




ଚଣ୍ଡିଖୋଲ ୨୧/୧(ସା ପ୍ର) ପ୍ରେସ୍ କ୍ଳବ୍ ଚଣ୍ଡିଖୋଲ ପ୍ରାକ୍ତନ ସଭାପତି, ପାକ୍ଷିକ ସମ୍ବାଦ ପତ୍ର କଳିଙ୍ଗପ୍ରଭା ର ସମ୍ପାଦକ, ଗଣପତି ଜ୍ଞାନ ମନ୍ଦିର ର ପ୍ରତିଷ୍ଠାତା, ବରିଷ୍ଟ ସାମ୍ବାଦିକ ସ୍ବର୍ଗତ ପ୍ରଦୀପ୍ତ କୁମାର ପରିଡ଼ା ଙ୍କ ପତ୍ନୀ ତଥା ଆଦର୍ଶ ଶିକ୍ଷୟତ୍ରୀ ରଙ୍ଗଲତା ପରିଡ଼ା (୭୫) ଙ୍କ ଏକଦଶାହ ଅବସାରରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଜିଲ୍ଲା ପୂଜ୍ୟ ପୂଜା ପରିଷଦର ଅଧ୍ୟକ୍ଷ ଅଭିମନ୍ୟୁ ଧଳ ଙ୍କ ସଭାପତିତ୍ବରେ ଅନୁଷ୍ଟିତ ହୋଇଥିଲା। ବଡଚଣା ର ପୂର୍ବତନ ବିଧାୟକ ଅମର ପ୍ରାସାଦ ଶତପଥୀ, ମାହାଙ୍ଗା ର ପୂର୍ବତନ ବିଧାୟକ ପ୍ରତାପ ଜେନା , ଅସ୍ଥି ଶଲ୍ୟ ବିଭାଗର ମୁଖ୍ୟ ପ୍ରଫେସର ଡlକ୍ଟର ରବିଜୀ, ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସାଧାରଣ ସମ୍ପାଦକ ବେଣୁଧର ପଣ୍ଡା। ବରିଷ୍ଟ ସାମ୍ବାଦିକ ମହେଶ୍ୱର ବଳ, ପ୍ରସନ୍ନ କୁମାର ବିଶ୍ବାଳ, ପ୍ରଶାନ୍ତ କୁମାର ଜେନା, ହେମେସ ଜେନା, ସଂଜୟ କୁମାର ସ୍ବାଇଁ,, ମୋହନ ଖିଲାର ଆଇନଜୀବି ଦେବରାଜ ବେହେରା, ବଟକୃଷ୍ଣ ମହାରଣା, ଲକ୍ଷ୍ମୀଧର ସାମଲ,ଡକ୍ଟର ସୁଧିର ସାମଲ ପ୍ରମୁଖ ଯୋଗଦେଇ ସ୍ବର୍ଗତl ପରିଡାଙ୍କ ବହୁମୁଖି ପ୍ରତିଭାର ସ୍ମୃତି ଚାରଣ କରିଥିଲେ। ଏହି ଅବସରରେ “ମା ପରି କିଏ ହେବ”ସ୍ମରଣିକା ଉନ୍ମୋଚିତ ହୋଇଥିଲା। ତାଙ୍କର ଏକ ମାତ୍ର ପୁତ୍ର ଡlକ୍ଟରପ୍ରଶାନ୍ତ କୁମାର୍ ପରିଡା ସମସ୍ତଙ୍କୁ ସ୍ବାଗତ କରିଥିଲେ।