କେସିଙ୍ଗା,01.02.25
କଳାହାଣ୍ଡି ଜିଲ୍ଲା କେସିଙ୍ଗା ରେ ୩୦ ବର୍ଷ ପରେ ଅନୁଷ୍ଠିତ ହେଉଥିବା ବହୁ ପ୍ରତିକ୍ଷିତ ସର୍ବଭାରତୀୟ ଫୁଟବଲ ପ୍ରତିଯୋଗିତା ଇତି ମଧ୍ୟରେ ଉଦ୍ଘାଟିତ ହୋଇଯାଇଛି।ଶେଷ ଥର ୧୯୯୪ ମସିହାରେ କେସିଙ୍ଗା ଠାରେ ଶେଷ ଥର ପାଇଁ ସର୍ବ ଭାରତୀୟ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ଆୟୋଜକ ଙ୍କ ଠାରୁ ପ୍ରକାଶ। କେସିଙ୍ଗା କ୍ରୀଡା ପ୍ରେମୀ ମାନଙ୍କର ମନ ରେ ଖୁସି ଦେଖିବାକୁ ମିଳିଥିଲା | ଉଦ୍ଘାଟନୀ ମ୍ୟାଚରେ ଫୁଲବାଣୀ ସ୍ପୋର୍ଟସ ହଷ୍ଟେଲ କୁ ପେନାଲ୍ଟୀ ସୁଟ ରେ ୪ – ୧ ଗୋଲ ରେ ହରାଇ ବଲାଙ୍ଗୀର ସ୍ପୋର୍ଟସ ହଷ୍ଟେଲ ସେମି ଫାଇନାଲ ରେ ପ୍ରବେଶ କରିଛି। କେସିଙ୍ଗା ଏଥେଲେଟିକ ଏଣ୍ଡ କଲ୍ଚରାଲ୍ ଆସୋସିଏସନର ଆନୁକୁଲ୍ୟରେ କେସିଙ୍ଗା ମିନି ଷ୍ଟାଡିୟମରେ ରେ ଅନୁଷ୍ଠିତ ଉକ୍ତ ଉଦ୍ଘାଟନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ଓଡ଼ିଶା ଅଲମ୍ପିକ୍ସ ଆସୋସିଏସନ୍ ର ଜେନେରାଲ ସେକ୍ରେଟାରୀ ଜଗମୋହନ ପଟ୍ଟନାୟକ, ବରେଣ୍ୟ ଅତିଥି ଭାବରେ ଯୋଗଦେଇ ଥିଲେ ମୁଖ୍ୟମନ୍ତ୍ରୀ ଙ୍କ ଏଡିସନାଲ ସେକ୍ରେଟାରୀ ଅନୁପମ ସାହା , କେସିଙ୍ଗା ନଗରପାଳ ନୃପ ରାଜ ଯାଦବ ପ୍ରମୁଖ ଯୋଗଦେଇ ଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ଆୟୋଜକ ଅନୁଷ୍ଠାନର ର ସଭାପତି ରମକୁମାର ଜୈନ,ସମ୍ପାଦକ ପୁରନ୍ଦର ଭୋଇ,ଉପସଭାପତି ସରିତା ସିନ୍ଦୂର,ବଳରାମ ସୁନା,ଅଭିମନ୍ୟୁ ମହାନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।ଖେଳ ପରିଚାଳନା କରିଥିଲେ ନବୀନ ନାଏକ ଓ ତାଙ୍କୁ ସହଯୋଗ କରିଥିଲେ ବେଶ୍ୱେଶ୍ୱର୍ ପଧାନ,ବୁଲୁ ମାଝୀ ଓ ଲକ୍ଷ୍ମୀ ମାଝୀ।ହଜାର ହଜାର ସଂଖ୍ୟାରେ ଖେଳପ୍ରେମି ଖେଳ ଉପଭୋଗ କରିଥିଲେ।
କେସିଙ୍ଗା ରୁ ପ୍ରୀତେଶ ପଟେଲ ଙ୍କ ରିପୋର୍ଟ