ଚମ୍ପେଇପାଳ ଗ୍ରାମ ପଂଚାୟତ ରେ ଏକ ସାମ୍ୱାଦିକ ସମ୍ମିଳନୀ କରି ବିଜେପି କୁ ସିଧାସଳଖ କାଉଣ୍ଟର କରିଛି ବିଜେଡି

ଯାଜପୁର

ବିରଜା ପରିକ୍ରମା ପ୍ରକଳ୍ପ ପାଇଁ ବିବାଦ ଦେଖିବାକୁ ମିଳିଥିବା ବେଳେ ଏହାକୁ ଶୀଘ୍ର ସାରିବାକୁ ବିଭିନ୍ନ ଆଡୁ ମତ ପ୍ରକାଶ ପାଇଛି। ଦଶରଥପୁର ବ୍ଲକ ଚମ୍ପେଇପାଳ ଗ୍ରାମ ପଂଚାୟତ ରେ ଏକ ସାମ୍ୱାଦିକ ସମ୍ମିଳନୀ କରି ବିଜେପି କୁ ସିଧାସଳଖ କାଉଣ୍ଟର କରିଛି ବିଜେଡି । ବିଜେପି ସରକାର ଆସିବା ପରେ ମା ବିରଜାଙ୍କ ପ୍ରକଳ୍ପ କାର୍ଯ୍ୟ ଆଗେଇ ପାରୁନଥିବା ଅଭିଯୋଗ କରିଛି ଚମ୍ପେଇପାଳ ବିଜେଡି । ମା ବିରଜା ପ୍ରକଳ୍ପକୁ ନେଇ ସ୍ବର ଉଠାଉଥିବା ବ୍ୟକ୍ତି ମାନଙ୍କୁ ଗିରଫ କରାଯାଇଛି ବୋଲି ଅଭିଯୋଗ କରାଯାଇଛି l ବିରଜା ପ୍ରକଳ୍ପ ପାଇଁ ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ ବବି ଦାସଙ୍କ ଭାଇ ଭବ ପ୍ରସାଦ ଦାସ ଓ ବିଜେଡି କର୍ମୀଙ୍କୁ ଅନ୍ୟାୟ ଗିରଫଦାରୀ ଘଟଣା ପ୍ରତିବାଦ କରାଯାଇଛି । ଚମ୍ପେଇପାଳ ବିଜୁ ଜନତା ଦଳ ଯୁବ ଛାତ୍ର ମାନଙ୍କ ପକ୍ଷ ରୁ ସରପଞ୍ଚ ହିମାଂଶୁ ନାୟକ, ଯୁବ ନେତା ଦୀପକ ଜେନା, ପ୍ରଭୁ କୃଷ୍ଣ ମହାନ୍ତି ପକ୍ଷରୁ ସାମ୍ୱାଦିକ ସମ୍ମିଳନୀ କରାଯାଇ ବିଜେଡ଼ି ବିରୋଧରେ ହୀନଚକ୍ରାନ୍ତ ଓ ଷଡଯନ୍ତ୍ର କରୁଛନ୍ତି ବୋଲି ଅଭିଯୋଗ କରାଯାଇଛି।
ରିପୋର୍ଟ ଅଭିମନ୍ୟୁ ମିଶ୍ର

Leave a Reply

Your email address will not be published. Required fields are marked *