ଉତ୍କଳ ଆଲୁମିନାରେ 76 ତମ ସାଧାରଣ ତନ୍ତ୍ର ଦିବସ ପାଳିତ

ଟିକିରି /ରାୟଗଡା/ତାରିଖ-26-1-2025: ଉତ୍କଳ ଆଲୁମିନାରେ 76 ତମ ସାଧାରଣ ତନ୍ତ୍ର ଦିବସ ଆନନ୍ଦ ଉଲ୍ଲାସର ସହିତ ନୂଆପଡା ସ୍ଥିଥ ଟାଉନସିପ ପରିସର ମଧ୍ୟରେ ପାଳିତ ହୋଇଯାଇଛି, ଏହି ଅବସରରେ ହିଣ୍ଡାଲକୋ ଇଣ୍ଡଷ୍ଟ୍ରିସ (ଆଦିତ୍ୟ ବିର୍ଲା ଗ୍ରୁପ) ର ପରିଚାଳନା ନିର୍ଦେଶକ ଶ୍ରୀଯୁକ୍ତ ସତୀଶ ପାଇ ଏବଂ ତାଙ୍କ ସହଧର୍ମିଣୀ ଶ୍ରୀମତୀ ଭାନଭିମୋନ ପାଇ ନିମନ୍ତ୍ରିତ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତୋଳନ କରିବା ସହିତ ଅଭିବାଦନ ଗ୍ରହଣ କରିଥିଲେ,.

କାର୍ଯ୍ୟନିର୍ବାହୀ ମୁଖ୍ୟ ଶ୍ରୀଯୁକ୍ତ ସୌରଭ ଖେଡ଼ଗେକର, ଉତ୍କଳ ଆଲୁମିନା କାରଖାନା ମୁଖ୍ୟ ଶ୍ରୀଯୁକ୍ତ ରବି ନାରାୟଣ ମିଶ୍ର, ଆଦିତ୍ୟ ଆଲୁମିନା (କଂସାରୀଗୁଡା) ପ୍ରକଳ୍ପ ମୁଖ୍ୟ ଶ୍ରୀଯୁକ୍ତ ମଝର ବେଗ, ଉତ୍କଳ ଓ ଆଦିତ୍ୟ ଆଲୁମିନା ର ସମସ୍ତ ପଦାଧିକାରୀ, ପରିବାର ବର୍ଗ ସହିତ ଉପସ୍ଥିତ ରହି ସାଧାରଣତନ୍ତ୍ର ଦିବସ ସମାରୋହକୁ ପାଳନ କରିଥିଲେ,
ପରିଚାଳନା ନିର୍ଦେଶକ ଶ୍ରୀଯୁକ୍ତ ସତୀଶ ପାଇ ନିଜର ଅଭିଭାଷଣ ପ୍ରଦାନ କରି କହିଥିଲେ ଯେ ଉତ୍କଳ ଏବଂ ଆଦିତ୍ୟ ଆଲୁମିନା ସହିତ ହିଣ୍ଡାଲକୋ ଇଣ୍ଡଷ୍ଟ୍ରିସ ଏହି ଅଞ୍ଚଳର ବିକାଶ ପାଇଁ ବଧପରୀକର, ଅଞ୍ଚଳରେ ସ୍ଵାସ୍ତ୍ୟ, ଓ ଶିକ୍ଷା ର ଉର୍ନତି ପାଇଁ କମ୍ପାନୀ ସର୍ବଦା ଚେଷ୍ଟିତ ଥିବା ସହିତ ପରିମଳ ବ୍ୟବସ୍ଥା କୁ ଅଗ୍ରାଧିକାର ଦେବା ପାଇଁ ସେ ଗୁରୁତ୍ୱ ଦେଇଥିଲେ,
ଏହି ଅବସରରେ ଉତ୍କଳ ଆଲୁମିନା ସୁରକ୍ଷା ବିଭାଗ କର୍ମଚାରୀ ସହିତ ଆଦିତ୍ୟ ବିର୍ଲା ପୂବ୍ଲିକ ସ୍କୁଲ ର ଛାତ୍ର, ଛାତ୍ରୀ, କମ୍ପାନୀ ଅଧିକାରୀ ମାନେ ଚିତାକର୍ଷକ ପ୍ୟାରେଡ ପ୍ରଦର୍ଶିତ କରିଥିବାବେଳେ, ଜାତୀୟ ସଂଗୀତ ଗାନ ସହିତ ନୃତ୍ୟ ପରିବେଷଣ କରା ଯାଇଥିଲା,
କାର୍ଯ୍ୟକ୍ରମ ସମାପନ ପରେ ପରିଚାଳନା ନିର୍ଦେଶକ ଶ୍ରୀଯୁକ୍ତ ସତୀଶ ପାଇ ଉତ୍କଳ ହସପିଟାଲ, ଆଦିତ୍ୟ ବିର୍ଲା ପୂବ୍ଲିକ ସ୍କୁଲ, ବିସ୍ଥାପିତ କଲୋନୀ ସହିତ ଦ୍ବିମୁଣ୍ଡି ଓ ଡି କୋରଳ ଗ୍ରାମକୁ ଯାଇ ସାଧାରଣ ଜନତାଙ୍କ ଗହଣରେ ବିଭିନ୍ନ ଉର୍ନତିମୂଳକ କାର୍ଯ୍ୟ ଆଗକୁ ନେବା ଏବଂ ବିଭିର୍ନ ସମସ୍ୟା ର ସମାଧାନ କିଭଳି ହୋଇ ପାରିବ ସେଦିଗରେ କମ୍ପାନୀ ସର୍ବଦା ଚେଷ୍ଟିତ ବୋଲି କହିଥିଲେ, ତତସହିତ ଉତ୍କଳ ଆଲୁମିନା ସି ଏସ ଆର ବିଭାଗ ଦ୍ୱାରା କରାଯାଇଥିବା ଉର୍ନୟନ ମୂଳକ କାର୍ଯ୍ୟ ଗୁଡିକ ବୁଲି ଦେଖିଥିଲେ l

ଗସ୍ତ ଅବସରରେ ଶ୍ରୀଯୁକ୍ତ ପାଇ, କଂସାରୀଗୁଡା ଠାରେ ଆଦିତ୍ୟ ଆଲୁମିନା ଦ୍ୱାରା ଆରମ୍ଭ ହୋଇଥିବା ନୂତନ ପ୍ରକଳ୍ପ ର ସମୀକ୍ଷା କରିବା ସହିତ ସି ଏସ ଆର ବିଭାଗ ଦ୍ୱାରା ପୋଡ଼ାପାରି ଠାରେ କାର୍ଯ୍ୟକ୍ଷମ ହୋଇ ଥିବା ଗ୍ରାମ୍ୟ ସ୍ୱାସ୍ଥ୍ୟ ଚିକିତ୍ସା କେନ୍ଦ୍ର ପରିଦର୍ଶନ କରିବା ସହିତ ଲଷ୍ମୀପୂର ବ୍ଲକ ସ୍ଥିତ ବିରୀଗୁଡା ଗ୍ରାମରେ ନୂତନ ଭାବେ କାର୍ଯ୍ୟକାରୀ ହୋଇଥିବା ସ୍ୱାସ୍ଥ୍ୟ ଚିକିତ୍ସା କେନ୍ଦ୍ରର ଉଦଘାଟନ କରିଥିଲେ.

Leave a Reply

Your email address will not be published. Required fields are marked *