
ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ନାରାୟଣ ନଗର ନିକଟରେ ଏକ ଗଳିତ ମୁଣ୍ଡ ବିହୀନ ଶବ ଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ l ବୁଧବାର ସଦର ଥାନା ପୋଲିସ ପହଞ୍ଚି ଶବ ଠାବ କରିଥିଲା l ଗୁରୁବାର ସଦର ଥାନା ପୋଲିସ ପହଞ୍ଚି ଗଳିତ ମୁଣ୍ଡ ବିହୀନ ଶବ ଠାରୁ କିଛି ଦୂରରେ ମୁଣ୍ଡ ପାଇଥିଲା l ସାଇଣ୍ଟିଫିକ ଟିମ ଏବଂ ଡାକ୍ତରୀ ଟିମ ପହଞ୍ଚି ଗଳିତ ଶବକୁ ପରୀକ୍ଷା ନିରୀକ୍ଷା କରିବା ପରେ ପୋତି ଦେଇଥିବା ପୋଲିସ ସୂତ୍ରରୁ ପ୍ରକାଶ l ଏହି ଗଳିତ ଶବ କାହାର ଏବଂ କେମିତି ଏଠାକୁ ଆସିଲା ସେ ସମ୍ପର୍କରେ ସଦର ଥାନା ପୋଲିସ ଅଧିକ ତଦନ୍ତ ଜାରି ରଖିଛି l
ସଂଜୀବ କୁମାର ପାତ୍ର, ଭବାନୀପାଟଣା