ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ 50 ତମ ବାର୍ଷିକ ଉତ୍ସବ (ଉଡ଼ାନ)

କେସିଙ୍ଗା ତା 31.01.25

ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ,କେସିଙ୍ଗା ବିଦ୍ୟାଳୟ ପରିସରରେ ୫୦ ତମ ବାର୍ଷିକ ଉତ୍ସବ-୨୦୨୫ ‘ଉଡାନ୍’ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ସମୀର କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଗୋଷ୍ଠୀ ଶିକ୍ଷା ଅଧିକାରୀ,କେସିଙ୍ଗା ଶ୍ରୀ ଆନନ୍ଦ କୁମାର ବେହେରା ଯୋଗଦାନ କରି ଉପସ୍ଥିତ ବିଦ୍ୟାଳୟର ଛାତ୍ରୀମାନଙ୍କୁ ଗରୁଡ ପକ୍ଷୀ ଭଳି ନିରବଚ୍ଛିନ୍ନ ପ୍ରୟାସ ଜାରି ରଖି ଜୀବନର ଲକ୍ଷ୍ୟ ହାସଲ ନ କଲା ପର୍ଯ୍ୟନ୍ତ ଅପ୍ରତିହତ ଉଡାନ୍ ଜାରି ରଖବା ନିମନ୍ତେ ଆହ୍ୱାନ ଦେଇଥିଲେ । ସ୍ବତନ୍ତ୍ର ନିମନ୍ତ୍ରିତ ଅତିଥି ବିଶିଷ୍ଟ ଗାଳ୍ପିକା ତଥା ପୂର୍ବତନ ଶିକ୍ଷୟତ୍ରୀ ଶ୍ରୀମତି
ଯାଜ୍ଞସେନୀ ସାହା ଛାତ୍ରୀମାନଙ୍କୁ ଉପଯୁକ୍ତ ଶିକ୍ଷଣୀୟ ପରିବେଶ ଯୋଗାଇ ଦେଲେ ସେମାନେ ନିଜର ତଥା ଦେଶର ଉଜ୍ଜ୍ଵଳ ଭବିଷ୍ୟତ ଗଠନରେ ସଫଳ ହୋଇ ପାରିବେ ବୋଲି ମତବ୍ୟକ୍ତ ପ୍ରଦାନ କରିଥିଲେ। ବରେଣ୍ୟ ସମ୍ମାନିତ ଅତିଥି ଶ୍ରୀ ରାମ କୁମାର ଜୈନ, ସଭାପତି ସ୍ଥାନୀୟ ୟଙ୍ଗ ବ୍ଳଡ ପବ୍ଳିକ ସ୍କୁଲ , କେସିଙ୍ଗାର ଶିକ୍ଷାର୍ଥୀ ମାନଙ୍କର ପୂର୍ଣ୍ଣ ବିକାଶ ନିମନ୍ତେ ପରିବାର ଓ ବିଦ୍ୟାଳୟ ଗୁରୁତ୍ୱ ଭୁମିକା ନିର୍ବାହ କରନ୍ତି ବୋଲି ମତ ପ୍ରକାଶ କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଶ୍ରୀ ସନ୍ତୋଷ କୁମାର ରଥ, କଳାହାଣ୍ଡି ଜିଲ୍ଲା ଓଷ୍ଟା ସଭାପତି ଅଧ୍ୟବସାୟ ଓ ଦୃଢ ନିଷ୍ଠା ନିଶ୍ଚିତ ସଫଳତାର ଚାବିକାଠି ବୋଲି ଅଭିମତ ପ୍ରକାଶ କରିଥିଲେ ।ବରେଣ୍ୟ ନିମନ୍ତ୍ରିତ ଅତିଥି ଶ୍ରୀ ଶିବ ପ୍ରସାଦ ସାହୁ , ସଭାପତି, ବିଦ୍ୟାଳୟ ପରିଚାଳନା ସମିତି ଅଧ୍ୟକ୍ଷ ଏହି ସାରସ୍ବତ ସମାରୋହରେ ଉପସ୍ଥିତ ରହି ଛାତ୍ରୀ ମନୋବଳ ବୃଦ୍ଧି କରିଥିଲେ ।ମୁଖ୍ୟ ବକ୍ତା ଶ୍ରୀ ରାଜେଶ କୁମାର ଅଗ୍ରଓ୍ବାଲ , କେସିଙ୍ଗା ମହା ବିଦ୍ୟାଳୟର ଅର୍ଥନୀତି ବିଭାଗ ରିଡର୍
ସଫଳ ହେବା ନିମନ୍ତେ ଜୀବନର ପ୍ରତିଟି ପାହାଚରେ ନିର୍ଣ୍ଣାୟକ ନିଷ୍ପତ୍ତି ନେଇ ଉଡାନ୍ ଗ୍ରହଣ କରିବାର ଆବଶ୍ୟକତା ସମ୍ପର୍କରେ ନିଜ ଅଭିଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ ଶିକ୍ଷକ ଜି.କ୍ରିଷ୍ଣା ରେଡ୍ଡୀଙ୍କ ଲିଖିତ କବିତା ସଂକଳନ ‘ ଚିତ୍ରଶାଳା’ ଉନ୍ମୋଚନ କରାଯାଇଥିଲା। ଏହା ପରେ ବିଭିନ୍ନ ପ୍ରତିଯୋଗିତାର ସଫଳ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା।ଏହି କାର୍ଯ୍ୟକ୍ରମକୁ ଛାତ୍ରୀଦ୍ବୟ ଲିପ୍ସା ରାଣୀ ସାହୁ ଓ ତିଲା ନାଏକ ସଂଯୋଜନା କରିଥିଲେ। ବୈଠକର ପରିସମାପ୍ତି ପରେ ଜି. କ୍ରିଷ୍ଣା ରେଡ୍ଡୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହାପରେ ଛାତ୍ରୀ କଳାକାର ମାନଙ୍କ ଦ୍ବାରା ରଙ୍ଗାରଙ୍ଗ ସାଂସ୍କୃତିକ ନୃତ୍ୟ ପରିବେଷଣ କରାଯାଇଥିଲା।

କେସିଙ୍ଗା ରୁ ପ୍ରୀତେଶ ପଟେଲ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *