ଆହତ ହାତୀ କୁ ଚିକିତ୍ସା ପାଇଁ ଖୋଜୁଛି ବନ କର୍ମଚାରୀ 

ରାଜଗାଙ୍ଗପୁର 9/12/24(ପି ଏନ ଏସ ) ରାଜଗାଙ୍ଗପୁର ବ୍ଲକ ଛତାମ ପଞ୍ଚାୟତ ର ସିଲକୁଦର ଅଞ୍ଚଳରେ ଗୋଟିଏ ଗୋଷ୍ଠି ରୁ ବାହାର ଆହତ ଅବସ୍ଥାରେ ବୁଲୁଥିବା ହାତୀକୁ ଦେଖି ଗ୍ରାମବାସୀ ରାଜଗାଙ୍ଗପୁର ଉପଖଣ୍ଡ ବନାଞ୍ଚଳ ଅଧିକାରୀ ଗୁରୁ ଚରଣ ମଣ୍ଡଳ ଙ୍କୁ ଜଣାଇବା ପରେ ବନ ବିଭାଗ ତପ୍ତରତା ଦେଖାଇ ସୁନ୍ଦରଗଡ଼ ଡିଭିଜନ ବନାଞ୍ଚଳ ଅଧିକାରୀ ରାଉରକେଲା ଡି ଫ ଓ ଯଶବନ୍ତ ସେଠୀ ଙ୍କ ନେତୃତ୍ୱ ରେ ଆର ସି ସି ଏଫ ରମା ସ୍ୱାମୀ,ଏ ସି  ଏଫ ସୌମ୍ୟ ରଞ୍ଜନ ଗୋଛାୟତଙ୍କ ସହ ଟ୍ରାଙ୍କୁ ଲାଇଜ ବିଶେଜ୍ଞ କୁୟିକ ରେସପନ୍ସ ଟିମ ରାଜଗାଙ୍ଗପୁର ଏବଂ ପାନପୋଷ ରେଞ୍ଜ ର କର୍ମଚାରୀ ପ୍ରାୟ 50ଜଣ ମିଳିତ ଭାବେ ସିଲକୁଦର ସଂର କ୍ଷଣ ଜଙ୍ଗଲ ମଧ୍ୟରେ ଦୀର୍ଘ ସମୟ ଧରି ଆହତ ହାତୀ କୁ ଖୋଜି  ପାଇ ପରି ନଥିଲେ ସନ୍ଧ୍ୟା  ହେବା ପରେ ସୁରକ୍ଷା ଦୃଷ୍ଟିରୁ ସନ୍ଧାନ ରୁ ନିର୍ବୃତ୍ତ ହୋଇ ଫେରି ଆସି ଯାଇଥିଲେ l ଆଜି ଭୋରରୁ ପୂର୍ବ ଅଞ୍ଚଳକୁ  ଜଙ୍ଗଲ ବିଭାଗର କର୍ମଚାରୀ ପୁଣି ଆହତ ହାତୀ ର ସନ୍ଧାନ ରେ ଯାଇ ଥିବା ଶୁଣିବାକୁ ମିଳିଛି l ହାତୀର ଆଗ ପଟ ଡାହଣ ଗୋଡ଼ ଏବଂ ଶୁଣ୍ଢ ରେ ଆଘାତ ଲାଗି ଯାହାକି ସେ ଭଲରୂପେ ଚାଲି ପାରୁ ନାହିଁ l ଜଙ୍ଗଲ ବିଭାଗ କର୍ମଚାରୀ ହାତୀକୁ ଅଚେତ କରି ତାର ଚିକିତ୍ସା ପାଇଁ ଚେଷ୍ଟା କରୁ ଥିବା ଜଣା ଯାଇଛି l ହାତୀ ପଛରେ ବନ ବିଭାଗ କିନ୍ତୁ ହାତୀ ଶିଲାକୁଦର ଜଙ୍ଗଲ ଛାଡି ବର୍ତ୍ତମାନ ମାଲଡ଼ିହି ଅଚଳ କୁ ଆସିଯାଇଥିବା ସୂଚନା ମିଳିଛି କିନ୍ତୁ ବନ ବିଭାଗ କର୍ମଚାରୀ ତା ପଛ ରେ ରହି ହାତୀର ଅନୁସନ୍ଦନ କାର୍ଯ୍ୟ ଜାରି ରଖି ଛନ୍ତି l

Leave a Reply

Your email address will not be published. Required fields are marked *