ସଡକ ସୁରକ୍ଷା ସଚେତନତା ନାଟକ ମଞ୍ଚସ୍ଥ

ଚଣ୍ଡିଖୋଲ :: ୧/୨(କ ବ୍ୟୁ) ::ଚଣ୍ଡିଖୋଲ ନିକଟସ୍ତ ହରିଦାସ ପୁର ଠାରେ ପ୍ରତିଷ୍ଠିତ ରାମକୋ ସିମେଣ୍ଟ ପ୍ଲାଣ୍ଟ ରେ କାର୍ଯ୍ୟରତ ଶ୍ରମିକ, କର୍ମଚାରୀ ମାନଙ୍କ ମଧ୍ୟରେ ସଡ଼କ ସୁରକ୍ଷା ସମ୍ପର୍କିତ ସଚେତନତା ସୃଷ୍ଟି କରିବା ପାଇଁ ସଡ଼କ ସୁରକ୍ଷା ମାସ ଉଦଯାପନ ଅବସରରେ ଏକ ନାଟକ ମଞ୍ଚସ୍ଥ ହୋଇଥିବା। ନାଟକରେ ଜଗତଜିତ୍ ଜେନା ନିର୍ଦ୍ଦେଶନା ଦେବା ସହ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ। ନାଟକ ଉତ୍ସବକୁ ପ୍ଲାଣ୍ଟ ର ଜେନେରାଲ ମ୍ୟାନେଜର ଗୋବିନ୍ଦ ରାଉତ୍ ଉଦ୍ଘାଟନ କରିଥିଲେ। ପ୍ରଶାନ୍ତ ସେଠୀ, ପ୍ରଶାନ୍ତ ସାହୁ, ପିଣ୍ଟୁ ପୁହାଣ ସତ୍ୟବାନ୍ ରାଉତ୍, ସଂଜୟ ପରିଡା,ଚନ୍ଦ୍ରଶେଖର ପ୍ରମୁଖଙ୍କ ଅଭିନୟ ବେଶ୍ ଚିତ୍ତାକର୍ଷକ ହୋଇଥିଲା। ଶେଷରେ ସହକାରୀ ମ୍ୟାନେଜର ମେଜର ସୁରେଶ୍ ସିଂହ ନାଟ୍ୟ ନିର୍ଦ୍ଦେଶକ ଜଗତଜିତ୍ ଜେନା ଙ୍କୁ ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ।

Leave a Reply

Your email address will not be published. Required fields are marked *