୫ଟି ଅଭିଯୋଗ ରେ ସରିଲା ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବିର

କେସିଙ୍ଗା, ତା ୨୭,୦୧,୨୫

ଆଜି କେସିଙ୍ଗା ବ୍ଲକ ସଭାଗୃହରେ କଳାହାଣ୍ଡି ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନଶୁଣାଣୀ ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଜିଲ୍ଲାପାଳ ପାଓ୍ବାର ସଚିନ ପ୍ରକାଶ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଦୟାମୟ ପାଢ଼ୀ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜି, ଉପ ଜିଲ୍ଲାପାଳ, ଭବାନୀପାଟଣା ପ୍ରଭାତ କୁମାର ପରିଜା, କେସିଙ୍ଗା ତହସିଲଦାର ପ୍ରଶାନ୍ତି ପ୍ରଧାନ ଓ ବିଡ଼ିଓ ସିଦ୍ଧେଶ୍ୱର ମେହେର ପ୍ରମୁଖ ଯୋଗଦାନ କରିଥିଲେ। ଏଥିସହିତ ବିଭିନ୍ନ ଲାଇନ୍ ବିଭାଗର ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ। ସମୁଦାୟ ୬୫ ଗୋଟି ଅଭିଯୋଗ ପତ୍ର ଦାଖଲ ହୋଇଥିଲା ବେଳେ ଏଥିରେ ୫୦ ରୁ ଉର୍ଦ୍ଧ୍ବ ବ୍ୟକ୍ତିଗତ ଥିଲାବେଳେ ଅବଶିଷ୍ଟ ସାମୁହିକ ଅଭିଯୋଗ ଥିଲା। ଏହିସବୁ ଅଭିଯୋଗ ମଧ୍ୟରେ ବିଶେଷ କେସିଙ୍ଗା ୱାର୍ଡ ନମ୍ବର 10 ର ବସ୍ତି ବାସିନ୍ଦା ମାନେ ଆସି ଘରଡିହ ପଟ୍ଟା କେବେ ପ୍ରଦାନ କରିବେ ବୋଲି ଦରଖାସ୍ତ ଦେଇଥିଲେ, ପି ଏମ୍ ଆବାସରୁ ବଞ୍ଚିତ ଥିବା ଗରିବ ହିତାଧିକାରୀଙ୍କୁ ନୂତନ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରିବା ୬ ଟି, ସାମାଜିକ ସୁରକ୍ଷା ଯୋଜନାରୂ ବଞ୍ଚିତ ହିତାଧିକାରୀଙ୍କୁ ସାମିଲ କରିବା ୨୩ ଟି, ଶସ୍ୟଖଳା ନିର୍ମାଣରେ ଅନିୟମିତତା, ଲଘୁ ଖଣିଜ ଦ୍ରବ୍ୟର ଚୋରା କାରବାର, କେସିଙ୍ଗା ବ୍ଲକର ଭାରପ୍ରାପ୍ତ ଜିପିଡିଓଙ୍କ ଦୁର୍ନୀତି, ବାସହୀନ ପରିବାରଙ୍କୁ ମାଗଣା ଘରଡିହ ଯୋଗାଣ ଆଦି ଅନ୍ତର୍ଭୁକ୍ତ ଥିବା ଜଣାପଡିଛି । ପ୍ରଚାର ପ୍ରସାର ଅଭାବ ଯୋଗୁଁଜନସାଧାରଣ ଜାଣି ପାରୁନାହାନ୍ତି ଜନଶୁଣାଣୀ ର ତାରିଖ ଓ ସ୍ଥାନ ପୁଣି ଅଭିଯୋଗ ଶୁଣାଣୀ ରେ ବ୍ଲକ ପ୍ରଶାସନ ପକ୍ଷରୁ ଅଞ୍ଚଳର କୌଣସି ସାମ୍ବାଦିକ ମାନଙ୍କୁ ଡକା ଯାଉନ ଥିବା ସାମ୍ବାଦିକ ମାନେ ଅଭିଯୋଗ କରିଛନ୍ତି। ସାମ୍ବାଦିକ ଙ୍କୁ ଅଣଦେଖା ବିଷୟ ଉପରେ କେସିଙ୍ଗା ବିଡ଼ିଓ ଙ୍କୁ ପଚାରିବାରୁ ମୁ ଅନ୍ୟ ଜଣେ ଅଧିକାରୀ ଙ୍କୁ ସାମ୍ବାଦିକ ମାନଙ୍କୁ ଡାକିବା ପାଇଁ କହିଥିଲି ସେ କାହିଁକି ସାମ୍ବାଦିକ ମାନଙ୍କୁ ସୂଚନା ଦେଇ ନାହାନ୍ତି ପଚାରି ବୁଝିବି ବୋଲି କହିଥିଲେ।ପ୍ରଚାର ପ୍ରସାର ବିଷୟରେ ଜିଲ୍ଲାପାଳ ଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ଜନଶୁଣାଣୀ ତାରିଖ ସରକାର ଆଗରୁ ଫିକ୍ସ କରିଛନ୍ତି ଯାହା ପ୍ରମୁଖ ସମ୍ବାଦପତ୍ର ଗୁଡିକ ମାଧ୍ୟମରେ ରେ ଜନସାଧାରଣ ଙ୍କ ଅବଗତି ନିମନ୍ତେ ସୂଚନା ଦିଆଯାଇଛି।ତଥାପି ଆସନ୍ତା ଅଭିଯୋଗ ଶୁଣାଣି ସମୟରେ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ପ୍ରଚାର ପ୍ରସାର କରିବାକୁ ବିଡ଼ିଓ ଙ୍କୁ ନିର୍ଦ୍ଦେଶ ଦେଇଥିଲେ।

କେସିଙ୍ଗା ରୁ ପ୍ରୀତେଶ ପଟେଲ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *