ସପ୍ତଦଶ ବାର୍ଷିକ ଉତ୍ସବ : ଆଦର୍ଶ ସରସ୍ବତୀ ଶିଶୁ ମନ୍ଦିର

କଟକ ତା୧୧-୦୧-୨୦୨୫ ରିଖ ଆଦର୍ଶ ସରସ୍ବତୀ ଶିଶୁ ମନ୍ଦିରର ବାର୍ଷିକ ଉତ୍ସବ ସ୍ଥାନୀୟ ଦରଘାପାଟଣା ଠାରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଟକ ଚୌଦ୍ଵାର ପୂର୍ବତନ ବିଧାୟକ ଡଃ ପ୍ରଭାତ କୁମାର ବିଶ୍ୱାଳ ଯୋଗ ଦେଇ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାର ମହତ୍ବ ଏବଂ ଜୀବନରେ ଏହାର ଉପାଦେୟତା ସମ୍ପର୍କରେ ଆଲୋକପାତ କରିଥିଲେ ।
କୁନି କୁନି ପିଲାମାନଙ୍କୁ ଉଦବୋଧନ ଦେଇ ସଭାରେ ମୂଖ୍ୟ ବକ୍ତା ଭାବେ ବଂଶୀଧର ଜେନା ସମଗ୍ର ପୃଥୁବୀରେ କେବଳ ଶିକ୍ଷା ହିଁ ଜୀବନର ମାନଦଣ୍ଡ ଏବଂ ଶିକ୍ଷା ହିଁ ସୁନାଗରିକ ଗଠନ କରିବାରେ ସାହାଯ୍ୟ କରିଥାଏ ବୋଲି ମତବ୍ୟକ୍ତ କରିଥିଲେ।
ସ୍ବତନ୍ତ୍ର ଅତିଥି ଭାବେ ପ୍ରଫେସର ପଣ୍ଡିତ ନୀଳକଣ୍ଠ ରାଉତ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷ୍ୟା ପ୍ରଦାନ ଧ୍ୟାନ ଦେବାକୁ ପଡିବ ପିତା ମାତାଙ୍କ ଉପରେ ଆଲୋଚନା କରିଥିଲେ। ବିଶିଷ୍ଟ ଅତିଥି ଭାବେ ଶିକ୍ଷାବିତ ଓ ସମାଜସେବୀ ଶଶଧର ପଣ୍ଡା ବିଦ୍ୟାଳୟର ସୁନାମ ଅର୍ଜନ କରିବା ସହିତ ପିଲାମାନଙ୍କ ଯୋଗ ଉପରେ ଆଲୋଚନା କରିଥିଲେ। ଛାତ୍ରଛାତ୍ରୀ ମାନଙ୍କୁ ସାଧାରଣ ଶିକ୍ଷା ମାଆ ମାନଙ୍କୁ ପରାମର୍ଶ ଦେଇଥିଲେ।
ବିଦ୍ୟାଳୟର ପରିଚାଳନା ସମିତି ସଭାପତି ପ୍ରଦୀପ୍ତ କୁମାର ଦାସ ଶିକ୍ଷା ଲାଭ ହିଁ ଜୀବନର ସମୃଦ୍ଧି ଆଣିପାରିବ ବୋଲି ସଭାରେ ମତପ୍ରକାଶ କରିଥିଲେ। ବିଦ୍ୟାଳୟର ଦୀପ୍ତିମୟୀ ସାମନ୍ତରାୟ ବାର୍ଷିକ ବିବରଣୀ ପାଠ କରିଥିଲେ। ସଭାରେ ଅନ୍ୟ ଅତିଥିବୃନ୍ଦ ମାନଙ୍କ ମଧ୍ୟରେ ବିଦ୍ୟାଳୟର ପରିଚାଳନା ସମିତି ସମ୍ପାଦକ ସୁରେଶ ଚନ୍ଦ୍ର ସ୍ବାଇଁ, ସୁବକ୍ତା ଭାବରେ ବଟକୃଷ୍ଣ ଦାସ, ସମ୍ମାନୀତ ଅତିଥି ଭାବେ ପଣ୍ଡିତ ଚୈତନ୍ୟ କୁମାର ସାହୁ, ସମ୍ମାନୀତ ଅତିଥି ଭାବେ ୫୨ ନମ୍ବର କର୍ପୋରେଟର ସୋଭାଗିନୀ ଜେନା, ବିଶିଷ୍ଟ ଅତିଥି ଭାବେ ୫୩ ନମ୍ବର କର୍ପୋରେଟର ଅରବିନ୍ଦ ଜେନା, ସମାଜ ସେବୀ ବିନୋଦ କୁନାର ବେହେରା, ସମ୍ମାନୀତ ଅତିଥି ଭାବେ କେଶବ ଚନ୍ଦ୍ର ରାଉତ, ଅତିଥି ଭାବେ ଡଃ ତ୍ରିଲୋଚନ ବରାଳ ସହିତ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ସ୍ବର୍ଣ୍ଣଲତା ପଣ୍ଡା ଯୋଗ ଦେଇ
ସମାଜ ଗଠନରେ ଶିକ୍ଷାର ଭୂମିକା ଅପରିହାର୍ଯ୍ୟ ବୋଲି ନିଜସ୍ବ ମତ ବ୍ୟକ୍ତ କରିଥିଲେ। ବିଦ୍ୟାଳୟର ଅନ୍ୟ ଏକ ଗୁରୁ ମାଆଙ୍କ ମଧ୍ୟରେ ହରପ୍ରିୟା ଓଝା, ପ୍ରଜ୍ଞ୍ଯରାଣି ଦେବତା,ଜୁଲି ସ୍ବାଇଁ,ଦେବର୍ଚନା ପାଣି ଓ ମମତା ଦାସ, ସହିତ ପ୍ରାରମ୍ଭିକ ନୃତ୍ୟ କରିଥିଲେ ଖୁସବୁ ପ୍ରିୟ ଦର୍ଶନୀ ସ୍ବାଇ।
କାର୍ଯ୍ୟକ୍ରମରେ ପୂର୍ବରୁ ଅନୁଷ୍ଠିତ ହୋଇଯାଇଥିବା ବିଭିନ୍ନ କ୍ରୀଡା ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ବାରା ପୁରସ୍କାର ବିତରଣ କରାଯାଇଥିଲା ଶେଷରେ ସ୍କୁଲ ଛାତ୍ର ଛାତ୍ରୀ ମାନଙ୍କ ଦ୍ବାରା ଆକର୍ଷଣୀୟ ନୃତ୍ୟ ଓ ସଂଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶେଷରେ ପ୍ରିୟଦର୍ଶିନୀ ପରିଜା ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *