ଜୟ ଲଙ୍କେଶ କମିଟି ତରଫରୁ ରାବଣ ମନ୍ଦିର ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ବୈଠକ :

କଟଜ ୯ /୧ – ଆଜି ସ୍ଥାନୀୟ ବଖରା ବାଦ ନଣ୍ଡା ଦେଉଳ ପ୍ରାଙ୍ଗଣରେ ଲଙ୍କେଶ କମିଟି ତରଫରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେଇଥିଲା | ଉକ୍ତ ବୈଠକ ରେ ଓଡିଶା ରେ ପ୍ରଥମ ଥର ପାଇଁ ଏକ ରାବଣ ମନ୍ଦିର ପ୍ରତିଷ୍ଠା କରିବା ପାଇଁ ଲଙ୍କେଶ କମିଟି ତରଫରୁ ନିଷ୍ପତି ନିଆଯାଇଛି | ଆଜିର ବୈଠକ ରେ କମିଟିର ସଭାପତି ସମ୍ପାଦକ ଓ ବରିଷ୍ଠ ସଦସ୍ୟ ମାନେ ନିଜର ବ୍ୟକ୍ତବରେ ରାବଣ ଜଣେ ମହାଜ୍ଞାନୀ ସର୍ବଶ୍ରେଷ୍ଟ ମହାନ ଶିବ ଭକ୍ତ ମହାନ ପଣ୍ଡିତ ବ୍ରାହ୍ମଣ ଅସୁର କୂଳରେ ଜନ୍ମ ହେଲେ ମଧ୍ୟ୍ୟ ସଂସାର କୁ ଅନେକ ଜ୍ଞାନ ଦେଇ ଯାଇଛନ୍ତି | ନିଜର ଅଂହକାର ଦ୍ୱାରା ନିଜ ବଂଶ ଓ ସ୍ବର୍ଣ୍ଣ ର ରାଜ୍ୟ ଧ୍ବଂସ ହେଇଯାଏ, ପର ନାରୀକୁ ଅସଦାଚରଣ ଯୋଗୁ କେତେ କ୍ଷତି ଘଟିଥାଏ, ନିଜ ଶତ୍ରୁ କୁ କିପରି ସାହାଯ୍ୟ କରାଯାଏ, ଅଭିଶାପ ପାଇ ରାକ୍ଷସ କୂଳରେ ଜନ୍ମ ହେତୁ ନିଜ କୁଳର ପ୍ରଭୁ ଙ୍କ ହାତରେ ନିପାତ ପାଇଁ ରାସ୍ତା ବାଛିଥିଲେ | ସେଥିପାଇଁ ମଣିଷ ସମାଜ ପାଇଁ ତାଙ୍କର ଶିକ୍ଷା ଅନେକ ଗ୍ରହଣୀୟ ଅଟେ | ଆଜିକାଲିର ମଣିଷ ସମାଜରେ ନିଜର ଅଂହକାର ଓ ଗର୍ବ ଫଳରେ ସମାଜର ଅନେକ ଅମଙ୍ଗଳ କରିବା ସହିତ ଆଗାମୀ ପିଢ଼ିଙ୍କୁ ଅନ୍ଧକାର ମୁଁହକୁ ଠେଲି ଦେଉଛନ୍ତି | ଏହିଭଳି ଏକ ମହାନ ପ୍ରଖ୍ୟାତ ବ୍ୟକ୍ତିତ୍ୱ ର ପ୍ରମାଣ ସ୍ୱରୂପ ଓ ଦିଗଦର୍ଶନ ପାଇଁ ଏକ ମନ୍ଦିରର ଆବଶ୍ୟକ ରହିଛି ନିଶ୍ଚୟ ବୋଲି ମତ ଦେଇଥିଲେ | ଉକ୍ତ ବୈଠକରେ ପ୍ରମୋଦ ମହାନ୍ତି,
ଭାରତ ଭୂଷଣ ମହାପାତ୍ର,ପରେଶ ନାଥ ଦାସ, କିଶୋର ଚନ୍ଦ୍ର ଦାସ,ବିଜଯ ବେହେରା,ବାସୁଦେବ ଜେନା, ଦେବାଶିଷ ରାୟ,ଜୟଦେବ,ଛାଟୋଇ,ଗୌର ମୋହନ ଦାସ ମହେଶ ଦାଗା,ଦିଲ୍ଲୀପ ଗୁପ୍ତା
ଏବଂ ଅଶୋକ ବିଶ୍ବାସ ପ୍ରମୁଖ ଉପସ୍ଥିତ ଥିଲେ |

Leave a Reply

Your email address will not be published. Required fields are marked *