ଡବଲ ଇଂଜିନ ସରକାର ଦରଦାମ ନିୟନ୍ତ୍ରଣରେ ଫେଲ ମାରିଛି, ପ୍ରଣବ ପ୍ରକାଶ (ବବି) ବ୍ୟାସନଗର ପୌର ପରିଷଦରେ ବିଜେଡି ସଭ୍ୟ ସଂଗ୍ରହ ଅଭିଯାନ

ଯାଜପୁର : ବିଜେଡି ଦଳ ପକ୍ଷରୁ କୋରେଇ ନିର୍ବାଚନ ମଣ୍ଡଳୀରେ ସଭ୍ୟ ସଂଗ୍ରହ ଅଭିଯାନ ଚାଲିଛି | ଏହି ପରିପ୍ରେକ୍ଷୀରେ ବ୍ୟାସନଗର ପୌର ପରିଷଦରେ ବିଜେଡି ପକ୍ଷରୁ କେଏନ ଡି ଏ ସେଲିବ୍ରେସନ ମଣ୍ଡପରେ ବ୍ୟାସନଗର ବିଜେଡି ପକ୍ଷରୁ ସଭ୍ୟ ସଂଗ୍ରହ ଅଭିଯାନ ମଙ୍ଗଳବାର ଅନୁଷ୍ଠିତ ହୋଇଥିଲା | ଏହି ସଭ୍ୟ ସଂଗ୍ରହ ଅଭିଯାନରେ ରାଜ୍ୟ ବିଜେଡିର ବରିଷ୍ଠ ନେତା ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି) ଯୋଗଦେଇଥିଲେ | ଏହି କାର୍ଯ୍ୟକ୍ରମରେ ଯୋଗଦେଇ ବବି କର୍ମୀମାନଙ୍କୁ ଉତ୍ସାହିତ କରି କହିଲେ ଡବଲ ଇଂଜିନ ସରକାର ସବୁକ୍ଷେତ୍ରରେ ବିଫଳ ହୋଇଛି | ଅତ୍ୟାବଶ୍ୟକ ଜିନିଷ ଦରବୃଦ୍ଧି ନିୟନ୍ତ୍ରଣ କ୍ଷେତ୍ରରେ ସମ୍ପୂର୍ଣ୍ଣ ଭାବେ ରାଜ୍ୟ ସରକାର ଫେଲ ମାରିଛନ୍ତି | ନିର୍ବାଚନ ଇସ୍ତାହାରେ ରାଜ୍ୟବାସୀଙ୍କୁ ଦେଇଥିବା ପ୍ରତିଶୃତି ପାଳନ କରିବା କ୍ଷେତ୍ରରେ ସମ୍ପର୍ଣ୍ଣ ବିଫଳ ହୋଇ ଜନସାଧାରଣଙ୍କୁ ଭକୁଆ ବନାଉଛନ୍ତି | ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଆହୁରି ସଙ୍ଘଟିତ ହୋଇଛି | କର୍ମୀମାନେ ତୃଣମୂଳ ସ୍ତରରେ ସଂଘଠିତ ରହି ଲୋକମାନଙ୍କ ସମସ୍ୟାରେ ସାମିଲ ହୋଇ ସେମାନଙ୍କୁ ନ୍ୟାୟ ପ୍ରଦାନ କରିବାକୁ ବବି ଆହ୍ୱାନ ଦେଇଥିଲେ | ବ୍ୟାସନଗର ପୌର ପରିଷଦରେ ଲୋକଙ୍କ ନିକଟତର ହୋଇ ସଭ୍ୟ ସଂଖ୍ୟା ବୃଦ୍ଧି କରିବାକୁ ଆହ୍ୱାନ ଦେଇଥିଲେ | ଏହି ସମାବେଶରେ ବ୍ୟାସନଗର ଉପନଗରପାଳ ସୁବାଷ ଚନ୍ଦ୍ର ବଳ ସଭା ସଂଚାଳନ କରିଥିଲେ | ଉକ୍ତ ସମାବେଶରେ ବ୍ୟାସନଗର ବିଜେଡି ପ୍ରଭାରୀ ବଳଭଦ୍ର ଦାସ, ଜିଲା ମହିଳା ସଭାନେତ୍ରୀ ସବିତା ରାଉତ, ପୌରାଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆ, ପୂର୍ବତନ ପୌରାଧ୍ୟକ୍ଷା ସରୋଜିନୀ ବଳ, ବରିଷ୍ଠ ବିଜେଡି ନେତା ମହେଶ ଧଳ, ଅମୁଲ୍ୟ ନାୟକ, ଗୋବିନ୍ଦ ଜେନା, କାଉନସିଲର ବିଜୟ ଜେନା,ପାର୍ଥ ସାରଥୀ ନାୟକ, ଅଶୋକ କୁମାର ରାଉତ, ସିଦ୍ଧାର୍ଥ ସାମଲ, ଶିବାନନ୍ଦ ନାୟକ, ଉର୍ମିଳା ପରିଡା, କାଉନସିଲର ପ୍ରତିନିଧି ମନୋଜ ପରିଡା, ବିଶ୍ୱନାଥ ସେଠି, ପ୍ରଭାତ କୁମାର ସାହୁ, ତପସ୍ୱିନୀ ଶତପଥୀ, ପରେଶ ଦାସ, ପ୍ରମୁଖ ବୋହୁ ବିଜୁ ଜନତା ଦଳ କର୍ମୀ ଓ ସଭ୍ୟ ଉପସ୍ଥିତ ରହିଥିଲେ |
ରିପୋର୍ଟ ଅଭିମନ୍ୟୁ ମିଶ୍ର

Leave a Reply

Your email address will not be published. Required fields are marked *