କ୍ରିକେଟ ଟୁର୍ଣ୍ଣାମେଣ୍ଟର ରେ ସାମ୍ବାଦିକ ଓ ସମାଜ ସେବୀ ହେଲେ ଅତିଥି ।..

ଅନୁଗୁଳ : (ଦିଲୀପ କୁମାର ଚୋପଦାର ) ଜିଲ୍ଲାର କୋଇଲା ନଗରୀ ଠାରେ ଅବସ୍ଥିତ ତାଳଚେର ଫ୍ରେଣ୍ଡସ କ୍ଲବ ଆନୁକୂଲ୍ୟରେ ” ଦିପୁ ନାଏକ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ” ଉଦଘାଟନ ହୋଇଯାଇଛି । ଏହି ଉଦଘାଟନୀ ଉତ୍ସବରେ ଫୋକସ ପ୍ଲସ ଚ୍ୟାନେଲ ର ସାମ୍ବାଦିକ ତଥା ଅନୁଗୁଳ ଜିଲ୍ଲାର ଜିଲ୍ଲା ପ୍ରତିନିଧି ରବୀନ୍ଦ୍ର ନାଥ ସେଠ୍ ଙ୍କୁ ମୁଖ୍ୟ ଅତିଥି ଭାବେ ଦେଖିବାକୁ ମିଳିଥିଲା ଏବଂ ସମ୍ମାନିତ ଅତିଥି ଭାବେ ସମାଜ ସେବୀ ବାପି ମହାନ୍ତି ଙ୍କୁ ଦେଖିବା ପାଇଁ ମିଳିଥିଲା । ଏହି ଟୁର୍ଣ୍ଣାମେଣ୍ଟ ସ୍ଵର୍ଗତ ଦୀପୁ ନାଏକ ଙ୍କ ଉଦ୍ଦେଶ୍ୟରେ ଆୟୋଜନ କରା ଯାଇଛି ।ଉଦଘାଟନ ଉତ୍ସବ ରେ କମିଟି ର ସମସ୍ତ କର୍ମ କର୍ତ୍ତା ଙ୍କ ଉପସ୍ଥିତରେ ଅତିଥି ମାନଙ୍କୁ ବାଜା ଗାଜା ସହିତ ବାଣ ଫୁଠାଇ ସ୍ୱାଗତ ସମର୍ଦ୍ଧନା ଜଣାଇ ଖେଳ ପଡିଆ କୁ ପାଛୋଟି ଆଣିଥିଲେ । ଏହା ପରେ ଅତିଥି ମାନେ ଖେଳାଳି ମାନଙ୍କ ସହ ହାତ ମିଳାଇବା ସହ ଟସ ପକାଇ ଖେଳ ଆରମ୍ଭ କରାଇ ଥିଲେ..।ଅତିଥି ରବୀନ୍ଦ୍ର ନାଥ ସେଠ୍ ଏବଂ ଅନ୍ୟତମ ଅତିଥି ବାପି ମହାନ୍ତି ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହ , କ୍ରୀଡା ସହ ଯେଉଁ ମାନେ ଜଡିତ ରହୁଛନ୍ତି ସେମାନଙ୍କ ସ୍ୱାସ୍ଥ୍ୟ ଠିକ ରହିବ ବୋଲି ମତ ପ୍ରକାଶ କରିଥିଲେ ।

Leave a Reply

Your email address will not be published. Required fields are marked *