
ବିନିକା : ପ୍ରବଳ ଶୀତରେ ରାସ୍ତାକଡ଼ରୁ ଗୁରୁତର ଅବସ୍ଥାରେ ଉଦ୍ଧାର ହେଲା ନବଜାତ ଶିଶୁକନ୍ୟା Iକେହି ଶିଶୁକନ୍ୟାକୁ ଜନ୍ମ କରି ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ତୁଲୁଣ୍ଡୁପାଲି ଗାଁ ନିକଟ ରାସ୍ତା କଡରେ ଶିଶୁକନ୍ୟାକୁ ମାଟିରେ ପୋତି ଚାଲି ଯାଇଥିଲେ Iହେଲେ ତୁଲୁଣ୍ଡୁପାଲି ଗାଁର ସନ୍ତୋଷ ନଇ ନବଜାତ ଶିଶୁକନ୍ୟାକୁ ଦେଖି ମାଟିରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ Iପରେ ଅଧିକ ଚିକିତ୍ସା ପାଇଁ ଡାକ୍ତର ତାକୁ ସୋନପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାଇଛନ୍ତି l ସନ୍ତୋଷ ନଇ ଓ ତାଙ୍କ ପତ୍ନୀଙ୍କୁ ଦିର୍ଘ ୧୭ ବର୍ଷହେଲା ତାଙ୍କ ଔରସରୁ ପିଲା ଜନ୍ମ ହେଉନଥିବାରୁ ସ୍ୱାମୀ ସ୍ତ୍ରୀ ଦୁହେଁ ଏଇ ଅଲୋଡ଼ା ଶିଶୁକନ୍ୟାକୁ କୋଳେଇ ନେବେ ବୋଲି କହିଛନ୍ତି l ତେବେ ମେଡ଼ିକାଲକୁ ବିନିକା ପୋଲିସ ପହଞ୍ଚି ତଦନ୍ତ କରୁଥିବା ସୁଚନାମିଳିଛି l