ରାୟଗଡା ଜିଲ୍ଲା ଡିଜିଟାଲ ମିଡ଼ିଆ (ଆରଡିଏମ) ର ନୂତନ କାର୍ଯ୍ୟକର୍ତ୍ତା ଚୟନ ହେଲା

ରାୟଗଡା:(ତପନ କାଡ୍ରାକା )ରାୟଗଡା ଜିଲ୍ଲା ଡିଜିଟାଲ ମିଡ଼ିଆ ସଂଘ (RDM) ର ୨୦୨୪ ର ପାଇଁ ନୂତନ କାର୍ଯ୍ୟକର୍ତ୍ତା ମଣ୍ଡଳ ଗଠନ ହୋଇଥିଲା। ଆଜି ଜିଲ୍ଲା ସଦରର ଫୋରେଷ୍ଟ ପାର୍କରେ ଅନୁଷ୍ଠିତ ଏକ ବାର୍ଷିକ ସାଧାରଣ ନିକାୟ ବୈଠକରେ ଏହା ନିଷ୍ପତ୍ତି ନିଆଗଲା। ବୈଠକରେ ଜିଲ୍ଲା ର ୧୧ଟି ବ୍ଲକରୁ ଆସିଥିବା ୫୦ରୁ ଅଧିକ ଡିଜିଟାଲ ଗଣମାଧ୍ୟମ ପ୍ରତିନିଧିମାନଙ୍କ ଉପସ୍ଥିତି ଥିଲା।
ପୂର୍ବରୁ ଜଣାପଡ଼ୁଥିବା ଓଡ଼ିଶା ଡିଜିଟାଲ ମିଡ଼ିଆ (ODM) ର ନାମ ପରିବର୍ତ୍ତନ କରାଯାଇ ଏବେ ରାୟଗଡା ଡିଜିଟାଲ ମିଡ଼ିଆ (RDM) ଭାବେ ଚିହ୍ନିତ ହୋଇଛି।ନୂତନ କାର୍ଯ୍ୟକାରୀ ମଣ୍ଡଳ ଚୟନ ସଭାରେ ନୂତନ ଭାବେ ଗଠିତ ହୋଇଥିବା କାର୍ଯ୍ୟକାରୀ ମଣ୍ଡଳର ଅଂଶୀଦାରମାନେ ହେଲେ lସଭାପତି: ଅଞ୍ଜନ କୁମାର ନାଏକ
ଉପସଭାପତି: ଗୋପୀନାଥ ଗୌଡ଼
ସମ୍ପାଦକ: ସନ୍ତୋଷ କୁମାର ବେହେରା
ସହ-ସମ୍ପାଦକ: ମାଲେସ କୌଶଲ୍ୟା
କଷାଧକ୍ଷ: ପ୍ରଫୁଲ୍ଲ କୁମାର ବେହେରା ସଂଘର ପରାମର୍ଶ ଦାୟିତ୍ୱ ଦିଆଯାଇଛି ବରିଷ୍ଠ ସାମ୍ବାଦିକମାନେ ପ୍ରସାଦ ଲିମା, ସରୋଜ ମହାପାତ୍ର, ସନ୍ତୋଷ ବଛା, ଚିତ୍ତରଞ୍ଜନ ନାୟକ, ଓ ନରତମ ପାଢ଼ୀଙ୍କୁ।ବୈଠକରେ ଜିଲ୍ଲାର ଅନ୍ୟାନ୍ୟ ବରିଷ୍ଠ ଗଣମାଧ୍ୟମ ପ୍ରତିନିଧି ଖଗେଶ୍ୱର ସିଂ,ଆଶୁତୋଷ ପଟ୍ଟାନାୟକ, ସତ୍ୟନାରାୟଣ ସାହୁ ଓ ଅନ୍ୟ ଅନେକର ଉପସ୍ଥିତି ଥିଲା। ସଭାରେ ଉପସ୍ଥିତ ସଭ୍ୟମାନେ ନୂତନ କାର୍ଯ୍ୟକର୍ତ୍ତାଙ୍କୁ ଶୁଭେଚ୍ଛା ଜଣାଇ ସଂଘର ଭବିଷ୍ୟତ ମାର୍ଗଦର୍ଶନ ଓ ଉନ୍ନତି ପାଇଁ ଶୁଭକାମନା ଦେଇଥିଲେ lସଂଘର ଭାବିସ୍ୟତ ଯୋଜନା:ବୈଠକରେ ଆଗାମୀ ବର୍ଷର କାର୍ଯ୍ୟ ଯୋଜନା ସହିତ ସଂଘର ଦିଗଦର୍ଶନ ନିମନ୍ତେ ଅନେକ ଗୁରୁତ୍ତ୍ୱପୂର୍ଣ୍ଣ ଭିନ୍ନ ଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା।

Leave a Reply

Your email address will not be published. Required fields are marked *