ବିଜ୍ଞାନ ପ୍ରଚାର ସମିତିର ଅଧିବେଶନ

କଟକ (୨୬.୦୧.୨୫) :: ବିଜ୍ଞାନ ପ୍ରଚାର ସମିତିର ମାସିକ ଅଧିବେଶନ ଆଜି ଦୋଳ ମୁଣ୍ଡାଇ ସ୍ଥିତ କାର୍ଯ୍ୟାଳୟ ପରିସରରେ ଡଃ. ନିତ୍ୟାନନ୍ଦ ସ୍ୱାଇଁ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଥିଲା। ପ୍ରାରମ୍ଭରେ ସମିତିର ଆଜୀବନ ସଦସ୍ୟ ପ୍ରଫେସର ଡଃ. ଗୋପାଳ ଚନ୍ଦ୍ର କର ଙ୍କ ଦେହାନ୍ତ ରେ ଏକ ମିନିଟ୍ ର ନୀରବ ପ୍ରାର୍ଥନା କରାଯାଇଥିଲା। ଏକ ଶୋକ ପ୍ରସ୍ତାବ ଗୃହୀତ ହେବା ସହିତ ଡଃ କର ଙ୍କ ର ସ୍ମୃତି ଚାରଣ କରାଯାଇଥିଲା । ଏହି ଅଧିବେଶନରେ ଡଃ ଧୀରେନ୍ଦ୍ର କୁମାର ଷଡଙ୍ଗୀ ଙ୍କ ଲିଖିତ ପୁସ୍ତକ ‘ ଦୃଷ୍ଟିହୀନ ଶିଶୁ ଙ୍କ ର ଲାଳନ ପାଳନ ଓ ବୌଦ୍ଧିକ ବିକାଶ ‘ ନାମକ ପୁସ୍ତକ ଉନ୍ମୋଚନ କରାଯାଇଥିଲା। ଆଜିର ପ୍ରବନ୍ଧ ପାଠ କାର୍ଯ୍ୟକ୍ରମରେ ଡଃ ନିତ୍ୟାନନ୍ଦ ସ୍ୱାଇଁ ଙ୍କ ଉପସ୍ଥାପିତ ପ୍ରବନ୍ଧ ଟି ଥିଲା ‘ ଧଳା ଜହର ‘ । ଶ୍ରୀ ସୁକାନ୍ତ କିଶୋର ମହାନ୍ତି ଙ୍କ ପ୍ରବନ୍ଧ ଥିଲା ‘ ବିଜ୍ଞାନ ପ୍ରବନ୍ଧ ର ପ୍ରବର୍ତ୍ତକ ହରିବନ୍ଧୁ ‘। ଡଃ. ଶିବ ଶଙ୍କର ନାୟକ ଙ୍କ ଉପସ୍ଥାପନା ଥିଲା ‘ ଲିଥିୟମ୍ ଆୟନ ବ୍ୟାଟେରୀ ‘। ଶ୍ରୀ ବ୍ରଜବନ୍ଧୁ ପୃଷ୍ଟି ଙ୍କ ପ୍ରବନ୍ଧ ଥିଲା ” ସାର ସି. ଭି. ରମଣ ଏବଂ ରମଣ ଏଫେକ୍ଟ୍। ଗତ ଅଧିବେଶନର ବିବରଣୀ ପାଠ କରିଥିଲେ ସମ୍ପାଦକ କବିତା ପାଟ୍ଟଶାଣୀ। ଅନ୍ୟାନ୍ୟ ଆଲୋଚନା ରେ ଭାଗ ନେଇଥିଲେ ଡଃ ସୁବସିନୀ ଲେଙ୍କା , ଈଂ ଧୀରେନ୍ଦ୍ର କୁମାର ବିଶ୍ବାଳ , ଡଃ ହେମନ୍ତ ପରିଡ଼ା , ଡଃ ଦେବେନ୍ଦ୍ର ନାଥ ସାହୁ , ଡଃ ଅକ୍ଷୟ କୁମାର ଦାଶ। ଯୁଗ୍ମ ସମ୍ପାଦକ ଶ୍ରୀ ଅରବିନ୍ଦ କର ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *