
ୱାଇ.ଏମ.ସି.ଏ, କଟକ ରେ ଭାରତର ପୁର୍ବାଞ୍ଚଳରେ ଥିବା ସମସ୍ତ ୱାଇ.ଏମ.ସି.ଏ ଗୁଡିକର ଆଞ୍ଚଳିକ ନିର୍ବାଚନ ସଭା ୱାଇ.ଏମ.ସି.ଏ, କଟକ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମରେ ୱାଇ.ଏମ.ସି.ଏ, କଟକର ସଭାପତି ଡଃ. ରାଜ ବଲ୍ଲଭ ମହାନ୍ତି ସ୍ବାଗତ ସମ୍ୱର୍ଦ୍ଧନା ଜ୍ଞାପନ କରିଥିଲେ ଓ ଶ୍ରୀ ସାଜି ଜେମ୍ସ ସମ୍ପାଦକ NCYI ର ପରିଚୟ ପ୍ରଦାନ ଓ ସମ୍ୱର୍ଦ୍ଧନା କରିଥିଲେ । ଏହାପରେ ପୂର୍ବତନ ଆଞ୍ଚଳିକ ଅଧ୍ଯକ୍ଷ ଶ୍ରୀ ସାଲେମ ବିକ୍ରମ କୁମାର ଶେଷ ଅଭିଭାଷଣ ପ୍ରଦାନ କରିଥିଲେ। ଏହି ନିର୍ବାଚନରେ ଯେଉଁ ନୂତନ କର୍ମକର୍ତ୍ତା ମାନେ ନିର୍ବାଚିତ ହୋଇଥିଲେ ସେମାନେ ହେଲେ ପୂର୍ବାଞ୍ଚଳ ଆଞ୍ଚଳିକ ଅଧ୍ଯକ୍ଷ ଡଃ. ରାଜ ବଲ୍ଲଭ ମହାନ୍ତି, ଉପାଧ୍ଯକ୍ଷ ଶ୍ରୀ ସୁବ୍ର ବିଶ୍ବାସ, କୋଷାଧ୍ଯକ୍ଷ ଶ୍ରୀ ବିନୟ ଭୂଷଣ ସିଙ୍ଘା, ଏବଂ ପ୍ରତିନିଗଣ ଶ୍ରୀ ଜୟପ୍ରକାଶ ଦାସ, ଶ୍ରୀ ନିରଜ କୁମାର, ଶ୍ରୀ ବରୁଣ ବେହେରା, ଶ୍ରୀ ଅଭିଷେକ ଲିମା, ଶ୍ରୀ ଜୟ ବର୍ଷ ନାୟକ ଓ ରଞ୍ଜନ ସିଂ । ଶେଷରେ ଆଚାର୍ଯ୍ୟ ଡଃ. ନିହାର କୁମାର ବଦ୍ଧନ ଓ ଆଚାର୍ଯ୍ୟ ସାମୁଏଲ ସୋମଲିଙ୍ଗମ ନବ ନିର୍ବାଚିତ ବ୍ୟକ୍ତି ବିଶେଷଙ୍କୁ ପ୍ରଭୁଙ୍କ ଠାରେ ଉତ୍ସର୍ଗ କରିଥିଲେ। ଏହାପରେ ଧନ୍ୟବାଦ ଅର୍ପଣ କରାଯାଇ ସଭା ସାଙ୍ଗ କରାଗଲା।