
କଟକ ବକ୍ସି ବଜାର ସ୍ଥିତ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ”ବ” ଗ୍ରୁପ ମାଧ୍ୟମରେ ଓଡ଼ିଆ ଭାଷା ଓ ସାହିତ୍ୟ ସଂସ୍କୃତି ବିଭାଗ ଓଡ଼ିଶା ସରକାରଙ୍କ ସହଯୋଗ ରେ ଅଭିଯାନ ପାଇଁ ପାଇକପଡା ବ୍ରାହ୍ମଣଦା ଆନୁକୁଲ୍ୟରେ ଏକ ନାଟକ ମହୋତ୍ସବ କାର୍ଯ୍ୟ କ୍ରମ ଆୟୋଜନ ହୋଇଯାଇଛି। ଆଜିର ନାଟକଟି ବହୁତ ଉଚ୍ଚକୋଟୀର ଶିକ୍ଷା ସାହିତ୍ୟ ସଂସ୍କୃତି ଉପରେ ଆଧାରିତ ଥିଲା। ନାଟକ ଟିର ନାମ ଦିଆଯାଇଥିଲା”ଅଭିନେତ୍ରୀ”ଏହି ନାଟକଟିକୁ ନିର୍ଦ୍ଦେଶନା ଦେଇଥିଲେ ସତ୍ୟ ଜେନା ନାଟକକୁ ରଚନା କରିଛନ୍ତି ଲିଙ୍ଗରାଜ ନାୟକ। ସଙ୍ଗୀତ ନିର୍ଦ୍ଦେଶନା ଦାୟିତ୍ୱରେ ଥିଲେ ରାଜ କୁମାର। ନାଟକ ଟିର ରୂପସଜା ଲୋକନାଥ,ସହ ନିର୍ଦ୍ଦେଶନା ସିପ୍ରା ପ୍ରିୟଦର୍ଶିନୀ। ଆଲୋକ ସମ୍ପାଦନା କରୁଥିଲେ ଚିରଞ୍ଜିବୀ ମହାରଣା ସହିତ ଅଭିନୟରେ ଲାବନ୍ୟା ଥିଏଟର କଳାକାର ମାନଙ୍କୁ ନେଇ ନାଟକଟି ବହୁତ ଉଚ୍ଚକୋଟୀର ହୋଇ ଥିଲା। ସେହି ଭଳି ସଭାପତି ଆଲୋକ ସ୍ବାଇଁଙ୍କ ସଭାପତିତ୍ବରେ । ନାଟକ ଦୁଇଟି “ଶେଷ ଇଛା”ଏବଂ ଦ୍ବିତୀୟ ନାଟକ “ପ୍ରାପ୍ତି”ମଞ୍ଚରେ ମଞ୍ଚସ୍ଥ ହେଉଥିଲା ବୋଲି ନାଟ୍ୟ ନିର୍ଦ୍ଦେଶକ ଅକ୍ଷୟ ରଣା କହିଛନ୍ତି।