ଛତ୍ରପୁର ଠାରେ ୬୨ ତମ ଗୃହରକ୍ଷୀ ବାହିନୀ ଦିବସ ପାଳିତ। ଡି.ଆଇ.ଜି. ଙ୍କ ଅଭିବାଦନ ଗ୍ରହଣ

ଛତ୍ରପୁର : ୦୭.୧୨.୨୪

(ମିଥୁନ ବାରିକ୍)

ଛତ୍ରପୁର :  ଗଞ୍ଜାମ ପୋଲିସ ଜିଲ୍ଲା ମୁଖ୍ୟାଳୟ ଛତ୍ରପୁର ରିଜର୍ଭ ପୋଲିସ ପଡ଼ିଆ ଠାରେ ଆୟୋଜିତ ୬୨ ତମ ଗୃହରକ୍ଷୀ ବାହିନୀ ଦିବସ ଅବସରରେ ଦକ୍ଷିଣାଞ୍ଚଳ ଡି.ଆଇ.ଜି. ଡ଼ଃ. ସାର୍ଥକ ଷଡ଼ଙ୍ଗୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଓଡ଼ିଶା ପୋଲିସ ପ୍ରଶାସନ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡ୍ ରେ ଅଭିବାଦନ ଗ୍ରହଣ କରିଥିଲେ ।
  ପୋଲିସ ବାହିନୀ ତଥା ପ୍ରଶାସନ ସହ ସହଯୋଗ ରକ୍ଷାକରିବାରେ ଗୃହରକ୍ଷୀ ବାହିନୀର ସେବା  ଅତ୍ୟନ୍ତ ନିଆରା ଓ ମହନୀୟ ବୋଲି ଡି.ଆଇ.ଜି. ଡ଼ଃ. ଷଡ଼ଙ୍ଗୀ  ଭୂୟସୀ ପ୍ରଶଂସା କରି ସେମାନଙ୍କୁ ଏହି  ଦିବସ ଅବସରରେ ହୋମ୍-ଗାର୍ଡଙ୍କୁ ଉତ୍ସାହିତ କରିବା ସାଂଗକୁ ସାଧୁବାଦ ଜଣାଇଥିଲେ ।
    ସଂଗଠିତ ଏହି  ସମାରୋହରେ ଆଦର୍ଶ ଓ ନିଷ୍ଠାପର କାର୍ଯ୍ୟ ଭିତ୍ତିରେ ଗଞ୍ଜାମ ପୋଲିସ ଜିଲ୍ଲା ର ଶ୍ରେଷ୍ଠ ଛଅ ଜଣ ଗୃହରକ୍ଷୀଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରି ଡି.ଆଇ.ଜି. ଡ଼ଃ. ଷଡ଼ଙ୍ଗୀ ସମ୍ମାନୀତ କରିଥିଲେ । ସେମାନେ ହେଲେ କୋଦଳା ଥାନା ଅଧୀନରେ କାର୍ଯ୍ୟରତ ଲକ୍ଷ୍ମୀକାନ୍ତ ବେହେରା, ଓ ବୀରୁପାକ୍ଷ ପଣ୍ଡା, ରମ୍ଭା ଥାନା ଅଧୀନରେ କାର୍ଯ୍ୟରତ ପ୍ରଦୀପ କୁମାର ବେହେରା ଓ  ବିଭୂତି ଭୂଷଣ ପଲେଇ, ସେହିପରି କୃଷ୍ଣ ଚନ୍ଦ୍ର ଗୌଡ଼ ଓ ପ୍ରମୋଦ କୁମାର ନାୟକ (ବେଲଗୁଣ୍ଠା), ପ୍ରମୁଖ  ପ୍ରଶଂସାପତ୍ର ପାଇବାରେ ଯୋଗ୍ୟ ବିବେଚିତ ହୋଇଛନ୍ତି ।
       ଏହି ଅବସରରେ ଅନୁଷ୍ଠିତ ପ୍ୟାରେଡ୍ ରେ ପ୍ୟାରେଡ୍ କମାଣ୍ଡେଣ୍ଟ ଏସ୍. ପର୍ଶୁରାମ ରେଡ୍ଡୀ, ସହକାରୀ ପ୍ୟାରେଡ୍ କମାଣ୍ଡେଣ୍ଟ ପ୍ରଶାନ୍ତ କୁମାର ନନ୍ଦ, ପ୍ଳାଟୁନ କମାଣ୍ଡେଣ୍ଟ ପି. ହେମନ୍ତ କୁମାର୍ ପ୍ରମୁଖ ପ୍ୟାରେଡ୍ ପରିଚାଳନା କରିଥିବା ବେଳେ ପ୍ୟାରେଡ୍ ରେ ତିନୋଟି ପ୍ଲାଟୁନ ହୋମ୍ ଗାର୍ଡ ଫୋର୍ସ ଅଂଶଗ୍ରହଣ କରି ସୁନ୍ଦର ଚିତ୍ତାକର୍ଷକ ପ୍ୟାରେଡ୍ ପ୍ରଦର୍ଶନ କରି ମୁଖ୍ୟଅତିଥି ଙ୍କ ଦ୍ଵାରା ବେଶ୍ ପ୍ରଶଂସା ଭାଜନ ହୋଇଥିଲେ ।
ଏହି ଦିବସ ସମାରୋହରେ ପ୍ରୋବେସନାରୀ ଆଇ.ପି.ଏସ୍. ଅଧିକାରୀ ମନୀଷା ମୀନା, ଆସିଷ୍ଟାଣ୍ଟ କମାଣ୍ଡେଣ୍ଟ ଅଫ୍ ପୋଲିସ କାଳୁ ଚରଣ ବେହେରା, ଅତିରିକ୍ତ ଜିଲ୍ଲା ଏସ.ପି. ପ୍ରଶାନ୍ତ କୁମାର ଦାଶ, ରଞ୍ଜନ କୁମାର ଦେ,ରଞ୍ଜିତ କୁମାର୍ ପୃଷ୍ଟି, ରାଜୀବ ଲୋଚନ ପଣ୍ଡା, ରିଜର୍ଭ ଇନ୍ସପେକ୍ଟର ଅମୂଲ୍ୟ କୁମାର୍ ନାୟକ, ଏସଡ଼ିପିଓ ଗୌର ହରି ସାହୁ ପ୍ରମୁଖ ବହୁ ଗଣ୍ୟମାନ୍ୟ ପୋଲିସ ଅଧିକାରୀ ଯୋଗଦେଇ ଏହି ଉତ୍ସଵରେ ହୋମ୍-ଗାର୍ଡଙ୍କୁ ଉତ୍ସାହିତ କରିଥିଲେ ।।

Leave a Reply

Your email address will not be published. Required fields are marked *