କଲ୍ୟାଣସିଂହପୁର ବ୍ଲକ୍ ସ୍ତରୀୟ ଚଇତି ମହୋତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

କଲ୍ୟାଣସିଂହପୁର(ତପନକାଡ୍ରାକା ) ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ସମିତି କାର୍ଯ୍ୟାଳୟର ସଦ୍ଭାବନା ଗୃହରେ ଚଇତି ପରବ ନିମନ୍ତେ ପ୍ରସ୍ତୁତି ବୈଠକଅନୁଷ୍ଠିତ ହୋଇଛି । ସହକାରୀ ଯନ୍ତ୍ରୀ ସବ୍ୟସାଚୀ ନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟଅତିଥି ଭାବେ ସମିତି ଅଧ୍ୟକ୍ଷା ଅମ୍ବ୍ରିତା କାଡ୍ରାକା ଉପସ୍ଥିତ ରହିଥିବା ବେଳେ ବ୍ଲକ ଉପାଧ୍ୟକ୍ଷ ଡମ୍ବୁରୁ କଞ୍ଜ।କା ,କଳାକାର ସଂଘର ଉପସଭାପତି ସନ୍ତୋଷ କୁମାର ବଚ୍ଛ।, ସାଂସଦ ପ୍ରତିନିଧି କୁମାର ସ୍ୱାମୀ କୌଶଲ୍ୟା, ସମାଜସେବୀ ରାମାରାଓ କାଡ୍ରାକା ,ସୁନ୍ଦର ରାଓ ବାଗ, ସି ହେଚ ନାଗେଶ୍ୱର ରାଓ , ବିଧାୟକ ପ୍ରତିନିଧି ପ୍ରଶାନ୍ତ ନନ୍ଦ କୌଶଲ୍ୟା ପ୍ରମୁଖ ମଞ୍ଚାସିନ ରହିଥିଲେ । ଏଥିରେ ଚଳିତ ମାସ ୧୯ତାରିଖ ଦିନ କଲ୍ୟାଣସିଂହପୁରରେ ଚଇତି ପାଳନ କରିବା ପାଇଁ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରିଥିଲେ । ବ୍ଲକର ପ୍ରତ୍ୟେକ ପଞ୍ଚାୟତର ଗାଁ ଗହଳିରେ ଥିବା ଲୁକ୍କାୟିତ ପ୍ରତିଭା ଗୁଡିକ ଲୋକ ଲୋଚନ ଆଣିବା ପାଇଁ ଏହାର ପ୍ରୟାସ । ବିଭାଗୀୟ ଷ୍ଟଲ କରାଯିବ ଓ ବିଭିନ୍ନ ବିଷୟରେ ଆଲୋଚନା କରାଯାଇଥିଲା ।ଏଥିରେ ସରପଞ୍ଚ ଗୌତମ ବାର୍ଲି,ସମିତି ସଭ୍ୟା, ପାର୍ଶାଲି ସ୍ୱତନ୍ତ୍ର ଅଧିକାରୀ ମୋନାଜ କୁମାର ସାହୁ ,ଅଗ୍ନିଶମ , ମିନି ବ୍ୟାଙ୍କ ଅଧିକାରୀ, ସ୍ୱାସ୍ଥ୍ୟ ,ସମାଜସେବୀ , ଡମ୍ବ ସମାଜ, ଡ୍ରାଇଭର ସଂଘ, ଥାନା,ବଣିକସଙ୍ଘ,ତହସିଲ, ଆଦିବାସୀ କନ୍ଦ କୁଳ ସମାଜ ,ପଶୁ ଚିକିତ୍ସକ, ବନ ,ଆଇ ସି ଡି ଏସ ,ସାମ୍ବାଦିକ ସଙ୍ଘ ପ୍ରମୁଖ ଉପସ୍ଥିତ ରହି ଥିଲେ ।

Leave a Reply

Your email address will not be published. Required fields are marked *