

କଟକ :: କଟକ ନୂଆପଡା ସ୍ଥିତ ନାରାୟଣ ହାୟର ସେକେଣ୍ଡାରୀ ବିଦ୍ୟାଳୟରେ ୭୬ ତମ ସାଧାରଣତନ୍ତ୍ର ଦିବସ ଧୁମ ଧାମରେ ପାଳିତ ହୋଇଯାଇଛି.ଏଥିରେ ଅନୁଷ୍ଠାନର ଅଧ୍ୟକ୍ଷା ଶ୍ରୀମତୀ ଭି ଭାରତୀ ମୁଖ୍ୟଅତିଥି ରୂପରେ ଯୋଗଦେଇ ପତକା ଉତ୍ତଳନ କରିଥିଲେ ସଂମ୍ମାନିତ ଅତିଥିଭାବେ ଓଡିଶା ସର୍କଲ ର ଡିଜିଏମ ଶ୍ରୀଯୁକ୍ତ ପି ଶ୍ରୀନିବାସ ଉପସ୍ଥିତ ରହି ତାତ୍ପଯ୍ୟ ବିଷୟରେ ଆଲୋକପାତ କରିଥିଲେ.ବିଦ୍ୟାଳୟର କୋମଳମତି ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଚିତ୍ତକ୍ରସ ପ୍ୟାରେଡ ପିରାମିଡ଼ ଓ ଦେଶାତ୍ମକ ନାଚ ଗୀତ ଇତ୍ୟାଦି ପରିବେଷଣ କରିଥିଲେ ଏହି ଶୁଭ ଅବସରରେ ନାରାୟଣ ବିଦ୍ୟାଳୟର ଅଧ୍ୟକ୍ଷା ଭି ଭାରତୀଙ୍କ ନେତୁତ୍ୟୁରେ ଏକ ବିରାଟ କାୟ 180 ଫୁଟ ଲମ୍ବ ବିଶିଷ୍ଟ ଜାତୀୟ ପତାକାର ରାଲି ଅନୁଷ୍ଠିତ ହୋଇଥିଲା. ଶିକ୍ଷାନୁଷ୍ଠାନର ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ,କର୍ମ କର୍ତ୍ତା ଅଧିକାରୀ ଏହି ଶୋଭାଯାତ୍ରାରେ ଯୋଗଦେଇ ଶୁଙ୍ଖଳିତ ଭାବେ ନଗର ପରିକ୍ରମା କରିଥିଲେ. ବିଭିନ୍ନ ପ୍ରକାର ର ସ୍ଲୋଗାନ ମାଧ୍ୟମରେ ଭାରତୀୟ ସମ୍ବିଧାନର ମହାନତାକୁ ପ୍ରଚାର କରାଯାଇଥିଲା. ବିଦ୍ୟାଳୟର ଉପାଧ୍ୟକ୍ଷ ଇ କିଡ଼ସ ର ଶ୍ରୀମତୀ ମନସ୍ୱାନି, ଇ ଚାମ୍ପସର ଶ୍ରୀମତୀ ରାଜଶ୍ବରୀ, ଇ ଟେକନର ଶ୍ରୀଯୁକ୍ତ କୌଶଳ ବୁଦ୍ଧଦେବ,ବିଦ୍ୟାଳୟର ଡିନ ଜନ ଡେଭିଡ ଓ ପ୍ରଶାସନିକ ଅଧିକାରୀ ଲଷ୍ମୀନାରାୟଣ ଆଚାର୍ଯ୍ୟ ରହି କାଯ୍ୟକ୍ରମଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ.