ଓଡ଼ିଶା ନାରୀସେବା ସଙ୍ଘ ପକ୍ଷରୁ ମହିଳା ହିଂସା ନିରୋଧ ସଚେତନତା

କଟକ ୧୫ – ୧୨-୨୪ ରିଖ ଓଡ଼ିଶା ନାରୀ ସେବା ସଙ୍ଘର ପରିବାର ପରାମର୍ଶ କେନ୍ଦ୍ର ପକ୍ଷରୁ ମହିଳା ହିଂସା ନିରୋଧ ସଚେତନତା କାର୍ଯକ୍ରମ କଟକ ସହରର ବିଭିନ୍ନ ସାହିର ବସ୍ତି ଅଞ୍ଚଳରେ ଅନୁଷ୍ଟିତ ହୋଇଥିଲା ।ଦେଶରେ ତଥା ସମାଜରେ ମହିଳା ମାନଙ୍କ ପ୍ରତି ହିଂସା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିର ରଖି ସଂଘ ପକ୍ଷରୁ କଟକ ସେଲ୍ଟର ଛକ ସ୍ଥିତ ଗୋପବନ୍ଧୁ ସାହି ସ୍ଥିତ ବସ୍ତି ଅଞ୍ଚଳରେ ସଂଘର ସାଧାରଣ ସମ୍ପାଦିକା ଆଭା କାନୁନଗୋ ଙ୍କ ଅଧ୍ୟକ୍ଷତାରେ ଏକ ସଚେତନତା କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏଥିରେ ମୂଖ୍ୟ ଅତିଥି ଭାବେ ଓଡ଼ିଶା ଶାଖାର କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ଉଦ୍ୟୋଗର ମହିଳା ସଭାପତି ଲୋପାମୁଦ୍ରା ମିଶ୍ର ଯୋଗଦେଇ ମହିଳlମାନଙ୍କର ଆର୍ଥିକ ସଶକ୍ତିକରଣ ଉପରେ ଆଲୋକପାତ କରିଥିଲେ। ସଂଘର ସଂଗଠନ ସମ୍ପାଦିକା ମୀରା ବେଉରା ଅର୍ଥନୈତିକ ପ୍ରଗତି ସହ ଉଭୟ ପୁରୁଷ ଓ ମହିଳାଙ୍କ ଉତ୍ତମ ବୁଝାମଣା ଦ୍ଵାରା ଗୋଟିଏ ସୁସ୍ଥ ପରିବାର ଗଠନ ହୋଇପାରିବ ବୋଲି ମତପ୍ରକାଶ କରିଥିଲେ।
ବରିଷ୍ଟ ସଦସ୍ୟା ଡ଼. ପ୍ରଭାବତୀ ପଣ୍ଡା ଯୋଗଡେଇ ମହିଳାମାନଙ୍କ ସମସ୍ୟା ର ସମାଧାନ ପାଇଁ ସୁଚିନ୍ତିତ ପ ରlମର୍ଷ ଦେଇଥିଲେ। ପରିବାର ପରାମର୍ଶଦାତ୍ରି ସରୋଜିନୀ ଓଝା , ଅମ୍ବିକା ପଲlଇ, ସୁପର୍ଣ୍ଣl ବେହେରା
ଉପସ୍ଥିତ ହୋଇ ମହିଳା ମାନଂକ ହିଂସା ଜନିତ କେଶ୍ କୁ ପଞ୍ଜିକରଣ କରି କାର୍ଯକ୍ରମ କୁ ପରିଚାଳନା କରିଥିଲେ। କୋଷାଧ୍ୟକ୍ଷl ନୟନ ତାରl ନନ୍ଦ ଧନ୍ୟବାଦ୍ ଦେଇଥିଲେ।

Leave a Reply

Your email address will not be published. Required fields are marked *