କାମରେ ଆସୁନି ସୁନାବେଡ଼ା ପୌର ପରିଷଦ ଲଜ୍

ସୁନାବେଡ଼ା ,୦୯/୧୧/୨୪ : ଅବହେଳିତ ଅବସ୍ଥାରେ ପଡ଼ି ରହିଛି ସୁନାବେଡ଼ା ପୌର ପରିଷଦ ଲଜ୍ । ସୁନାବେଡ଼ା ଗୋପବନ୍ଧୁ ବଜାର ରେ ଥିବା ପୌର ପରିଷଦ ଲଜ୍ ଲୋକଙ୍କ କାମରେ ଆସୁନାହିଁ । ସୁନାବେଡ଼ା କୁ ବାହାରୁ ରୁ ଆସୁଥିବା ପର୍ଯ୍ୟଟକ ମାନେ ସ୍ୱଳ୍ପ ସୁଲଭ ମୂଲ୍ୟରେ ଏହାର ସୁବିଧା ପାଇବା ପାଇଁ ଏହାର ନିର୍ମାଣ ହୋଇଥିଲା। ବିଗତ କିଛି ସମୟ ହେଲା ସୁନାବେଡ଼ା ଆଖପାଖ ଅଞ୍ଚଳ ରେ ବିଭିନ୍ନ ବିକାଶ ମୂଳକ ନିର୍ମାଣ ଗୁଡ଼ିକ ଖୁବ୍ ଜୋର୍ ସୋର୍ ରେ ଚାଲିଛି। ବହୁ ଆଧୁନିକ ସୁବିଧା ଥାଇ ଅନେକ ଗୁଡ଼ିଏ ଲଜ୍ ଖୋଲିଗଲେଣି। ତେଣୁ ଲୋକେ ଏହି ପୁରାତନ ସରକାରୀ ଲଜ୍ ଟିକୁ ଭୁଲି ସାରିଲେଣି। ଫଳରେ ବିଗତ ୩ ବର୍ଷ ରୁ ଉର୍ଦ୍ଧ୍ବ ସମୟ ଧରି ଏହା ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଛି। ବ୍ୟବହାର ନ ହୋଇ ଏହା ଏକ ରକମର ଭୂତ କୋଠି ପାଲଟିଛି। ଦିନ ବୁଡ଼ିଲେ, ଅସାମାଜିକ ବ୍ୟକ୍ତି ମାନଙ୍କ ଆଡ୍ଡା ସ୍ଥଳୀ ପାଲଟୁଛି। ସରକାର ଲୋକଙ୍କ ସୁବିଧା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି ,ହେଲେ ତାହା କାମରେ ଲାଗୁନି । ପୌର ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି । ଏ ସମ୍ପର୍କରେ ସୁନାବେଡା ପୌରଧ୍ୟକ୍ଷ ଡଃ ରାଜେନ୍ଦ୍ର କୁମାର ପାତ୍ର ଙ୍କୁ ପଚାରିବାରୁ ସେ କହିଲେ ଅତିଶିଘ୍ର ଏହାକୁ ଟେଣ୍ଡର ଦିଆଯିବ ଲଜ୍ ନିମନ୍ତ୍ରଣ କରାଯିବ ।

ସୁନାବେଡ଼ା ପ୍ରତିନିଧି

Leave a Reply

Your email address will not be published. Required fields are marked *