜୀବନେ ସୁସ୍ଥ ସୌଭାଗ୍ଯ ।

ଶାକାହାର ସାଥେ ନିଶା ନିବାରଣ
କର୍କଟ ନିରାକରଣ,
ଯୋଗ-ବ୍ଯାୟାମରେ ସୁସ୍ଥ ଜୀବନରେ
ସର୍ବେ ଭବନ୍ତୁ ସୁଖିନଃ ।

ନଭେମ୍ବର ସାତ ଜାତୀୟ କର୍କଟ
ଫେବ୍ରୁୟାରି ଚାରି ବିଶ୍ବ,
ଜନ ସଚେତନେ ପ୍ରତିଷେଧକରେ
ଭାଳେ ଶମ୍ଭୁନାଥ ଦାସ ।

ଶମ୍ଭୁନାଥ ଦାସ (ମୁଖ୍ଯ ସମ୍ପାଦକ : ଅଭିଯାନ )
ସମ୍ଭ୍ରାନ୍ତ ଓଡ଼ିଆ ସାହିତ୍ୟ ପତ୍ରିକା / କୋଲକାତା

Leave a Reply

Your email address will not be published. Required fields are marked *